ମିଳୁନି ବିଧବା ଭତ୍ତା: ଦୁଃଖରେ ଦିନ କାଟୁଛନ୍ତି ପୁଷ୍ପଲତା

ଆଠଗଡ, ୧୫।୧୨(ସ୍ବ.ପ୍ର.): ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତର ଗୋଡିଝରିଆ ଗ୍ରାମର ପୁଷ୍ପଲତା ବାରିକ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେ ବର୍ଷେ ହେବ ଏଥି ପାଇଁ ପ୍ରଶାସନ ପାଖକୁ ଦୌଡୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିପାରିନାହଁି। ଫଳରେ ଏହି ନିରାଶ୍ରୟ ମହିଳା ଜଣକ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ପ୍ରାୟ ବର୍ଷେ ପୂର୍ବେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ସ୍ବାମୀ ସୁରେନ୍ଦ୍ର ବାରିକଙ୍କ ମୃତ୍ୟୁ ଘଟିଥିଲା । ଏହାପରଠାରୁ ପୁଷ୍ପଲତାଙ୍କ ଦୁଃଖ କହିଲେ ନ ସରେ। ପରିବାର ପୋଷଣ ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଅନ୍ନପୂର୍ଣ୍ଣା ଯୋଜନାରେ ମିଳୁଥିବା ୩୫କିଲୋ ଚାଉଳରେ ପିଲାମାନଙ୍କ ପେଟକୁ ଦାନା ଗଣ୍ଡିଏ କଷ୍ଟରେ ଦେଉଥିବା ବେଳେ ଅନ୍ୟ କିଛି ଖର୍ଚ୍ଚ ପାଇଁ ପାଖରେ ଟଙ୍କା ନାହିଁ ବୋଲି ସେ କହିଛନ୍ତି । ଏନେଇ ପୁଷ୍ପଲତା ବିଧବା ଭତ୍ତା ନିମନ୍ତେ ତିଗିରିଆ ବ୍ଲକ କାର୍ଯ୍ୟାଳୟରୁ ଆରମ୍ଭକରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡିଛନ୍ତି। ଗତମାସରେ ତିଗିରିଆରେ ଆୟୋଜିତ ହୋଇଥିବା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ସେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୁକ୍ରବାର ସେ ବିଧବା ଭତ୍ତାପାଇଁ ଆଠଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଉପଜିଲାପାଳ କିମ୍ବା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟରେ ନ ଥିବାରୁ ନିରାଶ ହୋଇ ଫେରିଯାଇଥିଲେ। ଏ ସମ୍ପର୍କରେ ଉପଜିଲାପାଳ ଅମିୟ କୁମାର ସାହୁ ଓ ସାମାଜିକ ସୁରକ୍ଷା ଅଧିକାରୀ ଉମେଶ ଚନ୍ଦ୍ର ସାହୁଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଏହା ନମ୍ବର ନ ଲାଗିବାରୁ ଏହା ସମ୍ଭବ ହୋଇ ପାରି ନଥିଲା। ତୁରନ୍ତ ତିଗିରିଆ ବ୍ଲକ ପ୍ରଶାସନ ପକ୍ଷରୁ ପୁଷ୍ପଲତାଙ୍କୁ ବିଧବା ଭତ୍ତା ପ୍ରଦାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗୋଡିଝରିଆ ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ସାହି,୨୦ା୧୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧନାସାହି ଗ୍ରାମର ଜନୈକା ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ା ମୃତା ମହିଳା ଜଣକ ହେଲେ ସେହି...

ବନ୍ଧୁକ କାରବାରରେ କେବିଏନ୍‌ ଗ୍ୟାଙ୍ଗ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଅପରାଧ ଘଟାଇ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ବୁବୁ ଜେନାଙ୍କ କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ତଦନ୍ତବେଳେ କମିଶନରେଟ ପୋଲିସକୁ ସଫଳତା...

୫୨୦ ଜାତୀୟ ରାଜପଥ ଟ୍ରାଫିକ୍‌ ଜାମ୍‌ରେ ଫସିଲା ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ଯୋଡ଼ା,୧।୧୦ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ମଙ୍ଗଳବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।...

ଚିଲିକାରେ ଭାସିଲା ଗ୍ୟାସ୍‌ ସିଲିଣ୍ଡର

କୃଷ୍ଣପ୍ରସାଦ,୨୦ା୧୨(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଘାଟ ଚିଲିକାରେ ପୁଣି ଅଘଟଣ ଘଟିଛି। ସୋମବାର ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ତଳକୁ ଖସି ଡଙ୍ଗାରେ...

ଶ୍ରୀଜିଉଙ୍କ ଦର୍ଶନ କଲେ ସିଜେଆଇ

ପୁରୀ ଅଫିସ,୨୫।୯: ପୁରୀ ଗସ୍ତରେ ଆସିଥିବା ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି.ରମନା ଶନିବାର ସକାଳେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ସେ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ...

ପରିସ୍ରା ଯିବା ବାହାନା ଦେଖାଇ କଏଦୀ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି, ୧୨।୧୧(ବି.ପ୍ର/ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ବିଚାରଧୀନ କଏଦୀ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ତାଙ୍କ ନାମ ଅରୁଣ ହରିଜନ। ତାଙ୍କ...

ଘାଟିରେ ଅଟୋ ଓଲଟି ୩ ଗୁରୁତର

ଦାରିଙ୍ଗବାଡି/ବ୍ରାହ୍ମଣୀଗଁ।,୨୩।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗଁ। ଥାନା ପୁଇଗୁଡା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ...

 ସୀମାନ୍ତ ପରିଦର୍ଶନ କଲେ ପୂର୍ବାଞ୍ଚଳ ଆଇଜି

ବାରିପଦା ଅଫିସ, ୩୧ା୩- ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନକୁ କଡ଼ାକଡ଼ି ପାଳନ କରାଯିବା ସହିତ ସମସ୍ତ ରାଜ୍ୟ ଓ ଜିଲାର ସୀମାନ୍ତବର୍ତ୍ତୀ ସ୍ଥାନଗୁଡ଼ିକ ସିଲ୍‌...

Advertisement
Archives

Model This Week