Posted inଖେଳ

ମେମ୍ବର ଆସୋସିଏଶନଙ୍କୁ ଫିଫା ଆଗୁଆ ଅର୍ଥ ପ୍ରଦାନ କରିବ

ଲାଉସେନ,୨୫।୪(ଏପି): କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କରୋନା ଭାଇରସ ପାଇଁ ଦେଖାଦେଇଥିବା ସ୍ଥିତିର ମୁକାବିଲ ପାଇଁ ଖର୍ଚ୍ଚ ଚଳାଇବାକୁ ଫିଫା ସବୁ ମେମ୍ବର ଆସୋସିଏଶନଗୁଡିକୁ ୫ ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ଘୋଷଣା କରିଛି। ୨୧୧ ମେମ୍ବର ଆସୋସିଏଶନଗୁଡିକ ମଧ୍ୟ ପ୍ରତ୍ୟେକ ଆସୋସିଏଶନ ୬ ମିଲିୟନ ଡଲାର ଲେଖାଏ ପାଇବାକୁ ହକ୍‌ଦାର ହେବେ। ଫିଫା ବିଶ୍ୱକପ୍‌ ପ୍ରତି ୪ ବର୍ଷରେ ଥରେ ଆୟୋଜନ ହୋଇଥାଏ। ଫଳରେ ଏହି ଅର୍ଥ ୪ ବର୍ଷରେ ହିଁ ଖର୍ଚ୍ଚ କରାଯିବ।
ଏହି ଅର୍ଥ ବିଭିନ୍ନ ମାନଦଣ୍ଡକୁ ବିଚାର କରି ପ୍ରଦାନ କରାଯିବ ଓ ଏହାର ଅଡିଟ୍‌ ମଧ୍ୟ କରାଯିବ ବୋଲି ଫିଫା କହିଛି। ଅର୍ଥ ଆବଶ୍ୟକ କରୁଥିବା ମେମ୍ବର ଆସୋସିଏଶନଗୁଡିକୁ ଏହି ଅର୍ଥ ମିଳିବା ଉପରେ ଫିଫା ଜୋର ଦେଇଛି। ଫିଫାର ଇମର୍ଜେନ୍ସି ଫଣ୍ଡ ବା ଆପାତକାଳୀନ ଅର୍ଥରାଶି ୨.୭ ବିଲିୟନ ଆମେରିକୀୟ ଡଲାରରୁ ଆବଶ୍ୟକ ପଡିଲେ ପର୍ଯ୍ୟାପ୍ତ ପରିମାଣ ଅର୍ଥ ଖର୍ଚ୍ଚ କରାଯିବ ବୋଲି ପୂର୍ବରୁ ଫିଫା କହିସାରିଛି। ପରବର୍ତ୍ତୀ କିସ୍ତି ପ୍ରଦାନର ତାରିଖ ଜୁଲାଇରେ ରହିଛି। ଗତବର୍ଷର ବାକି ଅର୍ଥ ସହିତ ଏହି କିସ୍ତିରେ ସବୁ ପରିମାଣର ଅର୍ଥ ପ୍ରଦାନ କରାଯିବ ବୋଲି ଫିଫା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା: ୨୭ ପଦକ ସହ ସୁନ୍ଦରଗଡ଼ ଚାମ୍ପିୟନ

ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ...

‘ସହଜରେ ମିଳି ନ ଥିଲା ବିଜୟ’

ଜେୟପୁର,୧୮।୧୧: ସଓ୍ବାଇ ମାନ ସିଂ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିଜୟ...

ମୋର ଭାଗ୍ୟ ଯେ ମୁଁ ଜଣେ ଭାରତୀୟ: ଧୋନୀ

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଅପିଲ କ୍ରମେ ‘ହର୍‌ ଘର୍‌...

କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ

ଇନ୍ଦୋର, ୨୬ା୭ (ପି.ଟି.)-କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପୂର୍ବତନ ଅମ୍ପାୟର ରାଜୀବ ରିସୋଦକର। ମର୍ଯ୍ୟାଦାପୂର୍ଣ୍ଣ ମେରିଲ୍‌ବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)ର...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୫ମ ସ୍ଥାନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ରୁଷିଆ ୫ମ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ଲେସିଂ...

ଦକ୍ଷିଣ ଆଫ୍ରିକା କ୍ରିକେଟର ପାର୍ଟନର ହେଲା ‘ଅମୁଲ’

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଭାରତ ଚଳିତ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଭାରତର ପ୍ରମୁଖ ଡାଏରୀ କମ୍ପାନୀ ‘ଅମୁଲ‘ କ୍ରିକେଟ ଦକ୍ଷିଣ...

କୋହଲିଙ୍କ ନିଷ୍ପତ୍ତି ଉପରେ ଗାଙ୍ଗୁଲି କ’ଣ କହିଲେ

ନୂଆଦିଲ୍ଲୀ,୧୬।୧: ଦକ୍ଷିଣ ଆଫ୍ରିକାଠାରୁ ୨-୧ ବ୍ୟବଧାନରେ ଟେଷ୍ଟ ସିରିଜ୍‌ ହାରିବାର ଦିନକ ପରେ ବିରାଟ କୋହଲି ଭାରିତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି।...

ଶୂନରେ ଆଉଟ୍‌ ହେବାପରେ ସହଜ କ୍ୟାଚ୍‌ ଛାଡ଼ିଲେ ପୃଥ୍ବୀ ଶ: ରାଗିଗଲେ କୋହଲି

ଆଡିଲେଡ୍‌,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ଅଧିନାୟକ ବିରାଟ କୋହଲୀ ଟସ୍‌ ଜିତି...

Advertisement
Archives

Model This Week