Posted inଫୁରସତ

ମୋଦି-ରାହୁଲଙ୍କ ଉପରେ କ’ଣ ରହିବ ସୂର୍ଯ୍ୟ ପରାଗର ପ୍ରଭାବ

ନୂଆଦିଲ୍ଲୀ: ଜୁନ୍‌ ୨୧ରେ ପଡୁଥିବା ସୂର୍ଯ୍ୟ ପରାଗକୁ ନେଇ ଜ୍ୟୋତିର୍ବିଦମାନେ ନାନା ଗଣନା କରିଛନ୍ତି। ଏହି ସୂର୍ଯ୍ୟ ପରାଗର ପ୍ରଭାବ କିଛି ରାଶି ଉପରେ ଭଲ ଫଳ ଦେଉଥିବା ବେଳେ ଆଉ କିଛି ରାଶି ପାଇଁ ଭଲ ଫଳ ଦେବନାହିଁ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି। ଏହା ମିଥୁନ ରାଶିରେ ହେଉଥିବାରୁ ମିଥୁନ ରାଶି ପାଇଁ ଏହା ଭଲ ନୁହେଁ ବୋଲି କୁହାଯାଉଛି। ତେବେ କେତେଜଣ ଜ୍ୟୋତିଷ ରାଜନେତା, ସେଲିବ୍ରିଟି, ଉଦ୍ୟୋଗପତିମାନଙ୍କ ଉପରେ ଏହାର କି ପ୍ରଭାବ ପଡିବ ତାକୁ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆଲୋଚନାକୁ ନେଇ ସେମାନେ କହିଛନ୍ତି ମୋଦିଙ୍କର ବିଛା ରାଶି ଓ ତାଙ୍କ ଦଳର ରାଶି ବିଛା ହୋଇଥିବାରୁ ଏହି ସୂର୍ଯ୍ୟ ପରାଗ ତାଙ୍କୁ ଭଲ ଫଳ ଦେବ ନାହିଁ। ମୋଦି ତାଙ୍କ ଶାସନ କାଳ ସମୟରେ ଏକ ବଡ ଯୁଦ୍ଧର ସାମ୍ନା କରିବେ ବୋଲି କୁହାଯାଉଛି। ତେବେ ସୂର୍ଯ୍ୟ ପରାଗ ପରେ ଏହାର ଆରମ୍ଭ ହେବ ବୋଲି ଗଣନା କରାଯାଇଥିବା ଜ୍ୟୋତିଷ କହିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାଶି ମିଥୁନ ହୋଇଥିବାରୁ ଓ ଏହି ରାଶିରେ ସୂର୍ଯ୍ୟ ପରାଗ ଲାଗୁଥିବାରୁ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ ବୋଲି କୁହାଯାଉଛି। ସେହିପରି ଧର୍ମଗୁରୁ ଦଲାଇ ଲାମା, ଶ୍ରୀ ଶ୍ରୀ ରବି ଶଙ୍କର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମଧ୍ୟ ମିଥୁନ ରାଶିର ହୋଇଥିବାରୁ ସେମାନଙ୍କ ପାଇଁ ସୂର୍ଯ୍ୟ ପରାଗ ଭଲ ଫଳ ଆଣିବ ନାହିଁ ବୋଲି କୁହାଯାଉଛି। ସେହିପରି ଏହା ଧନୁ ରାଶି ପାଇଁ ଭଲ ଫଳ ଆଣୁ ନ ଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କର ଧନୁ ରାଶି ହୋଇଥିବାରୁ ଏମାନଙ୍କ ପାଇଁ ମଧ୍ୟ ସମସ୍ୟା ଆସିପାରେ ବୋଲି ଜ୍ୟୋତିଷ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ସାମଗ୍ରୀ, ପଡ଼ିବ ଲକ୍ଷ୍ମୀଙ୍କ କୃପାଦୃଷ୍ଟି

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଇଥାଏ। ଏହି ଖାସ୍‌ ଉତ୍ସବରେ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା ସହିତ...

ଗୋଟିଏ ଥରରୁ ଅଧିକ ଟଏଲେଟ୍‌ ଗଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କ’ଣ ରହିଛି କାରଣ

ଥରେ ଭାବିଲେ ସବୁ କିଛି ଅଟକାଇ ହେବ ଟଏଲେଟ୍‌ ଯିବା କ’ଣ କେହି କେବେ ଅଟକାଇ ପାରିବ? ଅଫିସରେ କାମ କରୁଛନ୍ତି, ଆପଣଙ୍କୁ ଟଏଲେଟ୍‌ ଯିବାକୁ...

କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !

ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ।...

ଗଛକୁ ଭଲ ପାଇଲେ, ବାହା ହେଲେ

ଭଲ ପାଇବା କେବେ କାହା ସହ ହେବ କେହି ଜାଣି ନ ଥାଆନ୍ତି। ଯେମିତିକି ଇଂଲଣ୍ଡର ଜଣେ ମହିଳା ମଣିଷଙ୍କୁ ଛାଡି ଭଲ ପାଇଛନ୍ତି ଏକ...

କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ...

ଏହି ମହିଳାଙ୍କୁ ୫୦ ଥର ଅପହରଣ କରିଛନ୍ତି ଏଲିଅନ୍‌: ବଖାଣିଲେ ଅନୁଭୂତି…

ଲଣ୍ଡନ,୧୦।୫: ଏଲଅନ୍‌ଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋମାଞ୍ଚକର ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଥାଏ। ଏବେ ଜଣେ ବ୍ରିଟିଶ୍‌ ମହିଳା ତାଙ୍କୁ ୫୦ ଥର ଏଲିଅନ୍‌ମାନେ...

ନଦୀରେ ଭାସୁଛି ୫ ମହଲା ବିଶିଷ୍ଟ ହୋଟେଲ, ଭିଡିଓ ଭାଇରାଲ

ଚାଇନାର ୟାଙ୍ଗ୍‌ଜି ନଦୀରେ ୫ମହଲା ବିଶିଷ୍ଟ ହୋଟେଲ ଭାସୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଲାଗିବ ଯେମିତି ବଢ଼ିପାଣିରେ...

ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳିପାରିବେ ଛୋଟପିଲା,ସରକାରଙ୍କ ଘୋଷଣା…

ବେଜିଂ,୩୧।୮: ଏଣିକି ଛୋଟ ପିଲା ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳି ପାରିବେ। ଏନେଇ ଚାଇନା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଛୋଟ...

Advertisement
Archives

Model This Week