ମୁହଁ ମୋଡ଼ିଛନ୍ତି ୬ ପ୍ରତିଶତ ମତଦାତା

ଅନୁଗୋଳ ଅଫିସ, ୨୮।୫୧୯ ବର୍ଷ ହେଲା ବିଜେଡି ଅନୁଗୋଳ ନିର୍ବାଚନମଣ୍ଡଳୀକୁ ନିଜର ଗଡ଼ କରିଆସିଛି। ୨୦୦୦ ମସିହାରେ ଅଦ୍ୱୈତ୍ୟ ପ୍ରସାଦ ସିଂ ବିଜେଡିରୁ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଅଦ୍ୱୈତ୍ୟ ପ୍ରସାଦଙ୍କ ପୁଅ ରଜନୀକାନ୍ତ ସିଂ ବିଜେଡି ପ୍ରାର୍ଥୀ ଭାବେ ଏଠାରୁ କ୍ରମାଗତ ବିଜୟଲାଭ କରିଆସୁଛନ୍ତି। ଚଳିତ ନିର୍ବାଚନରେ ତାଙ୍କର ୪ର୍ଥ ବିଜୟ ଏକ ରେକର୍ଡ। କିନ୍ତୁ ଦଳ ଏଠାରେ ଜିତୁଥିଲେ ବି କ୍ରମାଗତ ଭାବେ ଭୋଟ ହାର ହ୍ରାସ ପାଉଛି। ଗତ ୩ଟି ନିର୍ବାଚନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହେଉଛି। ୨୦୦୯ରୁ ୨୦୧୪ ମଧ୍ୟରେ ବିଜେଡି ଅନୁଗୋଳରେ ୨ ପ୍ରତିଶତ ଭୋଟରଙ୍କୁ ହରାଇଛି। ସେହିପରି ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ଦଳ ୬ ପ୍ରତିଶତ କମ୍‌ ଭୋଟ ପାଇଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। ଚଳିତ ନିର୍ବାଚନରେ କଂଗ୍ରେସ ଭୋଟ ହାର ୧୫ ପ୍ରତିଶତ ହ୍ରାସ ପାଇଥିଲେ ବି ଦଳୀୟ ପ୍ରାର୍ଥୀ ଅମାନତ ହରାଇବାରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ବିଜୟଠାରୁ ୮୮୨୩ ଭୋଟ ଦୂରରେ ରହିଥିବା ଭାଜପା ସର୍ବାଧିକ ଲାଭବାନ ହୋଇଛି। ୨୦୧୪ ତୁଳନାରେ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ୨୨ ପ୍ରତିଶତ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
୨୦୦୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଅନୁଗୋଳ ନିର୍ବାଚନମଣ୍ଡଳୀରେ ମୋଟ୍‌ ୧ଲକ୍ଷ ୨୩ ହଜାର ୫୨୧ ମତଦାତା ମତଦାନ କରିଥିଲେ। ଭୋଟ୍‌ ହାର ଥିଲା ୬୭.୫। ସେଥିରୁ ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ ୪୯.୭୦ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ମୋଟ୍‌ ୬୧,୩୮୧ ଭୋଟ ପାଇଥିଲେ। ସେହିପରି କଂଗ୍ରେସର ସଂଗ୍ରାମ କେଶରୀ ମିଶ୍ର ୩୩.୧୩ ପ୍ରତିଶତ ଅର୍ଥାତ୍‌ ୪୦,୯୧୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ସେତେବେଳେ ଭାଜପା ପ୍ରାର୍ଥୀ ହୋଇଥିବା ମୀନକେତନ ଅମାନ୍ତ ମାତ୍ର ୯.୫୦ ପ୍ରତିଶତ ଭୋଟ ପାଇପାରିଥିଲେ। ତାଙ୍କୁ ମାତ୍ର ୧୧,୭୩୧ ଖଣ୍ଡ ଭୋଟ ମିଳିଥିଲା।
ସେହିପରି ୨୦୧୪ରେ ମୋଟ୍‌ ୧ଲକ୍ଷ ୫୧ ହଜାର ୧୯୨ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବାବେଳେ ମତଦାନ ହାର ଥିଲା ୭୭.୦୮। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଜନୀକାନ୍ତ ସିଂ ୪୭.୮୭ ପ୍ରତିଶତ ଅର୍ଥାତ୍‌ ୭୨,୩୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଦ୍ୱିତୀୟ ସ୍ଥାନରେ ଥିଲେ ବି ଦଳ ପୂର୍ବଥର ଅପେକ୍ଷା ୧ ପ୍ରତିଶତ ଅଧିକ ଭୋଟ ପାଇଥିଲା। ପ୍ରତାପଙ୍କୁ ୩୪.୪୨ ପ୍ରତିଶତ ଅର୍ଥାତ୍‌ ୫୨୦୩୬ ଭୋଟ ମିଳିଥିଲା। ଭାଜପା ଭୋଟ ହାର ମଧ୍ୟ ୪ ପ୍ରତିଶତ ବଢ଼ି ୧୩.୧୯ ହୋଇଥିଲା। ଦଳୀୟ ପ୍ରାର୍ଥୀ ଥିବା ମୀନକେତନ ଅମାନ୍ତ ୧୯,୯୪୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।
ତେବେ ୨୦୧୯ ନିର୍ବାଚନରେ ଦଳୀୟ ଭୋଟ ହାରରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ବିଜେଡି ନିଜର ୬ ପ୍ରତିଶତ ଭୋଟରଙ୍କୁ ହରାଇଥିବା ବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରୁ ୧୫ ପ୍ରତିଶତ ହ୍ରାସ ପାଇ ଏକାବେଳେ ତୃତୀୟ ସ୍ଥାନକୁ ଖସି ଆସିଛି। ଭାଜପା ତୃତୀୟରୁ ୨୨ ପ୍ରତିଶତ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଭୋଟ ହାରରେ ଏପରି ହ୍ରାସ ବୃଦ୍ଧି ସତ୍ତ୍ୱେ ବିଜେଡି ନିଜ ଗଡ଼ ବଜାୟ ରଖିଛି। ଚଳିତଥର ଜିଲାରେ ୧ ଲକ୍ଷ ୬୩ ହଜାର ୬୪୯ ଜଣ ମତଦାତା ମତଦାନ କରିଛନ୍ତି। ଭୋଟ ପ୍ରତିଶତ ରହିଛି ୭୭.୩୭। ସେଥିରୁ ୪୧.୩୬ ପ୍ରତିଶତ ଅର୍ଥାତ୍‌ ୬୫,୩୮୮ ଖଣ୍ଡ ଭୋଟ ପାଇ ରଜନୀକାନ୍ତ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ୧୯.୩୪ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କୁ ମାତ୍ର ୩୦,୫୭୨ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ଛାଡ଼ି ଭାଜପାରୁ ଲଢ଼ିଥିବା ପ୍ରତାପ ଚନ୍ଦ୍ର ପ୍ରଧାନ ୩୫.୭୮ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କୁ ୫୬,୫୬୫ ମତଦାତା ଭୋଟ ଦେଇ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri