ରାଜନୀତିକୁ ଆସିଲେ ସ୍ତ୍ରୀ ମୋତେ ଛାଡ଼ି ଦେବେ: ରାଜନ

ଚେନ୍ନାଇ,୨୮-୪: ରାଜନୀତିରେ ପ୍ରବେଶ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ। ସେ ଜଣେ ଶିକ୍ଷାବିତ ଭାବେ ନିଜର ଦାୟିତ୍ୱ ତୁଲାଇବାକୁ ପସନ୍ଦ କରିବେ। ରାଜନୀତି ପ୍ରତି ତାଙ୍କର କୌଣସି ଆଗ୍ରହ ନାହିଁ ବୋଲି ଉଲ୍ଲେଖ କରି ରାଜନ କହିଛନ୍ତି ଯେ, ରାଜନୀତିକୁ ଆସିଲେ ତାଙ୍କୁ ଛାଡ଼ି ଦେବେ ବୋଲି ସ୍ତ୍ରୀ ଚେତାବନୀ ଶୁଣାଇ ସାରିଛନ୍ତି। ସିକାଗୋ ୟୁନିଭର୍ସିଟିର ବୁଥ ସ୍କୁଲ୍‌ ଅଫ୍‌ ବିଜନେସରେ ଫ୍ରଫେସର ଥିବା ପୂର୍ବତନ ଗଭର୍ନର କହିଥିଲେ ଯେ, ଭାରତରେ ଭଲ ଅବସର ମିଳିଲେ ସେ କାମ କରିବାକୁ ଆଗ୍ରହୀ।

ଭଲ୍‌ ଅବସର କହିଲେ କ’ଣ ବୁଝାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ଭାରତରେ ତାଙ୍କର କେଉଁଠି  ଆବଶ୍ୟକତା ରହିଥିବା ଅନୁଭବ ହେଲେ ସେ ସହାୟତା କରିବାକୁ ପ୍ରସ୍ତୁତ ଅଛନ୍ତି। କେହି ତାଙ୍କର ପରାମର୍ଶ ଲୋଡିଲେ ସେ ଖୁସି ହେବେ ବୋଲି ରାଜନ କହିଛନ୍ତି। ସୂଚନାଥାଉ କି, ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ରାଜନଙ୍କୁ ଅର୍ଥ ମନ୍ତ୍ରୀ କରାଯିବା ନେଇ କଳ୍ପନାଜଳ୍ପନା ହେଉଛି। ସେ କହିଛନ୍ତି ଯେ, ନିର୍ବାଚନ ପରେ କେନ୍ଦ୍ରରେ ବର୍ତ୍ତମାନର ସରକାର ହେଉ ଅଥବା ନୂଆ ସରକାର  ଆସୁ ତାଙ୍କ ପାଇଁ ଅର୍ଥନୀତିରେ ବହୁ ଆହ୍ବାନର ସାମ୍ନା କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ବର୍ଷ ପୂର୍ୱରୁ ୧୦ଗ୍ରାମକୁ ୧୮ଟଙ୍କା ଥିଲା ସୁନା ଦାମ୍‌, ୧୦୦ଟଙ୍କା ହେବାକୁ ଲାଗିଯାଇଥିଲା ଏତେବର୍ଷ…

ଆଜିକାଲି ଦରଦାମ୍‌ରେ ବୃଦ୍ଧି ଘଟୁଛି। ବିଶ୍ୱ ଉତ୍ତେଜନା ବୃଦ୍ଧି ପାଉଥିବାରୁ, ସୁନା ଏବଂ ରୂପାର ମୂଲ୍ୟ ଆକାଶଛୁଆଁ ହେଉଛି। ସୁନା ଏବଂ ରୂପାର ମୂଲ୍ୟ ପ୍ରତିଦିନ...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

ଏଥର ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିବେ ଅର୍ଥମନ୍ତ୍ରୀ! ମିଳିବ ବଡ଼ ଆଶ୍ୱସ୍ତି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୩।୧: ୨୦୨୭ ଆର୍ଥିକ ବର୍ଷର ବଜେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବର୍ଷ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲଗାତାର ନବମ ଥର ପାଇଁ...

ଖୁବଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍: ଜାଣନ୍ତୁ କେତେ ରହିବ ଭଡ଼ା

ନୂଆଦିଲ୍ଲୀ,୧୨ା୧: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ସେବା ଆରମ୍ଭ...

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ଏଟିଏମ୍ କାରବାର ପାଇଁ ଦେବାକୁ ପଡ଼ିବ ଅଧିକ ଶୁଳ୍କ

ମୁମ୍ବାଇ,୧୨ା୧: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ନିଜର ଏଟିଏମ୍ କାରବାର ଶୁଳ୍କରେ ବୃଦ୍ଧି କରିଛି। ମାଗଣା ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର...

ଡିସେମ୍ବରରେ ବଢିଗଲା ଖୁଚୁରା ଦରଦାମ୍, ତିନିମାସରେ ସର୍ବାଧିକ

ନୂଆଦିଲ୍ଲୀ,୧୨।୧: ଭାରତର ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବର ମାସରେ ୩ ମାସର ସର୍ବୋଚ୍ଚ ସ୍ତର ୧.୩୩% ରେ ପହଞ୍ଚିଛି। ନଭେମ୍ବର ମାସରେ ଏହି ହାର ୦.୭୧%...

ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ଏପରି ପ୍ରସ୍ତାବ ଦେଲେ ଭାରତ ସରକାର

ନୂଆଦିଲ୍ଲୀ,୧୧।୧: ଦେଶରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍ ସୁରକ୍ଷା ପାଇଁ ନୂଆ ନିୟମ ଆଣିବେ ଭାରତ ସରକାର। ଏହି ନିୟମ ଅନୁସାରେ ସ୍ମାର୍ଟଫୋନ...

ଦରମାରୁ PF କଟୁଥିଲେ ପାଇବେ ୭ ଲକ୍ଷ ଟଙ୍କାର ବୀମା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୧ା୧: ଭାରତରେ ଲକ୍ଷଲକ୍ଷ ଲୋକ ଚାକିରି କରୁଛନ୍ତି, ପ୍ରତି ମାସରେ ସେମାନଙ୍କ ଦରମାରୁ PF କଟାଯାଉଛି। ଅଧିକାଂଶ କର୍ମଚାରୀଙ୍କ ଦରମା ଜମା ହେବା ମାତ୍ରେ ସ୍ବୟଂଚାଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri