ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ଗୋଲାପ ଦେଇ ସଚେତନ କଲେ ଜିଲାପାଳ

ଢେଙ୍କାନାଳ ଅଫିସ,୨୯।୨: ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସ ସମୟ ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ। ତେବେ ଏହି ସମୟସୀମା ପୂରିବା ପୂର୍ବରୁ ଶନିବାର ଢେଙ୍କାନାଳ ସହରର ବସ୍‌ଷ୍ଟାଣ୍ଡ ଟ୍ରାଫିକ ଛକଠାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୋଟର ଯାନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି। ସେ ସମସ୍ତଙ୍କୁ ଗୋଲାପ ଫୁଲ ଦେଇ ଏହି ନିୟମ ମାନିବାକୁ କହିଛନ୍ତି। ଏହି ସମୟରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ବାରିପଦା ମେଡିକାଲ କଲେଜରେ ଉତ୍ତେଜନା, ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ବାମୀ

ବାରିପଦା ଅଫିସ,୧।୨- ଡାକ୍ତରଙ୍କ ଅବହେଳାରୁ ମୃତଶିଶୁ ଜନ୍ମ। ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ। ଏଥିସହ ପ୍ରସବ କରାଇବାକୁ ସମ୍ପୃକ୍ତ...

ଉଦୟଗିରି ପାଦଦେଶରେ ୯୪ତମ ଐତିହ୍ୟ ପଦଯାତ୍ରା ବିଦେଶୀ ପର୍ଯ୍ୟଟକଙ୍କ ମନଜିଣିଲା ଗୁମ୍ଫା କାହାଣୀ

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ) ଐତିହ୍ୟ କ୍ଷେତ୍ରରେ ପଦଯାତ୍ରା ସହ କାହାଣୀର ଫ୍ୟୁଜନ୍‌। ଐତିହ୍ୟ କିର୍ତ୍ତିରାଜିର ସଂରକ୍ଷଣ ସହ ତାର ପୁରୁଣା ଇତିହାସକୁ ଲୋକଲୋଚନକୁ ଆଣିବାର ଏହି...

ଥାନାରେ କୁଠା ଅଭାବ୍‌: ଗଛ୍‌ତଲେ କାମ୍‌ କରୁଛନ୍‌ ଅଧ୍‌କାରୀ

ବିଜେପୁର, ୨।୧୨(ଡି.ଏନ୍‌.ଏ.)- ଆଏଜ୍‌କେ ଶହେ ଦଶ ବଛର୍‌ ତଲେ ବରଗଡ଼ ଜିଲା ବିଜେପୁର ଥାନା ଥାପନା ହେଇଥିଲା। ଏଛେନ୍‌ ଶହେ ଦଶ ଖଁଡ ରାଜସ୍ବ ଗାଁ...

ରାତିରେ ଅଁଧାର, ଦିନବେଲା ଜଲୁଛେ ଷ୍ଟ୍ରିଟ୍‌ଲାଇଟ୍‌

ଗୁଡ଼ଭେଲା,୧୭ା୪(ଡି.ଏନ.ଏ):  ସରକାର ବିଦ୍ୟୁତ ସଞ୍ଚୟ ଲାଗି ଲୁକ୍‌କୁ ସଚେତନ କରୁଛନ୍‌। ହେଲେ ବଲାଙ୍ଗୀର ଜିଲା ତୁଷୁରା ସହରରେ ଥିବାର ଷ୍ଟ୍ରିଟଲାଇଟମାନ ଦିନବେଲା ଜଲୁଥିଲାବେଲେ ବଡ଼ଭାଗି ଲାଇଟ୍‌...

ହେଲମେଟ୍‌ ପିନ୍ଧିବା ନେଇ ସହରବାସୀଙ୍କୁ ସଚେତନ କଲା ଟାଉନ ପୋଲିସ

କୋରାପୁଟ,୧୦ା୧୨(ସ୍ବ.ପ୍ର.): ପୂର୍ବରୁ ବାଇକ ଚଳାଇବା ବେଳେ କେବଳ ଗାଡ଼ିଚାଳକ ହେଲମେଟ୍‌ ପିନ୍ଧିବା ନିୟମ ଥିବାବେଳେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାଇକଚାଳକଙ୍କ ସହ ପଛରେ ବସିଥିବା ଯାତ୍ରୀ...

୨୨ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ବ୍ୟବସାୟୀ ଗିରଫ

ଖୋର୍ଦ୍ଧା ଅଫିସ, ୧।୧୧: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡ ଖୋର୍ଦ୍ଧା ସହରର ସ୍ବପ୍ବେଶ୍ୱର ସାହି ଉପରେ ଶୁକ୍ରବାର ଚଢ଼ାଉ କରି ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି।...

ପାହାଡ଼ରେ ସିଡ୍‌ବଲ୍‌ ମାଧ୍ୟମରେ ହେବ ମଞ୍ଜି ରୋପଣ

ବ୍ରହ୍ମପୁର ଅଫିସ,୧୦ା୭-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଗଞ୍ଜାମ ଜିଲା। କିନ୍ତୁ ଏବେ ଏହାର ସୌନ୍ଦର୍ଯ୍ୟ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି। ପଥର, ମାଟି ସଂଗ୍ରହ ସମେତ ଅନ୍ୟାନ୍ୟ...

ଏନ୍‌ଏସି ପକ୍ଷରୁ ଲୋକଙ୍କୁ ଖାଦ୍ୟ ବଣ୍ଟନ

ଗୁଡଭେଲା,(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକରେ ୯୧ ଜଣଙ୍କ ନାମ ପଞ୍ଜୀକୃତ ହୋଇଛି, ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଏବେ ଘରକୁ ଫେରିଛନ୍ତି।...

Advertisement


Archives

Model This Week