ମାଲ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦.୮୫ ମିଲିଅନ୍‌ ଟନ୍‌ ମାଲ୍‌ ପରିବହନ କରି ରେକର୍ଡ଼ କରିଛି। ପୂର୍ବ ଆର୍ଥିକବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ପରିହବନ ହୋଇଥିବା ୧୯୧.୭୬ ମିଲିୟନ ଟନ୍‌ଠାରୁ ଏହା ୪.୭୩ ପ୍ରତିଶତ ଅଧିକ ରହିଛି। ସେହିଭଳି ୨୦୧୯-୨୦ବର୍ଷରେ ମାଲ୍‌ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ୨୦,୧୨୫ କୋଟି ଟଙ୍କା ଆୟ କରିଛି। ପୂର୍ବ ଆର୍ଥିକବର୍ଷରେ ହୋଇଥିବା ୧୮,୧୮୦ କୋଟିଠାରୁ ଏହା ୧୧ ପ୍ରତିଶତ ଅଧିକ ବୋଲି କୁହାଯାଇଛି। ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ସମୟରେ ବିପୁଳ କ୍ଷୟକ୍ଷତି, ମାଲ୍‌ ପରିବହନ ଓ ଟ୍ରେନ୍‌ ପରିଚାଳନାରେ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ପୂର୍ବତଟ ରେଳପଥ ଏହି ମାଇଲ୍‌ଷ୍ଟୋନ୍‌ ଛିଡ଼ା କରିପାରିଛି। ବାତ୍ୟା ପରେ ତୁରନ୍ତ ରେଳ ସେବାକୁ ସ୍ବାଭାବିକ କରାଯାଇଥିଲେ ମଧ୍ୟ ଏହି ରେଳପଥକୁ ୬୦୦ କୋଟି କ୍ଷତି ସହିବାକୁ ପଡ଼ିଥିଲା। ମାଲ୍‌ ପରିବହନକାରୀ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ, ରେଳ ଟ୍ରାକ୍‌ ଉପରେ ମାଟି, ପଥର ଅତଡ଼ା ଖସିବା ଓ ଶ୍ରମିକ ଆନ୍ଦୋଳନ ଭଳି ବହୁ ବାଧା ଉପୁଜିଥିଲା। ମାତ୍ର ପରିବହନ ଉପରେ ଗୁରୁତ୍ୱ, ନୂତନ ପଦକ୍ଷେପ ଗ୍ରହଣ ଓ ରେଳ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ମାଲ୍‌ ପରିବହନରେ ଏପରି ରେକର୍ଡ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦକ୍ଷିଣ-ପୂର୍ବ ରେଳପଥ ୧୭୧.୧୧ ମିଲିଅନ ଟନ୍‌, ଦକ୍ଷିଣ-ପୂର୍ବ-କେନ୍ଦ୍ରୀୟ ରେଳପଥ ୧୬୯ ମିଲିଅନ ଟନ ଓ ପୂର୍ବ-କେନ୍ଦ୍ରୀୟ ରେଳପଥ ୧୪୮ ମିଲିଅନ୍‌ ଟନ୍‌ ମାଲ୍‌ ପରିବହନ କରିଛି। ସେହିଭଳି ଏହି କ୍ଷେତ୍ରରେ ଦକ୍ଷିଣ ପୂର୍ବ ରେଳପଥ ୧୪,୪୫୯.୫ କୋଟି, ଦକ୍ଷିଣ-ପୂର୍ବ-କେନ୍ଦ୍ରୀୟ ରେଳପଥ ୧୯,୮୩୫ କୋଟିି ଏବଂ ପୂର୍ବ-କେନ୍ଦ୍ରୀୟ ରେଳପଥ ୧୫,୧୧୭.୮ କୋଟି ଟଙ୍କା ଆୟ କରିଛି।
ତେବେ ମାଲ ପରିବହନରେ ଏହି ସଫଳତା ନିମନ୍ତେ ୩ ରେଳ ମଣ୍ଡଳର କର୍ମଚାରୀଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛି ପୂର୍ବତଟ ରେଳପଥ। ଏହାସହ ସମସ୍ତ ସହଯୋଗୀ ଷ୍ଟେକ୍‌ ହୋଲ୍ଡର୍‌ ତଥା କୋଲିଆରି, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ. ଆଲୁମିନା ପ୍ଲାଣ୍ଟ୍‌, ପେଟ୍ରୋଲିୟମ୍‌ କମ୍ପାନୀ ଏବଂ ଭାରତର ଖାଦ୍ୟ ନିଗମମାନଙ୍କୁ ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଛି ପୂର୍ବତଟ ରେଳପଥ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

IPL ୨୦୨୭ ପୂର୍ବରୁ CSKରେ ଲାଗିଲା ଜୋରଦାର ଝଟ୍‌କା: ୧୫ ବର୍ଷ ପରେ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍‌ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଏହି ଫ୍ରାଞ୍ଚାଇଜ ନିଜର କିମ୍ବଦନ୍ତୀ ବ୍ୟାଟିଂ କୋଚ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?