କୋରାପୁଟ,୧୮।୪(ସ୍ବ.ପ୍ର.): କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ୧୧ ବର୍ଷର ଝିଅ ହଠାତ୍ ନିଖୋଜ ହେବା ସହ ପରଦିନ ଉଦ୍ଧାର ହୋଇଥିଲା। ତାଙ୍କୁ ନେଇଯାଇଥିବା ଅଭିଯୁକ୍ତ ଜଣଙ୍କୁ ମଙ୍ଗଳବାର ସହରବାସୀ କାବୁକରି ଟାଉନଥାନା ଜିମା ଦେଇଛନ୍ତି। ଅଭିଯୁକ୍ତଙ୍କ ଘର ଗୁଣପୁର ଅଞ୍ଚଳ। ଛୋଟ ପିଲାଙ୍କୁ ଚୋରି କରି ବାହାରେ ବିକ୍ରି କରିବା ରାକେଟରେ ସମ୍ପୃକ୍ତି ରହିଥିବା ସନ୍ଦେହ କରି ଅଟକ ବ୍ୟକ୍ତିଙ୍କୁ ଜେରା କରୁଛି ପୋଲିସ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କର୍କଟ ରୋଗ ବିଭାଗରୁ ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ତାଙ୍କ ବାପା ଯୋଗେନ୍ଦ୍ର ଟାକ୍ରୀ ଟାଉନ ଥାନାରେ ଏତଲା ଦେଇଥିଲେ। ସେହିଦିନ ବାପା ସୁବାସ ଖରା ହସପିଟାଲରେ ଭର୍ତ୍ତି ହୋଇଥିବା ଯୋଗୁଁ ଯୋଗେନ୍ଦ୍ର ଓ ତାଙ୍କ ଝିଅ ସେଠାରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସେହି ବିଭାଗକୁ ଆସି ମୋବାଇଲ ଚାର୍ଜ କରିବା ଆଳରେ ‘ବେହେରା ଡାକ୍ତର ମେଡିସିନ ଲେଖିଛନ୍ତି, ଚାଲ ନେଇକି ଆସିବା’ ବୋଲି କହି ନାବାଳିକା ଜଣଙ୍କୁ ନେଇଯାଇଥିବା ଯୋଗେନ୍ଦ୍ରଙ୍କ ସ୍ତ୍ରୀ ମଙ୍ଗଳଦେଇ ଖରା କହଛନ୍ତି। ପରେ ଝିଅକୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ଯୋଗେନ୍ଦ୍ର ଟାଉନ ଥାନାରେ ଏତଲା ଦେଇଥିଲେ। ତେବେ ୧୨ ତାରିଖ ସକାଳେ କୋରାପୁଟ ଷ୍ଟେସନରୁ ତାଙ୍କ ନାବାଳିକା କନ୍ୟା ଉଦ୍ଧାର ହୋଇଥିଲା। ନାବାଳିକାଙ୍କଠାରୁ ଘଟଣା ସଂପର୍କରେ ସବୁ ଶୁଣିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ନେଇଥିଲା, ତାହାର ତଦନ୍ତ ଚଳାଇଥିଲା ପୋଲିସ। ମଙ୍ଗଳବାର ବିଳମ୍ବିତ ରାତିରେ ନାବାଳିକାଙ୍କୁ ନେଇଥିବା ବ୍ୟକ୍ତି ଜଣକ କୋରାପୁଟ ମେଡିକାଲ ଅଞ୍ଚଳରେ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ତାଙ୍କୁ କାବୁକରି ମାଡ଼ ମରାଯାଇଥିଲା। ଏହାପରେ ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଅଟକ ରଖି ଜେରା କରୁଛି।

କାଶୀପୁର ପରେ ଅନ୍ୟ ବ୍ଲକକୁ ବ୍ୟାପୁଛି: କଲ୍ୟାଣସିଂହପୁରରେ ୮ ଝାଡ଼ାବାନ୍ତିରେ ଆକ୍ରାନ୍ତ
ରାୟଗଡ଼ା ଅଫିସ,୨୯ା୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କଲେରା ନିୟନ୍ତ୍ରଣକୁ ଆସି ନ ଥିବାବେଳେ ନିକଟସ୍ଥ କଲ୍ୟାଣସିଂହପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଲାଣି। ବୁଡ଼ାଗୁଡ଼ା ପଞ୍ଚାୟତରୁ ୮...

୩ ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି,୧୯।୪ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମଙ୍ଗଳ କୁଞ୍ଜାମି୍, ବୁଦୁରା ମାଡକାମି...

ଜୀବନ ଜୀବିକାକୁ ନେଇ ଅସହାୟ ଯୋଗୀ
ପାରଳାଖେମୁଣ୍ଡି,୧୯।୫(ସ୍ବ.ପ୍ର.): ଗୋଟିଏ ପଟେ ଗୋଡ଼ ହରାଇଥିବା ସ୍ତ୍ରୀ, ଅନ୍ୟପଟେ ଜନ୍ମରୁ ଦୃଷ୍ଟିହୀନ ଝିଅ। ଏହି ଦୁଇଜଣଙ୍କୁ ନେଇ ବଡ଼ କଷ୍ଟରେ ଦିନ କାଟୁଛନ୍ତି ଯୋଗୀ। ଆର୍ଥତ୍କ...

ଦୃଷ୍ଟି ଆଢୁଆଳରେ ‘ହାଲୁଆ ଜଳ ପ୍ରପାତ’
ରାୟଗଡ଼ା ଅଫିସ , ୧୨ା୧୨-ରାୟଗଡ଼ା ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିମଧ୍ୟରୁ ଅନେକ ଲୋକଲୋଚନକୁ ଆସିପାରୁନାହିଁ। ପର୍ଯ୍ୟଟନସ୍ଥଳୀର ଉନ୍ନତି ନେଇ ସରକାର ଲକ୍ଷ...

ପାରିବାରିକ ଅଶାନ୍ତି: ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିବା ପରେ ଟାଙ୍ଗିଦେଲେ ସ୍ବାମୀ
କୋରାପୁଟ,୧୬ା୭(ସ୍ବ.ପ୍ର.): ଦମ୍ପତିଙ୍କ ଭିତରେ ପାଟିତୁଣ୍ଡ ଚାଲେ। କିନ୍ତୁ ମଙ୍ଗଳବାର ଏହି ପାରିବାରିକ ଅଶାନ୍ତି ଉଗ୍ର ରୂପ ନେଇଥିଲା। କ୍ରୋଧରେ ଉନ୍ମତ୍ତ ସ୍ବାମୀ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି...

କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କୋରାପୁଟ,୨୪।୭(ସ୍ବ.ପ୍ର.): ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ନାବାଳିକା, ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ସହ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବୁଧବାର କୋରାପୁଟ...

କୋଇଲା ବୋଝେଇ ଟ୍ରେନ୍ରୁ ୨ ବଗି ଅଲଗା
ରାୟଗଡ଼ା ଅଫିସ,୧୬।୧: ବିଷମକଟକ ଓ ସାନ ସାର୍ତେଲି ଷ୍ଟେଶନ ମଧ୍ୟରେ ଏକ ମାଲବାହୀ ଟ୍ରେନ୍ରୁ ୨ଟି ବଗି ଅଲଗା ହୋଇଯାଇଛି। ଫଳରେ ଉକ୍ତ ଟ୍ରାକ୍ରେ ଟେନ୍...

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଧର୍ମଘଟ
ରାୟଗଡ଼ା ଅଫିସ,୩୧।୧: ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା...