ଯୁବକଙ୍କ ମୃତ୍ୟୁକୁ ନେଇ ବନ ବିଭାଗ ବିରୋଧରେ ମାମଲା ଘଟଣା: କ୍ଷତିପୂରଣ ଦାବିରେ କାର୍ଯ୍ୟାଳୟ ଘେରାଉ

ପାଲଲହଡ଼ା,୨୪ା୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ପାଲଲହଡା ଥାନା ବାତିସୂଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଲଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ସୋମବାର ସ୍ଥାନୀୟ ଆଦିବାସୀ ମଞ୍ଚ ପକ୍ଷରୁ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା I ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ଏବଂ ଈଶ୍ବରଚନ୍ଦ୍ର ପିଙ୍ଗୁଆଙ୍କ ନେତୃତ୍ୱରେ ୫୦ ରୁ ଊର୍ଦ୍ଧ୍ୱ ଆଦିବାସୀ ପୁରୁଷ ଏବଂ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ମୃତ ବୁଧୁରାମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ସ୍ତ୍ରୀ ପ୍ରମିଳାଙ୍କୁ ସରକାରୀ ଚାକିରି ପ୍ରଦାନ, ଅଭିଯୁକ୍ତଙ୍କୁ ଚାକିରିରୁ ବାରଖାସ୍ତ ଦାବି କରିବା ସହ ସ୍ଥାନୀୟ ରେଞ୍ଜର ଦୁର୍ଯ୍ୟୋଧନ ଜେରେଇଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ସମସ୍ତ ଦାବି ପୂରଣ କରା ନ ଯାଏ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏ ସମ୍ପର୍କରେ ପାଲଲହଡା ରେଞ୍ଜର ଜେରେଇ କହିଛନ୍ତି, ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବାବେଳେ ବୁଧୁରାମଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପାଲଲହଡା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପାଇଁ ବନ ବିଭାଗ କୌଣସି ପ୍ରକାର ଦାୟୀ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେଭି ତାର

କଣିହାଁ, ୧୧ା୨(ଡି.ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁ ନିରୀହ ଜୀବନ ଯାଉଥିଲେ ହେଁ ଚେତୁନାହାନ୍ତି ଅଧିକାରୀ। ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌...

ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା, ପ୍ରତିବାଦରେ ରାସ୍ତା ଅବରୋଧ

ବଇଣ୍ଡା,୧।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ହାତୀ ଆକ୍ରମଣରେ ମଞ୍ଜୁଲତା ସାହୁ(୫୫)ଙ୍କ ଜୀବନ ଯାଇଛି। ଏହାର ପ୍ରତିବାଦ ଏବଂ...

ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ବାନ

ଅନୁଗୋଳ ଅଫିସ, ୮।୬ – ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି...

ଅତିଥିଙ୍କୁ ମିଳୁନି ଆତିଥ୍ୟ

ବଇଣ୍ଡା, ୧୭ା୧୧(ପରିକ୍ଷିତ ସାହୁ) ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ, ପର୍ଯ୍ୟଟକ ଏବଂ ଅନ୍ୟ ଅତିଥିଙ୍କୁ ସରକାରୀ ଆତିଥ୍ୟ ପ୍ରଦାନ ପାଇଁ ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗର...

ଦିନକ ପରେ ଧରାବତରଣ କରିବେ ମା’ ଲକ୍ଷ୍ମୀ: ଆଇନଶୃଙ୍ଖଳା ଜଗିବେ ୧୫ ପ୍ଲାଟୁନ ଫୋର୍ସ

ଅନୁଗୋଳ ଅଫିସ, ୧୨।୧୦ – ଦିନକ ପରେ ଅନୁଗୋଳରେ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଏ ନେଇ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଆଇନଶୃଙ୍ଖଳା...

ଧଉରାଗୋଠ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ

ବଇଣ୍ଡା,୫।୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରାଗୋଠ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ କରାଯାଇଛି। ଏହି ବଡ଼ଧରଣର ଜଳସେଚନ...

ଚମକ ଭରିବ ଚୁମୁକି

ବଅଁରପାଳ, ୩୦ା୯ (ଡି.ଏନ.ଏ.): ଶେଷ ସୋପାନରେ ପହଞ୍ଚିଲାଣି ଶାରଦୀୟ ପୂଜା ଆୟୋଜନ। ମଣ୍ଡପ ସାଜସଜ୍ଜା ସମ୍ପୂର୍ଣ୍ଣ ହେବାକୁ ଆଉ ଅଧିକ କାର୍ଯ୍ୟ ନାହିଁ। ଝଲମଲ କଲାଣି...

୩ ଜଣଙ୍କୁ ଉଠାଇନେଲା ବନ ବିଭାଗ: ପ୍ରତିବାଦରେ ହିନ୍ଦୋଳ-ଅନୁଗୋଳ ରାସ୍ତା ଅବରୋଧ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଗାଁର ୩ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଉଠାଇ ନେଇଥିବା ପ୍ରତିବାଦରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ କର୍ଣ୍ଣପୁର ବନାଞ୍ଚଳ ବିଟ୍‌ଠାରେ ଶୁକ୍ରବାର ଗ୍ରାମବାସୀଙ୍କ...

Advertisement
Archives

Model This Week