ରାଜ୍ୟଗୁଡିକୁ ଚିଠି ଲେଖିଲା ଶିଶୁ ଅଧିକାର ସଂସ୍ଥା: ଜନସନ ଆଣ୍ଡ ଜନସନର ବେବି ଶାମ୍ପୁ ବିକ୍ରି ବନ୍ଦ କର

ନୂଆଦିଲ୍ଲୀ,୨୮-୪: ଶିଶୁ ଉତ୍ପାଦ ତିଆରିରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ଜନସନ ଆଣ୍ଡ ଜନସନର ଭାରତରେ ଅଡୁଆ ବଢ଼ିବାରେ ଲାଗିଛି।  କମ୍ପାନୀ ଦ୍ୱାରା ପ୍ରସ୍ତୁତ ବେବି ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ରହିଥିବା ରିପୋର୍ଟ ମିଳିବା ପରେ ଶିଶୁ ଅଧିକାର ଲାଗି କାର୍ଯ୍ୟ କରୁଥିବା ସଂସ୍ଥା ଏହାର ବିକ୍ରି ଉପରେ କଟକଣା ଜାରି କରିବାକୁ ରାଜ୍ୟଗୁଡ଼ିକୁ ପତ୍ର ଲେଖିଛି। ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ(ଏନ୍‌ସିିପିସିଆର୍‌) ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ସଚିବଙ୍କ ନିକଟକୁ ପତ୍ର ଲେଖି ବେବି ଶାମ୍ପୁ ବିକ୍ରି ବନ୍ଦ ଲାଗି ପଦକ୍ଷେପ ନେବାକୁ କହିଛି। ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ କହିଛନ୍ତି ଯେ, ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲରଙ୍କ ରିପୋର୍ଟକୁ ସଂସ୍ଥା ଗୁରୁତ୍ୱର ସହ ନେଇ ଉକ୍ତ ନିର୍ଦ୍ଦେଶ ଦେଇଛି।

ଏହି ନିର୍ଦ୍ଦେଶ ଜାରି ହେବା ପରେ ଏବେ ଦେଶରେ ଜନସନ ଆଣ୍ଡ ଜନସନର ବେବି ଶାମ୍ପୁ ବିକ୍ରି ହୋଇପାରିବ ନାହିଁ। ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲର ରିପୋର୍ଟରେ ଏହି ଶାମ୍ପୁରେ କ୍ୟାନସରକାରକ ତତ୍ତ୍ୱ ଫର୍ମାଲ୍‌ଡିହାଇଡ ମିଳିଛି। ଏଥିସହ ଶିଶୁ ଅଧିକାର ସଂସ୍ଥା ୫ ରାଜ୍ୟ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସାମରୁ ଜନସନ କମ୍ପାନୀର ବେବି ଶାମ୍ପୁ ଏବଂ ଟାଲକମ ପାଉଡରର ନମୁନା ସଂଗ୍ରହ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଏନ୍‌ସିପିସିଆର କହିଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜନସନର ବେବି ଶାମ୍ପୁ ବିକ୍ରି ବନ୍ଦ କରାଯାଉ।

ଏଥିସହ ସମସ୍ତ ଦୋକାନରୁ ଷ୍ଟକ୍‌ ହଟାଇ ଦେବାକୁ କୁହାଯାଇଛି। ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲରଙ୍କୁ ଜନସନର ଟାଲକମ୍‌ ପାଉଡର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଅଜଣା ସୂତ୍ରରୁ ସଂଗ୍ରୁହିତ ଏବଂ ପୂର୍ବରୁ ସ୍ଥିରୀକୃତ ହୋଇ ନ ଥିବା ପଦ୍ଧତିରେ ସରକାରୀ ଯାଞ୍ଚ ରିପୋର୍ଟକୁ କମ୍ପାନୀ ଗ୍ରହଣ କରିବ ନାହିଁ। ସେଣ୍ଟ୍ରାଲ ଡ୍ରଗ୍ସ ଲାବରେଟୋରିର ରିପୋର୍ଟକୁ କମ୍ପାନୀ ଅପେକ୍ଷା କରୁଛି। ତେବେ ଜନସନ ଆଣ୍ଡ ଜନସନର ବେବି ଶାମ୍ପୁ ବ୍ୟବହାର ପାଇଁ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ସରକାରୀ ମାନଦଣ୍ଡ ଅନୁଯାୟୀ ଏହାର ଉତ୍ପାଦନ କରାଯାଉଛି ବୋଲି କମ୍ପାନୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?