ରିଲାଏନ୍ସ୍‌ ଜିଓ ସହିତ ୪୩,୫୭୪ କୋଟିର ଚୁକ୍ତି କଲା ଫେସ୍‌ବୁକ୍‌: ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ

ନୂଆଦିଲ୍ଲୀ,୨୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଫେସ୍‌ବୁକ୍‌ ଏବଂ ରିଲାଏନ୍ସ୍‌ ଜିଓ ମଧ୍ୟରେ ଏକ ବଡ଼ ଧରଣର ବ୍ୟବସାୟିକ ଚୁକ୍ତି ହୋଇଛି। ଚୁକ୍ତି ଅନୁସାରେ ରିଲାଏନ୍ସ୍‌ ଜିଓର ୯.୯୯ ପ୍ରତିଶତ ଅଂଶଧନ ଫେସ୍‌ବୁକ୍‌ ଅଧିଗ୍ରହଣ କରିଛି। ଏଣିକି ରିଲାଏନ୍ସ୍‌ ଜିଓରେ ଫେସ୍‌ବୁକ୍‌ ୪୩,୫୭୪ କୋଟି ଟଙ୍କାର ନିବେଶ କରିବ। ଏହି ଚୁକ୍ତି ଦ୍ୱାରା ଜିଓ ଭାରତର ୫ ଲିଷ୍ଟେଡ୍‌ କମ୍ପାନୀ ମଧ୍ୟରେ ତାଲିକାଭୁକ୍ତ ହେବ ବୋଲି କୁହାଯାଉଛି। ଭାରତ ପାଇଁ ଫେସ୍‌ବୁକ୍‌ ଏକ ବୃହତ ବଜାର ହୋଇଥିବାବେଳେ ଏହାର ଅଂଶୀଦାର ହ୍ବାଟସ୍‌ଆପ୍‌ରେ ଭାରତର ୪୦ କୋଟିରୁ ଅଧିକ ୟୁଜର ରହିଛନ୍ତି। ଏହି ଚୁକ୍ତି ଦ୍ୱାରା ଭାରତର ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ ହେବାର ଆଶା ରହିଛି। ସେମାନଙ୍କ ମଧ୍ୟରେ ୬ କୋଟି ଛୋଟ ବ୍ୟବସାୟୀ, ୧୨ କୋଟି କୃଷକ, ୩ କୋଟି ଛୋଟ ଦୋକାନୀ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍ଛିନ୍ନତାବାଦୀଙ୍କ ସହିତ ହେବନି କୌଣସି ବୁଝାମଣା: ଶାହ

ନୂଆଦିଲ୍ଲୀ,୨୫।୬: ଜମ୍ମୁ-କଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କ ସହିତ କୌଣସି ବୁଝାମଣା ହେବନି। ଯାହା ପୂର୍ବରୁ ହୋଇ ଆସୁଥିଲା ଏବେ ଆଉ ସେପରି କରାଯିବ ନାହିଁ। ଏନେଇ ସ୍ବରାଷ୍ଟ୍ର...

ସ୍ବଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଆତ୍ମନିର୍ଭର: ମୋଦି

ନୂଆଦିଲ୍ଲୀ,୨୭।୨: ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାର ପଥ ଏବେ ପ୍ରଶସ୍ତ ହୋଇଛି। ଅନ୍ୟାନ୍ୟ ସାମଗ୍ରୀ ସହିତ ଛୋଟ ପିଲାଙ୍କ ଖେଳନା ନିର୍ମାଣ କ୍ଷେତ୍ରରେ ମଧ୍ୟ...

ଗନ୍‌ ପଏଣ୍ଟ୍‌ରେ ଯାନବାହନ ଚେକିଂ କରୁଛି ଉତ୍ତରପ୍ରଦେଶ ପୋଲିସ୍‌: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୨୫।୬: ପୂର୍ବରୁ ଉତ୍ତରପ୍ରଦେଶର ଜଣେ ହାବିଲଦାର୍‌ ଚୋରଙ୍କ ପିଛା କରୁଥିବା ସମୟରେ ବନ୍ଧୁକ ନ ଫୁଟିବାରୁ ପାଟିରେ ଠାଏ ଠାଏ କହୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ...

ଅପରେଶନ ଗଙ୍ଗା: ଆଜି ୧୮ଟି ବିମାନରେ ସ୍ୱଦେଶ ଫେରିବେ ୟୁକ୍ରେନରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ,୪ ।୩: ଅପରେଶନ ଗଙ୍ଗା ମିଶନରେ ଶୁକ୍ରବାର ସକାଳୁ ସକାଳୁ ସ୍ପେଶାଲ ଇଣ୍ଡିଗୋ ବିମାନ ରୋମାନିଆର ବୁଖାରେଷ୍ଟରୁ ଦିଲ୍ଲୀ ପହଞ୍ଚିଛି । ସେଠାରେ କେନ୍ଦ୍ର କୃଷି...

ଜିଭ କାଟି ମହାଦେବଙ୍କୁ ଅର୍ପଣ କଲେ ଯୁବକ

ରାୟପୁର,୨୨।୭: ଆଧୁନିକ ବିଜ୍ଞାନ ଯୋଗୁ ଏବେ ମଣିଷ ଚନ୍ଦ୍ରରେ ବସତି ସ୍ଥାପନ କରିବାକୁ ଚିନ୍ତା କରୁଛି। ଏପରି ସ୍ଥଳେ କେତେକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନା...

୧୦୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ୍‌ : ସେରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୪।୧: ଭାରତରେ କୋଭିଶିଲ୍ଡ୍‌ ୧୦୦୦ଟଙ୍କାରେ ମିଳିବ ବୋଲି ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ମାତ୍ର ସରକାରଙ୍କ ଅନୁମତି ମିଳିଲେ ଏଭଳି କରାଯିବ।...

ସ୍କୁଲ ଯାଇପାରୁ ନାହାନ୍ତି ୩୨କୋଟି ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଥିବାବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତିଠାରୁ ଆରମ୍ଭ କରି...

ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ ସମବାୟ ବ୍ୟାଙ୍କ

ନୂଆଦିଲ୍ଲୀ : କୋଭିଡ୍‌-୧୯ ଯୋଗୁ ଦେଶର ଅନେକ ସମବାୟ ବ୍ୟାଙ୍କ ବର୍ତ୍ତମାନ ଚାପଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ତର୍ଜମା କରୁଥିବା...

Advertisement
Archives

Model This Week