Posted inଫୁରସତ

ରାମମନ୍ଦିରକୁ ଦାନ କରିବେ ଇସ୍‌ଲାମ୍‌

ଆଜମଗଡ଼: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ସବୁ ଧର୍ମକୁ ଏଠାରେ ସମସ୍ତେ ସମ୍ମାନ କରନ୍ତି। ହେଲେ କିଛି ସ୍ବାର୍ଥାନ୍ବେଷୀ ବ୍ୟକ୍ତି ଧର୍ମ ନାମରେ ବିବାଦ ସୃଷ୍ଟି କରୁଛନ୍ତି। ଏଭଳି ଲୋକଙ୍କ ପାଇଁ ଏକ ଜବାବ ସାଜିଛନ୍ତି ଉତ୍ତର ପ୍ରଦେଶ ଆଜମଗଡ଼ ଜିଲା ନିଜାମାବାଦ ତହସିଲ ଅନ୍ତର୍ଗତ ମଜଭିଟା ଗାଁର ମୁନ୍‌ସୀ ସୟଦ୍‌ ମହମ୍ମଦ ଇସ୍‌ଲାମ। ଇସ୍‌ଲାମ୍‌ ଅଯୋଧ୍ୟା ଯାଇ ମନ୍ଦିର ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସଙ୍କୁ ଭେଟି ଲକ୍ଷାଧିକ ଟଙ୍କା ମୂଲ୍ୟର ଏକ ପ୍ରାଚୀନ ଅଷ୍ଟଧାତୁ ମୁଦ୍ରା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମୁଦ୍ରାକୁ ବିକ୍ରିକରି ଉକ୍ତ ଅର୍ଥ ରାମମନ୍ଦିର ନିର୍ମାଣ କାର୍ଯ୍ୟରେ ଲଗାଇବାକୁ ସେ ନିବେଦନ କରିବେ ବୋଲି କହିଛନ୍ତି। ଇସ୍‌ଲାମ୍‌ଙ୍କ ବିଶ୍ୱାସ ଯେ, ରାମ ଏବଂ ଆଲ୍ଲା ହେଉଛନ୍ତି ଏକ। ତାଙ୍କୁ ଦେଖିବାରେ ଲୋକଙ୍କ ଦୃଷ୍ଟିଭଙ୍ଗୀ ହିଁ କେବଳ ଭିନ୍ନ। ଇସ୍‌ଲାମ୍‌ ଦୀର୍ଘବର୍ଷ ହେଲା ସହରରେ ରହିଆସୁଛନ୍ତି। ପରିବାର ବଢ଼ିବାରୁ ସେ ନିଜ ପୈତୃକ ଗ୍ରାମ ମଜଭିଟାସ୍ଥିତ ପୁରୁଣା ଘର ଭାଙ୍ଗି ନୂତନ ଘର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୯ ନଭେମ୍ବର ୩୦ରେ ଗାଁ ଘର ଭାଙ୍ଗି ଖୋଳିବା ସମୟରେ ମାଟିତଳୁ ପ୍ରାୟ ୧୫୦୦ ବର୍ଷ ପୁରୁଣା ୨ ଅଷ୍ଟଧାତୁ ମୁଦ୍ରା ମିଳିଥିଲା। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ରାମ, ସୀତା ଏବଂ ଅନ୍ୟ ପାର୍ଶ୍ୱରେ ରାମ, ସୀତା ଓ ହନୁମାନଙ୍କ ଚିତ୍ର ରହିଛି। ମୁଦ୍ରାରେ ଭଗବାନଙ୍କ ଚିତ୍ର ଥିବାରୁ ତାହା ବ୍ୟକ୍ତିଗତ କାମରେ ନ ଲାଗି ମନ୍ଦିର କାର୍ଯ୍ୟରେ ଲାଗିବା ଉଚିତ ବୋଲି ସେ ଅନୁଭବ କରିଛନ୍ତି। ତେବେ ଇସ୍‌ଲାମ ସହରରେ ଥିବା ସମୟରେ ତାଙ୍କ ଅଜାଣତରେ ଗାଁରେ ସ୍ତ୍ରୀ ଗୋଟିଏ ମୁଦ୍ରା ସୁନା ଦୋକାନରେ ବିକ୍ରି କରିଦେଇଥିବାବେଳେ ଦୋକାନୀ ମୁଦ୍ରା ମୂଲ୍ୟବାନ ବୋଲି ଜାଣିପାରି ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦେଇଥିଲେ। ଇସ୍‌ଲାମ୍‌ ଏ ବିଷୟରେ ଜାଣି ଦୁଃଖ ପ୍ରକାଶ କରିବା ସହ ଅନ୍ତତଃ ଅନ୍ୟ ମୁଦ୍ରାଟି ମନ୍ଦିର କାର୍ଯ୍ୟରେ ଲାଗିବା ଆବଶ୍ୟକ ବୋଲି ଚିନ୍ତା କରିଛନ୍ତି। ଏଥିପାଇଁ ସେ ଜିଲାପାଳଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ଉପରେ ଇସ୍‌ଲାମଙ୍କ ବିଶ୍ୱାସ ହୋଇ ନ ଥିଲା। ତେଣୁ ବୁଧବାର ସେ ନିଜେ ଅଯୋଧ୍ୟା ଯାଇ ମହନ୍ତଙ୍କୁ ମୁଦ୍ରା ଦେବା ସହ ଏହାକୁ ବିକ୍ରି କରି ମନ୍ଦିର କାର୍ଯ୍ୟରେ ଲଗାଇବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏହାସହ ସେ ଭଗବାନ ରାମଙ୍କ ଦର୍ଶନ ମଧ୍ୟ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜଣେ ସଚ୍ଚା ହିନ୍ଦୁସ୍ତାନୀଙ୍କ ହୃଦୟରେ ରାମ ଓ ରହିମ୍‌ ଦୁହେଁ ବାସ କରନ୍ତି। ତେଣୁ ସେ ରାମଙ୍କ କାମରେ ଆସିପାରିଲେ ଭାଗ୍ୟବାନ ମନେ କରିବେ। ସେହିପରି ମଜଭିଟା ଗ୍ରାମ ମୁଖ୍ୟ ମିଶମ୍‌ ଆବ୍ବାସ ଇସ୍‌ଲାମଙ୍କ ନିଷ୍ପତ୍ତିକୁ ନେଇ ଗୌରବାନ୍ବିତ ବୋଲି କହିଛନ୍ତି। ଏହାଦ୍ୱାରା ଭାତୃଭାବ ବଢ଼ିବ। ତେଣୁ ଆମେ ଦୁହେଁ ଅଯୋଧ୍ୟା ଯାଇ ମୁଦ୍ରା ଦେଇ ଆସିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷା କୁକୁର ଉପରକୁ ଗୁଳି ଚଳାଇଲେ ମହିଳା, ୩ କୁକୁରଙ୍କୁ ୧୭୦ ଗୁଳି

କୁହାଯାଏ, କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଏବଂ ମଣିଷର ସର୍ବୋତ୍ତମ ବନ୍ଧୁ। କିନ୍ତୁ ମଣିଷ ଏହା ବୁଝି ପାରେନା। ଏହି କାରଣରୁ  ମଣିଷମାନେ ଅନେକ...

କନ୍ୟାଙ୍କ ହାତ ଜିତିବା ପାଇଁ ସ୍ବଂୟବରରେ ଧନୁ ଭାଙ୍ଗିଲେ ବର

ଭଗବାନ ରାମ ସ୍ବଂୟବରରେ ମା’ ସୀତାଙ୍କୁ ବିବାହ କରିବା ପାଇଁ ଭଗବାନ ଶିବଙ୍କ ଧନୁ ଭାଙ୍ଗିଥିଲେ ବୋଲି ରାମାୟଣରେ ବର୍ଣ୍ଣିତ ଅଛି। ଠିକ୍‌ ସେହିଭଳି ବିହାରର...

ନାପ୍‌ ଷ୍ଟୋର

ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତିର ନିଦ ଶୋଇବା ଲାଗି କାହା ପାଖେ ସମୟ ନାହିଁ। କାର୍ଯ୍ୟ ବ୍ୟସ୍ତତା ଏବଂ ସମୟର ଘୋର ଅଭାବ ହେତୁ ଅନେକେ...

ଏପରି ହୋଟେଲ ଖୋଲା ଆକାଶ ଯାହାର ଛାତ, ନାହିଁ କୋଠରୀ; ତଥାପି ରହିବା ଲାଗି ପର୍ଯ୍ୟଟକଙ୍କ ଗହଳି

ହୋଟେଲ ବିଷୟରେ କଥା ହେବା ସମୟରେ ବିଳାସମୟ କୋଠା, ସୁଇମିଂପୁଲ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବାତାବରଣ, ସୁସ୍ବାଦୁ ଖାଦ୍ୟ ଭଳି ଅନେକ କଥା ମନକୁ ଆସିଥାଏ। ହେଲେ...

ପର୍ଯ୍ୟଟନସ୍ଥଳୀ ଅରିତାର: ଯେଉଁଠି ମିଳେ ମନକୁ ଶାନ୍ତି

ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅରିତାର। ଏଠାକାର ଶାନ୍ତ ତଥା ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବିଶେଷକରି ସକାଳ ସମୟରେ ଏହି...

ଅନ୍ଧାର ରାତି, ଗାଡ଼ି ସାମ୍ନାକୁ ହଠାତ୍‌ ଚାଲିଆସିଲା ବାଘ, ଆଉ ତା’ ପରେ…

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ଯେତେବେଳେ ବି ଟିକେ ସମୟ ପାଆନ୍ତି ସୋସିଆଲ ମିଡିଆରେ ସୁନ୍ଦର ସୁନ୍ଦର ଫଟୋ...

ଏପରି ବିପଜ୍ଜନକ ରାସ୍ତା: ଯିବା ତ ଦୂରର କଥା ଦେଖିଲେ ଥରିଉଠିବ ଛାତି

ଆବଡ଼ା ଖାବଡ଼ା ରାସ୍ତାରେ ତ ଆପଣ ଚାଲିଥିବେ ନିଶ୍ଚିତ। ମାତ୍ର ସେହି ରାସ୍ତା ବିପଦପୂର୍ଣ୍ଣ ହୋଇ ନ ଥାଏ। ସେଠାରେ ଚାଲିବା ସମୟରେ ଏତେ ଭୟ...

ସାପକୁ କିସ୍‌ କରୁଛନ୍ତି ଯୁବତୀ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week