ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୧୨୫ ପରିବାର

ନୂଆଦିଲ୍ଲୀ,୨୧।୪: ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ ରାଷ୍ଟ୍ରପତି ଭବନ। ସାରା ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ରୁ ରାଷ୍ଟ୍ରପତି ଭବନ ମଧ୍ୟ ବର୍ତ୍ତିପାରିନାହିଁ। ରାଷ୍ଟ୍ରପତି ଭବନରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସଂକ୍ରମିତ ବ୍ୟକ୍ତି ଜଣକ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ପୀଡ଼ିତ ବ୍ୟକ୍ତି ପରିବାରଙ୍କ ସହ ରାଷ୍ଟ୍ରପତି ଭବନରେ ରୁହନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ୧୨୫ ପରିବାରଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ପଠାଇ ଦିଆଯାଇଛି। ସୂଚନା ମୁତାବକ, କିଛି ଦିନ ତଳେ ସଫେଇ କର୍ମଚାରୀଙ୍କ ବୋହୂୂଙ୍କ ମା’ କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କର ଅନ୍ତିମ ସଂସ୍କାରରେ ସଫେଇ କର୍ମଚାରୀଙ୍କ ପୁରା ପରିବାର ସାମିଲ ହୋଇଥିଲା। ଏହାପରେ ସମସ୍ତ ପରିବାରଙ୍କୁ ଆଇସୋଲେଶନ୍‌ରେ ପଠାଯାଇ କରୋନା ଯାଞ୍ଚ କରାଯାଇଥିଲା। ତେବେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ କେବଳ ବୋହୂଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପାଇସ ଜେଟ, କତର ଏୟାର ୱେଜ ପରେ ଇଣ୍ଡିଗୋ ବିମାନରେ ତ୍ରୁଟି, ମୁମ୍ବାଇ ଡାଇଭର୍ଟ

ମୁମ୍ବାଇ,୩ ।୧୨: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ କନ୍ନୁରରୁ ଦୋହା ଯାଉଥିବା ବେଳେ ଶୁକ୍ରବାର ଏହାକୁ ମୁମ୍ବାଇ ଏୟାରପୋର୍ଟକୁ ଡାଇଭର୍ଟ କରି ଦିଆଯାଇଛି । ଗୋଟିଏ...

କୋଭିଡ-୧୯: ଦରମା କାଟିବ ବାର୍ସିଲୋନା

ବାର୍ସିଲୋନା,୨୭।୩(ଏଏଫ୍‌ପି): କରୋନା ଭାଇରସ୍‌ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି...

ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ହନୁମାନ ଜୟନ୍ତୀ

କୋଲକାତା,୭।୪: ପଶ୍ଚିମବଙ୍ଗରେ ହନୁମାନ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ସମ୍ପର୍ଣ୍ଣ ହୋଇଛି। ତେବେ ରାମ ନବମୀ ମହୋତ୍ସବରେ ଦେଖାଯାଇଥିବା ହିଂସାର ପୁନରାବୃତ୍ତି ନହେବା ପାଇଁ ସୁରକ୍ଷା ବାହିନୀ...

ମଙ୍କିପକ୍ସକୁ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୨୭ା୭: କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ...

ତେଲଙ୍ଗାନା ଭାଜପା ମୁଖ୍ୟ ଗିରଫ: ଦଳ କହିଲା, କେସିଆରଙ୍କୁ ଭୋଗିବାକୁ ପଡ଼ିବ ପରିଣାମ

ହାଇଦ୍ରାବାଦ,୫।୪: ଏସ୍‌ଏସ୍‌ସି (ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍‌ ଲିକ୍‌ ମାମଲାରେ ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏନେଇ...

‘ଲୋକେ ଦ୍ୱିତୀୟ କିମ୍‌ ଜଙ୍ଗ ଚାହୁଁଛନ୍ତି କି ?’

ଲଖିମପୁର,୧୫।୨: “ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦରକାର ନା ଦ୍ୱିତୀୟ କିମ ଜଙ୍ଗ (ଉତ୍ତର କୋରିଆ) ଭଳି ପ୍ରତିନିଧି ଚାହୁଁଛନ୍ତି। ଲୋକଙ୍କୁ ନିଷ୍ପତ୍ତି...

‘ମନମୋହନ ସିଂ କହିଥିଲେ, ମୁଁ କରିକି ଦେଖେଇଲି’

ନୂଆଦିଲ୍ଲୀ,୮।୨: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ଘେରିବାକୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡ....

ନିଜ ସମ୍ପତ୍ତି ବାପାଙ୍କ ପରିବାରକୁ ଦେଇପାରିବେ ହିନ୍ଦୁ ମହିଳା

ନୂଆଦିଲ୍ଲୀ, ୨୫।୨: ମହିଳାଙ୍କ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଣେ ହିନ୍ଦୁ ମହିଳାଙ୍କ ବାପଘର ପରିବାର ସଦସ୍ୟଙ୍କୁ ତାଙ୍କ ସମ୍ପତ୍ତିର...

Advertisement
Archives

Model This Week