ରାଧାସାହିରେ ଯୁବକଙ୍କୁ ହତ୍ୟା ଘଟଣା: ପୂର୍ବଶତ୍ରୁତାରୁ ଗଳା କାଟିଥିଲେ ପିଉସା

ପାଲଲହଡ଼ା, ୧୪ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଈଶ୍ୱରନଗର ପଞ୍ଚାୟତ ରାଧାସାହି ଗ୍ରାମରେ ଗତ ମଙ୍ଗଳବାର ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ପ୍ରଶ୍ନ ନାୟକଙ୍କୁ ଗଳାକାଟି ତାଙ୍କ ପିଉସା ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି। ଏଥିସହ ଅଭିଯୁକ୍ତ ରଥ ମୁଣ୍ଡାଙ୍କୁ ଗୁରୁବାର ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ପାଲଲହଡ଼ା ପୋଲିସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି।
ସୂଚନା ମୁତାବକ, ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳର ରଥ ମୁଣ୍ଡା ପ୍ରଶ୍ନଙ୍କ ପିଉସୀ ରାଇମୁନି ନାୟକଙ୍କୁ ଦ୍ୱିତୀୟ ବିବାହ କରି ରାଧାସାହିରେ ରହୁଥିଲେ। ୪ ବର୍ଷ ତଳେ ପ୍ରଶ୍ନ ଓ ତାଙ୍କ ସ୍ତ୍ରୀ ପିଉସୀ ରାଇମୁନିଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ଏହାର କିଛି ଦିନ ପରେ ରାଇମୁନିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ପ୍ରଶ୍ନ ଓ ତାଙ୍କ ସ୍ତ୍ରୀ ରଥଙ୍କୁ ଘରୁ ବାହାରି ଯିବାକୁ କହିବା ସହ ବାରମ୍ବାର ଅପମାନିତ କରୁଥିଲେ। ଏଥିରେ ରାଗ ରଖି ରଥ ଘଟଣାଦିନ ପୁତୁରା ପ୍ରଶ୍ନଙ୍କୁ ଗାଧୋଇବାକୁ ଯିବାକୁ ଗାଁ ମୁଣ୍ଡକୁ ଡାକିନେଇଥିଲେ। ସେଠାରେ ଏକ ଟାଙ୍ଗିଆରେ ପ୍ରଶ୍ନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ପ୍ରଶ୍ନ ବେହୋସ ହୋଇଯିବା ପରେ ରଥ ତାଙ୍କ ବେକରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ପ୍ରଶ୍ନଙ୍କ ମୃତ୍ୟୁ ଘଟିଥିଲା। ସେଠାରୁ ରଥ ଘରକୁ ଆସି ପ୍ରଶ୍ନଙ୍କ ସ୍ତ୍ରୀଙ୍କୁ ଖାଇବାକୁ ମାଗିଥିଲେ। ପ୍ରଶ୍ନ କୁଆଡେ ଗଲେ ବୋଲି ତାଙ୍କ ସ୍ତ୍ରୀ ପଚାରିବାରେ ସେ ପଛରେ ଆସିବେ ବୋଲି ରଥ କହିଥିଲେ। ପ୍ରଶ୍ନ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିବା ପରେ ରାତି ୧୦ଟାରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଗାଁ ରାସ୍ତା ମଝିରେ ପଡିଥିବା ଦେଖିବାକୁ ମିଳିଥିଲା। ବୁଧବାର ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିଥିଲେ। ନଂ. ୬୭/୧୯ରେ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ସୂଚନା ଦେଇଛନ୍ତି I


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

ଅନୁଗୋଳ ଅଫିସ,୨୨।୫-ଅନୁଗୋଳ ଜିଲାରେ ଗତକାଲି ସୁଦ୍ଧା ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।...

ଡାକ୍ତରଖାନା ପରିଦର୍ଶନ, ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପାଲଲହଡା,୫।୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଦିନିକିଆ ପାଲଲହଡା ଗସ୍ତରେ ଆସି...

୫ ଦୋକାନ ସିଲ୍‌

ଅନୁଗୋଳ ଅଫିସ, ୧୫।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ସହ ପୋଲିସ ଦିନ ରାତି କାମ କରୁଛି। ଲୋକମାନଙ୍କୁ ଘରେ ରହିବା...

ଉଦ୍ଧାର ନାବାଳିକା ଗଲେ ବାଳାଶ୍ରମ: ୮ ଦିନ ହେଲା ଥିଲେ ପ୍ରେମିକ ଘରେ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୋଲିସ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ...

୪ ବର୍ଷରେ ସରିନି ଅଧା

ତାଳଚେର, ୮ା୧୧(ନି.ପ୍ର.):  ଦିନ ପରେ ଦିନ ଗଡ଼ିଚାଲିଛି। ବଢ଼ିଚାଲିଛି ବ୍ୟୟବରାଦ। ହେଲେ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି ତାଳଚେର-ଘଣ୍ଟପଡ଼ା ଓଭରବ୍ରିଜ୍‌। ଇତିମଧ୍ୟରେ କାମ ଅବଧି ସରିବା ୨ବର୍ଷ ବିତିଲାଣି।...

ଶୋଇଥିବା ବେଳେ କାମୁଡ଼ିଲା ଚିତି ସାପ, ଶିଶୁକନ୍ୟା ମୃତ

ଛେଣ୍ଡିପଦା,୨୨।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମରେ ସୋମବାର ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶିବୁ ବେହେରାଙ୍କ...

ମନ୍ଦିର ପରିସରରେ ଚିକେନ କରି ଖାଇବା ପଡ଼ିଲା ମହଙ୍ଗା: ୩ ପୂଜକ କୋର୍ଟ ଚାଲାଣ

ତାଳଚେର,୩୦।୩(ନି.ପ୍ର.): ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩...

ବନ୍ୟା ଜଳ ଛାଡ଼ିଲା ରେଙ୍ଗାଳି

କଣିହାଁ,୫।୮ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ଉପର ମୁଣ୍ଡରେ ଲଗାଣ ବର୍ଷା...

Advertisement
Archives

Model This Week