ମୁହଁରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଜିକାଲିର ଖାଦ୍ୟପାନୀୟ ଓ ହର୍ମାନ ଇନ୍‌ବାଲାନ୍ସରୁ କେତକଙ୍କ ମୁହଁରେ ଅନାବଶ୍ୟକ କେଶ ଉଠିଥାଏ। ଏହା ଅସୁନ୍ଦର ଦେଖାଯିବା ସହ ବେଳେବେଳେ ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥାଏ। ହେଲେ ବର୍ତ୍ତମାନ ଆଧୁନିକ ଶୈଳୀରେ ଏହାକୁ ମୁହଁରୁ ହଟାଇ ଦିଆଯାଇ ପାରୁଛି। କିନ୍ତୁ ଏହା କ୍ଷଣସ୍ଥାୟୀ, କିଛି ସମୟ ପରେ ପୁଣି ଏହାକୁ ମୁହଁରେ ଦେଖିବାକୁ ମିଳିଥାଏ। ତେଣୁ ଏଥିରୁ ଲମ୍ବା ସମୟ ପର୍ଯ୍ୟନ୍ତ ମୁକ୍ତି ଚାହୁଁଥିଲେ ଆପଣାନ୍ତୁ କିଛି ଘରୋଇ ଉପାୟ। ଯାହାକୁ ପ୍ରାକୃତିକ ଉପାୟ ଦ୍ୱାରା ଏହାର ଗ୍ରୋଥ୍‌କୁ କମାଯାଇପାରିବ। ବହୁ ସମସ୍ୟାର ସମାଧାନ ରୋଷେଇ ଘରେ ହିଁ ଲୁଚି ରହିଥାଏ। ହେଲେ ଆମେ ଜାଣିପାରୁନା। ଏହି ସମସ୍ୟା ପାଇଁ ଚନ୍ଦନର ପ୍ୟାକ୍‌ ସବୁଠାରୁ ଲାଭଦାୟକ। ଏହାକୁ ଘରେ ବହୁ ସହଜରେ ତିଆରି କରି ବ୍ୟବହାର ମଧ୍ୟ କରାଯାଇପାରିବ।


କମଳାର ଚୋପା: ମୁହଁରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଏକ ଘରୋଇ ଫେସ୍‌ମାସ୍କ ତିଆରି କରନ୍ତୁ। ଏଥିପାଇଁ ପ୍ରଥମେ ଚନ୍ଦନ ପାଉଡର ସହ କମଳା ଚୋପା ପାଉଡର, ସାଗୁଆ ମୁଗ ଡାଲି ପାଉଡର, ଗୋଲାପ ଜଳ ଓ ଲେମ୍ବୁକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ସୁଖିଗଲା ପରେ ଏହାକୁ ଧିରେ ଧିରେ ମସାଜ୍‌ କରି ପାଣିରେ ଧୋଇ ଦିଅନ୍ତୁ।


ଓ୍ବାକ୍ସ: ଅନାବଶ୍ୟକ କେଶ ହଟାଇବା ପାଇଁ ଘରେ ପ୍ରାକୃତିକ ଉପାୟରେ ଓ୍ବାକ୍ସ ତିଆରି କରିପାରିବେ। ଏଥିପାଇଁ ୫୦୦ଗ୍ରାମ୍‌ ଚିନି, ଲେମ୍ବୁ ରସ ବଜାରରେ ମିଳୁଥିବା ଓ୍ବାକ୍ସ ଷ୍ଟ୍ରିପ୍‌ ଓ ଛୁରୀ ଆବଶ୍ୟକ। ପ୍ରଥମେ ଚିନିକୁ ଲେମ୍ବୁ ରସରେ ମିଶାଇ ଦିଅନ୍ତୁ, ଏହାକୁ ଭଲ କରି ଫେଣ୍ଟି ଏକ କଢ଼େଇରେ ଗରମ କରନ୍ତୁ। ଯେପର୍ଯ୍ୟନ୍ତ ଚିନିର ରଙ୍ଗ ନ ବଦଳିଛି ବା ଗାଢ଼ା ରଙ୍ଗ ନ ହେଇଛି ସେପର୍ଯ୍ୟନ୍ତ ତାକୁ ଗରମ କରନ୍ତୁ। ଚିନି ଗାଢ଼ା ରଙ୍ଗ ହୋଇଯିବା ପରେ ଏଥିରେ ଗ୍ଲିସେରିନ୍‌ ମିଶାଇ ଏକ ହିଟ୍‌ ପ୍ରୁଫ୍‌ କଣ୍ଟେନରରେ ସାଇତିକି ରଖିଦିଅନ୍ତୁ। ଏହି ମିଶ୍ରଣକୁ ଓଠର ଉପର ଭାଗରେ ଓ ଥୋଡିରେ ଛୁରୀ ସାହଯ୍ୟରେ ଲଗାନ୍ତୁ। ପରେ ଏହାକୁ ଷ୍ଟ୍ରିପ୍‌ ସାହାଯ୍ୟରେ ସେହି ମିଶ୍ରଣ ଉପରେ ରଖି ଟାଣି ଉଠାଇ ଦିଅନ୍ତୁ। ଏହାଦ୍ୱାରା ଏହାର ଗ୍ରୋଥ୍‌ କମିଯିବ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଅନାବଶ୍ୟକ କେଶ ଆଉ ମୁହଁରେ ଉଠିବ ନାହିଁ।
ଓଟ୍ସ ଓ କଳା ଜିରାର ସ୍କ୍ରବ୍‌: ସେହିପରି କଞ୍ଚା କ୍ଷୀର, କଳା ଜିରା, ମହୁ ଓ ଓଟ୍ସ ପାଉଡର୍‌ରେ ମଧ୍ୟ ମୁହଁରୁ ଅନାବଶ୍ୟକ କେଶ ହଟାଯାଇପାରିବ। ଏଥିପାଇଁ ପ୍ରଥମେ କଞ୍ଚା କ୍ଷୀରରେ କଳାଜିରାକୁ ଭିଜାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଯେତେବେଳେ କଳାଜିରା ନରମ ହୋଇଯିବ ସେଥିରେ ଓଟ୍ସ ପାଉଡର ଓ ମହୁ ମିଶାନ୍ତୁ। ମୁହଁରେ ଏହି ମିଶ୍ରଣକୁ ଲଗାଇ ସୁଖିବାକୁ ଦିଅନ୍ତୁ। ଶୁଖିଗଲା ପରେ ଏହାକୁ ଟିକେ ମସାଜ୍‌ କରି ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ ଦେଖିବେ ବହୁ ଲାଭ ମିଳିବ। ଏହି ସବୁ ଉପାୟ ପ୍ରାକୃତିକ ହୋଇଥିବାରୁ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ମଧ୍ୟ ଭୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

ହଜାରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ; ବର୍ତ୍ତମାନ ଇରାନରେ ବଡ଼ ବିସ୍ଫୋରଣ, ପ୍ରତିକ୍ରିୟା ରଖିଲା ତେହରାନ

ତେରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘୧,୦୦୦ କ୍ଷେପଣାସ୍ତ୍ର’ ସମ୍ପର୍କରେ ଇରାନକୁ ଚେତାବନୀ ଦେବା ପରେ ଇରାନର ରାଜଧାନୀ ତେହରାନର ପୂର୍ବ ଭାଗରେ ବିସ୍ଫୋରଣର ଶବ୍ଦ ଶୁଣିବା…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri