ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୫।୩-ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଏବଂ ମମତା ଯୋଜନା କାର୍ଯ୍ୟାନ୍ବୟନରେ ସଫଳତା ପାଇଁ ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ ଜିଲା। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱର ଲୋକସେବା ଭବନର କନ୍‌ଭେନ୍‌ସନ ହଲ୍‌ରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବୁଧବାର ପତ୍ର ସଂଖ୍ୟା ୪୧/୬୩ ମାଧ୍ୟମରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସମାଜ କଲ୍ୟାଣ ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଦଳଗତ ଉଦ୍ୟମରୁ ଜିଲାକୁ ଏହି ସଫଳତା ମିଳିଛି। ଏହି ପୁରସ୍କାର ଆଗାମୀ ଦିନରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରେକର୍ଡ

ଢେଙ୍କାନାଳ ଅଫିସ, ୩୦ା୫ କରୋନା ସଙ୍କଟ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)କୁ ସଫଳତାର ସହ କାର୍ଯ୍ୟକାରୀ କରି ନୂଆ...

୧ ଲକ୍ଷ ୯୦ ହଜାର ଟଙ୍କାର ଜାଲ୍‌ନୋଟ ଜବତ: ବନ୍ଧା ହେଲେ ଯୁବକ

ଢେଙ୍କାନାଳ ଅଫିସ,୧୭।୧୨: ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଜାଲ୍‌ନୋଟ ପୋଲିସ ଜବତ କରିଛି। ସଦର ଥାନା ଅଧୀନ ଭାପୁର ରଥପଦା ଅଞ୍ଚଳରେ ପୋଲିସର...

ଅପରାଧ ରୋକିବାକୁ ଦିବ୍ୟଜ୍ୟୋତି କ୍ଲବର ପ୍ରୟାସ: ଲଗାଗଲା ୫ ସିସିଟିଭି କ୍ୟାମେରା

ଢେଙ୍କାନାଳ ଅଫିସ, ୧୮।୯-ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତ ହେଉଛି ଢେଙ୍କାନାଳ। ହେଲେ ସହରରେ ଆପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ପୋଲିସକୁ ଆଖିଦୃଶିଆ ସଫଳତା ମିଳିନାହିଁ। ପାର୍ବଣ...

ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି।...

ବିଧବାଙ୍କୁ ସଜାଇଥିଲେ ସଧବା

ଢେଙ୍କାନାଳ ଅଫିସ, ୯ା୭ ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଏକ ବଡ଼ଧରଣର ଜମି କେଳେଙ୍କାରୀ ମାମଲାର...

ରଣପଶି ରେଲ୍‌ଓ୍ବେ ଓଭରବ୍ରିଜ୍‌ରେ ଫାଟ: ଦୋଷ ଢାଙ୍କିବାକୁ ପିଚୁ ପ୍ୟାଚ୍‌

ଢେଙ୍କାନାଳ ଅଫିସ,୧୭ା୭-ଢେଙ୍କାନାଳ ସଦର ବ୍ଲକ ରଣପଶି ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ରେଲୱେ ଓଭରବ୍ରିଜରେ ଫାଟ ସୃଷ୍ଟି ହୋଇଛି। ଏହି ଘଟଣା ପଦାକୁ ଆସିବା...

ଶୌଚାଳୟ ବାରଣ୍ଡାରେ ପ୍ରସବ

ଢେଙ୍କାନାଳ ଅଫିସ, ୨୬।୩: ଡାକ୍ତରଖାନାରେ ପ୍ରସବ ହେବ ସୁରକ୍ଷିତ। ଗର୍ଭବତୀଙ୍କୁ ସୁବିଧାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା, ସନ୍ତାନ ଜନ୍ମ ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା, ଟିକାଠାରୁ...

ଢେଙ୍କାନାଳ କଲେଜରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ: ‘ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯିବ’

ଢେଙ୍କାନାଳ ଅଫିସ, ୧୦।୧୧  – ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର ଶନିବାର ଢେଙ୍କାନାଳ କଲେଜ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ...

Advertisement
Archives

Model This Week