ମୁହଁ ମୋଡ଼ିଛନ୍ତି ୬ ପ୍ରତିଶତ ମତଦାତା

ଅନୁଗୋଳ ଅଫିସ, ୨୮।୫୧୯ ବର୍ଷ ହେଲା ବିଜେଡି ଅନୁଗୋଳ ନିର୍ବାଚନମଣ୍ଡଳୀକୁ ନିଜର ଗଡ଼ କରିଆସିଛି। ୨୦୦୦ ମସିହାରେ ଅଦ୍ୱୈତ୍ୟ ପ୍ରସାଦ ସିଂ ବିଜେଡିରୁ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଅଦ୍ୱୈତ୍ୟ ପ୍ରସାଦଙ୍କ ପୁଅ ରଜନୀକାନ୍ତ ସିଂ ବିଜେଡି ପ୍ରାର୍ଥୀ ଭାବେ ଏଠାରୁ କ୍ରମାଗତ ବିଜୟଲାଭ କରିଆସୁଛନ୍ତି। ଚଳିତ ନିର୍ବାଚନରେ ତାଙ୍କର ୪ର୍ଥ ବିଜୟ ଏକ ରେକର୍ଡ। କିନ୍ତୁ ଦଳ ଏଠାରେ ଜିତୁଥିଲେ ବି କ୍ରମାଗତ ଭାବେ ଭୋଟ ହାର ହ୍ରାସ ପାଉଛି। ଗତ ୩ଟି ନିର୍ବାଚନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହେଉଛି। ୨୦୦୯ରୁ ୨୦୧୪ ମଧ୍ୟରେ ବିଜେଡି ଅନୁଗୋଳରେ ୨ ପ୍ରତିଶତ ଭୋଟରଙ୍କୁ ହରାଇଛି। ସେହିପରି ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ଦଳ ୬ ପ୍ରତିଶତ କମ୍‌ ଭୋଟ ପାଇଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। ଚଳିତ ନିର୍ବାଚନରେ କଂଗ୍ରେସ ଭୋଟ ହାର ୧୫ ପ୍ରତିଶତ ହ୍ରାସ ପାଇଥିଲେ ବି ଦଳୀୟ ପ୍ରାର୍ଥୀ ଅମାନତ ହରାଇବାରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ବିଜୟଠାରୁ ୮୮୨୩ ଭୋଟ ଦୂରରେ ରହିଥିବା ଭାଜପା ସର୍ବାଧିକ ଲାଭବାନ ହୋଇଛି। ୨୦୧୪ ତୁଳନାରେ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ୨୨ ପ୍ରତିଶତ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
୨୦୦୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଅନୁଗୋଳ ନିର୍ବାଚନମଣ୍ଡଳୀରେ ମୋଟ୍‌ ୧ଲକ୍ଷ ୨୩ ହଜାର ୫୨୧ ମତଦାତା ମତଦାନ କରିଥିଲେ। ଭୋଟ୍‌ ହାର ଥିଲା ୬୭.୫। ସେଥିରୁ ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ ୪୯.୭୦ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ମୋଟ୍‌ ୬୧,୩୮୧ ଭୋଟ ପାଇଥିଲେ। ସେହିପରି କଂଗ୍ରେସର ସଂଗ୍ରାମ କେଶରୀ ମିଶ୍ର ୩୩.୧୩ ପ୍ରତିଶତ ଅର୍ଥାତ୍‌ ୪୦,୯୧୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ସେତେବେଳେ ଭାଜପା ପ୍ରାର୍ଥୀ ହୋଇଥିବା ମୀନକେତନ ଅମାନ୍ତ ମାତ୍ର ୯.୫୦ ପ୍ରତିଶତ ଭୋଟ ପାଇପାରିଥିଲେ। ତାଙ୍କୁ ମାତ୍ର ୧୧,୭୩୧ ଖଣ୍ଡ ଭୋଟ ମିଳିଥିଲା।
ସେହିପରି ୨୦୧୪ରେ ମୋଟ୍‌ ୧ଲକ୍ଷ ୫୧ ହଜାର ୧୯୨ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବାବେଳେ ମତଦାନ ହାର ଥିଲା ୭୭.୦୮। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଜନୀକାନ୍ତ ସିଂ ୪୭.୮୭ ପ୍ରତିଶତ ଅର୍ଥାତ୍‌ ୭୨,୩୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଦ୍ୱିତୀୟ ସ୍ଥାନରେ ଥିଲେ ବି ଦଳ ପୂର୍ବଥର ଅପେକ୍ଷା ୧ ପ୍ରତିଶତ ଅଧିକ ଭୋଟ ପାଇଥିଲା। ପ୍ରତାପଙ୍କୁ ୩୪.୪୨ ପ୍ରତିଶତ ଅର୍ଥାତ୍‌ ୫୨୦୩୬ ଭୋଟ ମିଳିଥିଲା। ଭାଜପା ଭୋଟ ହାର ମଧ୍ୟ ୪ ପ୍ରତିଶତ ବଢ଼ି ୧୩.୧୯ ହୋଇଥିଲା। ଦଳୀୟ ପ୍ରାର୍ଥୀ ଥିବା ମୀନକେତନ ଅମାନ୍ତ ୧୯,୯୪୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।
ତେବେ ୨୦୧୯ ନିର୍ବାଚନରେ ଦଳୀୟ ଭୋଟ ହାରରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ବିଜେଡି ନିଜର ୬ ପ୍ରତିଶତ ଭୋଟରଙ୍କୁ ହରାଇଥିବା ବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରୁ ୧୫ ପ୍ରତିଶତ ହ୍ରାସ ପାଇ ଏକାବେଳେ ତୃତୀୟ ସ୍ଥାନକୁ ଖସି ଆସିଛି। ଭାଜପା ତୃତୀୟରୁ ୨୨ ପ୍ରତିଶତ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଭୋଟ ହାରରେ ଏପରି ହ୍ରାସ ବୃଦ୍ଧି ସତ୍ତ୍ୱେ ବିଜେଡି ନିଜ ଗଡ଼ ବଜାୟ ରଖିଛି। ଚଳିତଥର ଜିଲାରେ ୧ ଲକ୍ଷ ୬୩ ହଜାର ୬୪୯ ଜଣ ମତଦାତା ମତଦାନ କରିଛନ୍ତି। ଭୋଟ ପ୍ରତିଶତ ରହିଛି ୭୭.୩୭। ସେଥିରୁ ୪୧.୩୬ ପ୍ରତିଶତ ଅର୍ଥାତ୍‌ ୬୫,୩୮୮ ଖଣ୍ଡ ଭୋଟ ପାଇ ରଜନୀକାନ୍ତ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ୧୯.୩୪ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କୁ ମାତ୍ର ୩୦,୫୭୨ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ଛାଡ଼ି ଭାଜପାରୁ ଲଢ଼ିଥିବା ପ୍ରତାପ ଚନ୍ଦ୍ର ପ୍ରଧାନ ୩୫.୭୮ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କୁ ୫୬,୫୬୫ ମତଦାତା ଭୋଟ ଦେଇ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri