ମିଶନରେ କେନ୍ଦୁଝର ବୈଜ୍ଞାନିକ ଅଟଳକୃଷ୍ଣ

କେନ୍ଦୁଝର, ୨୧ା୮(ସ୍ବ.ପ୍ର.)-ଚନ୍ଦ୍ରାୟନ-୨ରେ କେନ୍ଦୁଝର ଜିଲାର ଯୁବ ବୈଜ୍ଞାନିକ ଅଟଳକୃଷ୍ଣ ଖଟୁଆଙ୍କ ଉଦ୍ୟମ ଏବେ ରାଜ୍ୟ ପାଇଁ ଗୌରବ ଆଣିଛି। ଅଟଳକୃଷ୍ଣ ଇସ୍ରୋର ରିଲାଇବିଲିଟି ବିଭାଗରେ ଦୀର୍ଘ ୬ ବର୍ଷ ହେଲା ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଏଥିପାଇଁ ତାଙ୍କୁ ସବୁବେଳେ ଥିରୁବନନ୍ତପୁରମ୍‌ରୁ ଶ୍ରୀହରିକୋଟା ଯିବାକୁ ପଡ଼ୁଥିଲା। ବିଶେଷ କରି ଚନ୍ଦ୍ରାୟନ-୨ ପାଇଁ କ୍ରାୟୋଜନିକ ଷ୍ଟେଜ ଓ ଥର୍ମାଲ ପ୍ରୋଟେକ୍‌ସନ ସିଷ୍ଟମ ବିଭାଗରେ ସେ କାମ କରୁଛନ୍ତି। କ୍ରାୟୋଜନିକ ଷ୍ଟେଜରେ ସେ ତରଳ ଇନ୍ଧନ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥା ଦାୟିତ୍ୱରେ ନିୟୋଜିତ ଥିଲେ।
ଅଟଳକୃଷ୍ଣଙ୍କ ଘର କେନ୍ଦୁଝର ସହର ମାଗୁରଗାଡିଆ ସାହିରେ। ତାଙ୍କ ବାପା ଇଂ ଅମରବର ଖଟୁଆ ସର୍ଭେୟର ଭାବରେ କାମ କରୁଥିବାବେଳେ ମା’ ସରୋଜିନୀ ପୃଷ୍ଟି ଜଣେ ଅଧ୍ୟାପିକା ା ଭଉଣୀ ଅରୁନ୍ଧତୀ କେମିକାଲ ଇଞ୍ଜିନିୟର ଭାବେ ପୁଣେସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି। ଅଟଳ କେନ୍ଦୁଝରଗଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ପାସ କରି କଳିଙ୍ଗ ଭାରତୀ ଆବାସିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ଅଧ୍ୟୟନ କରିଥିଲେ। ଏହା ପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲଜି, ଥିରୁବନନ୍ତପୁରମ୍‌, କେରଳରୁ ବିଟେକ ଡିଗ୍ରୀ ହାସଲ କରି ଇସ୍ରୋରେ ବୈଜ୍ଞାନିକ ଭାବେ କାମ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ଘଣ୍ଟାପଡ଼ା,୧୮ା୪(ଡି.ଏନ୍‌.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍‌ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା।  ଫଳରେ ୧ ଘଣ୍ଟା...

୫.୭୦ଲକ୍ଷ ଲୁଟ୍‌ ଘଟଣା, ୫ଗିରଫ

ପାଟଣାଗଡ, ୨୫ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ ଗ୍ରାମ ନିକଟରେ ଗତ ୧୫ ତାରିଖ ସନ୍ଧ୍ୟାରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ...

ହସ୍ପିଟାଲ ଆଇସୋଲେଶନରେ ୨୮

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ଉପରେ ସରକାର କଡ଼ା ନଜର ରଖିଛନ୍ତି। ରବିବାର ସୁଦ୍ଧା ଓଡ଼ିଶାରେ ୭୬ ନମୁନା ପରୀକ୍ଷା ପାଇଁ...

କୃଷି, ଗ୍ରାମୀଣ ମଜଦୁର ସଂଘ ସମ୍ମିଳନୀ

ବ୍ରହ୍ମପୁର ଅଫିସ୍‌,୭ା୭-ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ଗଞ୍ଜାମ ଜିଲା ସମ୍ମିଳନୀ ଶନିବାର ସ୍ଥାନୀୟ ଏନ୍‌ଜିଓ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ସଭାପତି ରାଜେନ୍ଦ୍ର ନାଥ...

ବିଜେଡି ନୂଆ କାର୍ଯ୍ୟାଳୟର ଶୁଭ ଦେଲେ ନବୀନ

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜେଡି ରାଜ୍ୟ କାର୍ଯ୍ୟାଳୟର ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯିବାକୁ ସବୁ ପ୍ରକାର ପ୍ରସ୍ତୁତି...

ସାକ୍ଷୀଗୋପାଳ ମନ୍ଦିର, ବକୁଳବନର ଉନ୍ନତିକରଣରେ ଖର୍ଚ୍ଚ ହେବ ୭ କୋଟି

ସାକ୍ଷୀଗୋପାଳ,୨୮।୭(ଡି.ଏନ୍‌.ଏ.): ଐତିହ୍ୟ ପୀଠ ବିକାଶ ଯୋଜନାରେ ଉନ୍ନତିକରଣ ହେବ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଏବଂ ଐତିହାସିକ ବକୁଳବନ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ...

ଭବାନୀଶଙ୍କରଙ୍କୁ ଲକ୍ଷେ ବେଲପତ୍ର ଲାଗି: ବଡ଼ସିଂହାର ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଭବାନୀପାଟଣା,୧୩।୮(ଡି.ଏନ୍‌.ଏ.): ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଭବାନୀଶଙ୍କର ମହାଦେବଙ୍କ ନିକଟରେ ଏକ ଲକ୍ଷ ବେଲପତ୍ର ଲାଗି କରାଯାଇଛି। ରବିବାର...

ପ୍ଲାଜମା ଦାନ କରିବା ନେଇ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଅଗ୍ନିଶମ କର୍ମଚାରୀ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ...

Advertisement
Archives

Model This Week