ମାସକ ଭିତରେ ୩ ଗୁଳିକାଣ୍ଡ: ବସ୍‌ ମାଲିକଙ୍କୁ ଗୁଳିମାଡ଼ ପରେ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୯।୩(ବ୍ୟୁରୋ): କମିଶନରେଟ ପୋଲିସ ଚାହିଁ ରହିଛି, ହେଲେ ରାଜଧାନୀରେ ତୁହାକୁ ତୁହା ଗୁଳି ଫୁଟୁଛି। ଅପରାଧିମାନେ ଦିନଦ୍ୱିପ୍ରହରରେ ସଂଘବଦ୍ଧ ଭାବେ ଅପରାଧ ଘଟାଉଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର୍‌ ପାଉନି। ଫଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିବାରେ ଲାଗିଛି। ବୁଧବାର ବାରଙ୍ଗ
କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳିମାଡ଼ରେ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବାବେଳେ ରବିବାର ଖଣ୍ଡଗିରି ଥାନାଞ୍ଚଳରେ ଫୁଟିଛି ଗୁଳି। ଆଇଗିଣିଆ ଦୁର୍ଗା ମଣ୍ଡପ ନିକଟରେ ବସ୍‌ ମାଲିକ ବିମ୍ବାଧର ସୁନ୍ଦରାୟଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ତେବେ ସୌଭାଗ୍ୟ ବଶତଃ ତାଙ୍କ ମୋବାଇଲ୍‌ ଫୋନ ଯୋଗୁ ସେ ବଞ୍ଚତ୍ୟାଇଥିଲେ ମଧ୍ୟ ୨୦ରୁ ୨୫ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଫଳରେ ବିମ୍ବାଧରଙ୍କ ହାତର ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ ଛିଣ୍ଡିଯାଇଥିବାବେଳେ ଅନ୍ୟ ଏକହାତ ଓ ଶରୀରର
ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୧୬୭/୨୦) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ନେଇଛି। ଅଭିଯୁକ୍ତମାନେ ସିଜୁଆ ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି। ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି। ଶେଷ ରିପୋର୍ଟ ମୁତାବକ, ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏକ ମାସରେ ୩ ଗୁଳିକାଣ୍ଡ

ଫେବୃୟାରୀ ୧୧ରେ ଇନ୍‌ଫୋସିଟିଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଗୁଳିମାଡ଼ କରିଥିଲେ। ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବନ୍ଧୁକ ଜବତ ହୋଇପାରିନି। ସେହିପରି ଗତ ବୁଧବାର ଚନ୍ଦକା ଥାନା କାଟେଣି ଛକ ନିକଟ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଜଣେ ଛାତ୍ର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରି ନ ଥିବାବେଳେ ରବିବାର ଗୁଳିକାଣ୍ଡ ପୋଲିସର ଚିନ୍ତା ବଢାଇ ଦେଇଛି।

ମୋବାଇଲ ବଞ୍ଚାଇ ଦେଲା ଜୀବନ

ଦିନ ପ୍ରାୟ ସାଢ଼େ ଗୋଟାଏ। ବିମ୍ବାଧର ଆଇଗିଣିଆ ଦୁର୍ଗାମଣ୍ଡପ ନିକଟରେ ଠିଆ ହୋଇଥିଲେ। ହଠାତ୍‌ ୨୦ରୁ ୨୫ଜଣ ଯୁବକ ମୁହଁରେ କଳା କପଡ଼ା ବାନ୍ଧି ବାଇକ୍‌ରେ ଆସି ସେଠାରେ ପହଞ୍ଚତ୍ ତାଙ୍କୁ ଘେରି ଯାଇଥିଲେ। କାହା ହାତରେ ଖଣ୍ଡା, ଭୁଜାଲି, ହକି ଷ୍ଟିକ୍‌ ତ ଆଉ କାହା ହାତରେ ବନ୍ଧୁକ ଥିଲା। ବିମ୍ବାଧର କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ସଂଘବଦ୍ଧ ଆକ୍ରମଣ। ଦୁର୍ବୃତ୍ତଙ୍କ ମଧ୍ୟରୁ କେହିଜଣେ ବନ୍ଧୁକରୁ ବିମ୍ବାଧରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ। ହେଲେ ନିଜକୁ ବଞ୍ଚାଇବା ପାଇଁ ବିମ୍ବାଧର ହାତ ଦେଖାଇଦେଇଥିଲେ। ହାତରେ ମୋବାଇଲ୍‌ ଫୋନ୍‌ ଥିବାରୁ ଗୁଳିଟି ସେଥିରେ ବାଜିବାରୁ ତାହା ଫାଟିଯିବା ସହ ହାତର ମଧ୍ୟ କ୍ଷତ ସୃଷ୍ଟି କରିଥିଲା। ତେବେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହେବା ପରେ ଓ ବିମ୍ବାଧର ବଞ୍ଚତ୍ୟିବାରୁ ସେମାନେ ତାଙ୍କୁ ଗୋଡାଇ ଗୋଡାଇ ରାସ୍ତାରେ ହାଣିଥିଲେ। ବିମ୍ବାଧର ଚିତ୍କାର କରି ଅନ୍ୟମାନଙ୍କୁ ଡାକିଥିଲେ। ହେଲେ ଦୁର୍ବୃତ୍ତମାନେ ଆତଙ୍କ ରଚାଇ ଆଖପାଖ ଦୋକାନୀ ଓ ଲୋକଙ୍କୁ ଧମକ ଦେବା ସହ କେତେଜଣ ଏକ ଜିମ୍‌ରେ ପଶି ଭଙ୍ଗାରୁଜା କରିଥିଲେ। ବିମ୍ବାଧର ରାସ୍ତାରେ ପଡି ଛଟପଟ ହେଉଥିବାବେଳେ ସେମାନେ ଘଟଣାସ୍ଥଳରେ ବହୁ ସମୟ ଧରି ଆତଙ୍କ ଖେଳାଇ ଚାଲିଯାଇଥିଲେ।
ତେବେ ଗୁଳି ଫୁଟିବା ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଖଣ୍ଡନ କରିଛନ୍ତି। ଗୁଳିମାଡ଼ରେ ମୋବାଇଲ୍‌ଟି ବିସ୍ଫୋରଣ ହୋଇନି, ଲୁହା ରଡ୍‌ରେ ମାଡ଼ ହୋଇ ତାହା ଫାଟିଯାଇଛି। ପ୍ରତ୍ୟକ୍ଷଦର୍ଶୀମାନେ ଅତିରଞ୍ଜିତ କରୁଛନ୍ତି ବୋଲି ସେ କହିଛନ୍ତି।

ପତିଆରା ପାଇଁ ଆକ୍ରମଣ, ଜିମ୍‌ରୁ ହୋଇଥିଲା ବିବାଦ

ବିମ୍ବାଧରଙ୍କ ଉପରକୁ ହୋଇଥିବା ଆକ୍ରମଣର କାରଣ ପୋଲିସ ଖୋଜୁଥିବାବେଳେ ଇତିମଧ୍ୟରେ ବହୁ ତଥ୍ୟ ହାସଲ କରିଛି। ପତିଆରାକୁ ନେଇ ଆକ୍ରମଣ ହୋଇଥିବା କୁହାଯାଉଛି। ରବିବାର ସକାଳୁ ଆଇଗଣିଆ ଦୁର୍ଗାମଣ୍ଡପ ନିକଟ ଜିମ୍‌ରୁ ହିଁ ଆରମ୍ଭ ହୋଇଥିଲା ବିବାଦ, ଯାହା ଅପରାହ୍ନରେ ଭୟଙ୍କର ରୂପ ନେଇଥିଲା। ବିମ୍ବାଧର ଜିମ୍‌କୁ ଯାଇଥିବାବେଳେ ସ୍ଥାନୀୟ ସିଜୁଆ ଅଞ୍ଚଳର କେତେଜଣ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଜିମ୍‌ରେ ଥିବା ଅନ୍ୟମାନେ ସମସ୍ତଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ପରେ ବିମ୍ବାଧରଙ୍କ ପରିବାର ଲୋକେ ଘଟଣା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ସିଜୁଆ ଅଞ୍ଚଳର ଉକ୍ତ ଯୁବକମାନେ ଉତ୍ତେଜିତ ହୋଇପଡିବା ସହ ଆକ୍ରମଣ ଯୋଜନା କରିଥିଲେ।
ସୂଚନାଯୋଗ୍ୟ, ଖଣ୍ଡଗିରି ଅଞ୍ଚଳରେ ବିମ୍ବାଧରଙ୍କ ପତିଆରା କିଛିଦିନ ହେବ ବଢିବାରେ ଲାଗିଥିଲା। ହେଲେ ପତିଆରା ଜାହିର କରିବାକୁ ଚେଷ୍ଟା କରୁଥିବା ସିଜୁଆର ଏକ ଗୋଷ୍ଠୀ ଏହାକୁ ସହ୍ୟ କରି ପାରୁ ନ ଥିଲା। ଉକ୍ତ ଗୋଷ୍ଠୀରେ ୨୫ରୁ ୩୦ ପିଲା ସାମିଲ୍‌ ରହିଥିବାବେଳେ ସେମାନେ ଏକ ଗ୍ୟାଙ୍ଗ୍‌ ଗଢ଼ିଛନ୍ତି। ସ୍ଥାନୀୟ ଜଣେ ଯୁବକ ଗ୍ୟାଙ୍ଗ ଲିଡର ଥିବାବେଳେ ତାଙ୍କ ନିର୍ଦ୍ଦେଶ ଅନୁସାରେ ଆକ୍ରମଣ ଓ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।

ନୂଆ ଗ୍ୟାଙ୍ଗ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜ ହେବ

ଗତ କିଛିମାସ ହେବ ପତିଆରାକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ଅପରାଧ ଘଟୁଥିବା ନଜିର ରହିଛି। ବଡ଼ ବଡ଼ ଅପରାଧ ଘଟାଇ ନିଜର ପତିଆରା ଜାହିର କରିବାକୁ ସ୍ଥାନୀୟ ଅଞ୍ଚଳର ଅସାମାଜିକ ଯୁବକ ଅଣ୍ଟାଭିଡ଼ିଛନ୍ତି। ସେମାନେ ବାହାର ରାଜ୍ୟର ଅପରାଧୀଙ୍କୁ ଏଠାରେ ଆଶ୍ରୟ ଦେବା ସହ ସେମାନଙ୍କଠାରୁ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ହାତଉଥିବା ସୂଚନା ମିଳିଛି। ଗତ ୩ମାସରେ ୪ଟି ବଡ଼ ବଡ଼ ସଂଘବଦ୍ଧ ଆକ୍ରମଣ କରାଯାଇଛି। କଟକରୋଡ଼ରେ ଜଣେ ଶିଖ୍‌ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ପରେ ମାର୍କେଟ ବିଲ୍ଡଂରେ ସଂଘବଦ୍ଧ ଆକ୍ରମଣ କରାଯାଇ ଦଙ୍ଗା ପରିସ୍ଥିତି ସୃଷ୍ଟି କରାଯାଇଥିଲା। ନିକଟରେ ଶହୀଦନଗର ଥାନା ୟୁନିଟ-୯ରେ ଜଣେ ଯୁବକଙ୍କୁ ଗୋଡାଇ ସର୍ବ ସମ୍ମୁଖରେ ହାଣିଥିଲେ ପ୍ରତିପକ୍ଷ ଗୋଷ୍ଠୀ। ସେହିଭଳି ପତିଆରା ପାଇଁ ଗତବର୍ଷ ଦୀପାବଳିରେ ଏୟାରଫିଲ୍ଡ ଥାନାଞ୍ଚଳରେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆରେ ଜଣେ ଯୁବକଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ଗୋଡାଇ ଗୋଡାଇ ହାଣି ହତ୍ୟା କରିଥିଲେ। ତେଣୁ ଗଢ଼ିଉଠୁଥିବା ନୂଆ ନୂଆ ଗ୍ୟାଙ୍ଗ୍‌ ଓ ଗୋଷ୍ଠୀ ସଂଘର୍ଷ ରୋକିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

SIRରେ କଟିଲା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାଁ

ଭୁବନେଶ୍ୱର,୫ା୭: ରାଜ୍ୟରେ SIR ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ।…

ବର୍ଷାରେ ଡ୍ରେନ୍‌ ପାଣି ନିଷ୍କାସନ ନ ହେବାରୁ ନିଜେ ସଫା କଲେ ସରପଞ୍ଚ, ଦିବ୍ୟାଙ୍ଗ ହୋଇ ବି…

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ପଲସାପଡ଼ା ଗ୍ରାମରେ ଡ୍ରେନ୍‌ ପୋତି ହୋଇଯିବାରୁ ଗାଁ ରାସ୍ତାରେ ପାଣି ଜମିରହିଥିଲା। ଗାଁ ରାସ୍ତାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୫ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ହୋଇଥିବାବେଳେ ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ…

ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

କର୍ଲାମୁଣ୍ଡା,୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି।…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଡ୍ରେନେଜ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ: ଅସମ୍ପୁର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷା ଯୋଗୁ ବରଗଡ଼ ସହରସ୍ଥିତ ସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ପ୍ରଥମ ବର୍ଷାରେ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ପୁଣି ଅଡୁଆରେ ଜଳସମ୍ପଦ ବିଭାଗ :ବ୍ରିଜ ନିର୍ମାଣରେ ତ୍ରୁଟି ଅଭିଯୋଗ, ତେଜିଲା ଅସନ୍ତୋଷ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା କାର୍ଯ୍ୟ) ନିର୍ମାଣରେ ଅନିୟମିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri