ରାଗିଲେ ସୋନା

ମୁମ୍ବାଇ: ବଲିଉଡ୍‌ ଗାୟିକା ସୋନା ମହାପାତ୍ର କିଛି ନି କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ବହୁବାର ସେ ବଲିଉଡ୍‌ ଭାଇଜାନ ସଲମାନଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ। ଏଥର ବି ତାଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଭାଇଜାନ। ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟାକୁ ନେଇ ସୋନା ମହାପାତ୍ର ଏଥର ସଲମାନଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟ୍‌ କରି ସୋନା ଲେଖିଛନ୍ତି, ‘ବିଷାକ୍ତ ପୁରୁଷ ପଣିଆର ଗୋଟିଏ ବା ଏକମାତ୍ର ପୋଷ୍ଟର ବୟ।’ ଏହା ସେ ସଲମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। କିଛି ସମୟ ହେଲା ଅର୍ଥାତ୍‌ ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ପୋଷଣକୁ ନେଇ ଆଲୋଚନା କରାଯାଉଥିବା ବେଳେ ଏବେ ଟାର୍ଗେଟରେ ଅଛନ୍ତି ସଲମାନ। ଅନେକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସଲମାନଙ୍କୁ ସମାଲୋଚନା କରୁଥିବା ବେଳେ ନିକଟରେ କିନ୍ତୁ ସଲମାନ କହିଥିଲେ ଏହି ସମୟରେ ସମସ୍ତେ ସୁଶାନ୍ତଙ୍କ ପରିବାର ଓ ତାଙ୍କ ପ୍ରଶଂସକଙ୍କ ସହ ରହିବା ଉଚିତ। ଏହା ବ୍ୟତୀତ କୌଣସି ଭୁଲ ଶବ୍ଦର ବ୍ୟବହାର ନ କରିବାକୁ ସଲମାନ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍‌ରେ ଡେବ୍ୟୁ...

ସିଲେଇ କରୁଥିବା ବ୍ୟକ୍ତିକୁ ବିବାହ କରିଥିଲେ ଏହି ଅଭିନେତ୍ରୀ

ଭାରତୀୟ ସିନେ ଜଗତରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ଦୀନା ପାଠକ। ଆଜି ଅର୍ଥାତ୍‌ ଅକ୍ଟୋବର...

ବିବାହ ବାର୍ଷିକୀ ପାଳନ କରିବେନି ସାୟରା-ଦିଲ୍ଲିପ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର ଦିଲ୍ଲିପ କୁମାର ଓ ତାଙ୍କ ପତ୍ନୀ ସାୟରା ବାନୋ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୧୧ରେ ଏମାନଙ୍କର...

ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର...

ଜାହ୍ନବୀଙ୍କ ଖୁସି

ଜାହ୍ନବୀ କପୁର ଏବେ ଖୁସିରେ ଉଛୁଳୁଛନ୍ତି। ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ଜାଣନ୍ତି...

ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨।୫: ବଲିଉଡ୍‌ରେ ଏବେ ଦେଶଭକ୍ତି ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ ଅର୍ଜୁନ କପୁରଙ୍କ ଅପ୍‌ କମିଂ ଫିଲ୍ମ ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ...

ଦିନେ ଲୋକଙ୍କ ଘରଘର ବୁଲି ଲିପ୍‌ଷ୍ଟିକ୍‌, ନେଲ୍‌ପଲିସ ବିକ୍ରି କରୁଥିଲେ ଏହି ଅଭିନେତା, ଏବେ ସୁପରଷ୍ଟାର

ବଲିଉଡ୍‌ ଅଭିନେତା ଅର୍ଶଦ ୱାର୍ସି ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ମାତ୍ର ୧୪ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ପରେ ଅର୍ଶଦଙ୍କୁ ଅନେକ...

ଟ୍ରାଜେଡି କିଙ୍ଗ ଅସୁସ୍ଥ: ସୁସ୍ଥତା କାମନା କରିବାକୁ ସ୍ତ୍ରୀଙ୍କ ନିବେଦନ

ବଲିଉଡର ଟ୍ରାଜେଡି କିଙ୍ଗ ତଥା ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ସ୍ବସ୍ଥ୍ୟାବସ୍ଥା ପୁଣି ବିଗିଡିଯାଇଛି। ଏନେଇ ତାଙ୍କ ସ୍ତ୍ରୀ ସାୟରା ବାନୋ କହିଛନ୍ତି, ଗତ କିଛି...

Advertisement


Archives

Model This Week

Why Dharitri