ମାଟ୍ରିକ ପରୀକ୍ଷା ଲାଗି ପ୍ରଶ୍ନପତ୍ର ପହଞ୍ଚିଲା, ପ୍ରସ୍ତୁତି ଜୋର୍‌ଦାର

ଗଞ୍ଜାମ,୧୩।୨(ଡି.ଏନ୍‌.ଏ.): ଚଳିତମାସ ୧୯ ତାରିଖରେ ସାରା ରାଜ୍ୟରେ ହେବ ମାଟ୍ରିକ ପରୀକ୍ଷା l ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଜୋର୍‌ଦାର ଚାଲିଛି l ଗୁରୁବାର ମାଧ୍ୟମିକ ପରିଷଦ (କଟକ)ପକ୍ଷରୁ ଗଞ୍ଜାମ ଭାରତୀ ବିଦ୍ୟାପୀଠକୁ ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ଯୋଗେ ପ୍ରଶ୍ନପତ୍ର ପହଞ୍ଚିଛି। ଗଞ୍ଜାମ ବିଇଓ ସୁବାସ ଚନ୍ଦ୍ର ଘଡ଼ାଇ, ଏବିଇଓ ବିଜୟ ଚନ୍ଦ୍ର ବେହେରା, ପ୍ରଧାନଶିକ୍ଷକ ତଥା ସୁପରିଟେଣ୍ଡେଣ୍ଟ କବିରାଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବତନ୍ତ୍ର ସ୍କ୍ବାଡ୍‌ ପୋଲିସ ଗୋପୀନାଥ ମହାଳିକ, ଲୋକନାଥ ନାୟକ, ମାଧ୍ୟମିକ ଶିକ୍ଷା ପରିଷଦ (କଟକ )ମନୋରଞ୍ଜନ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ l ଗଞ୍ଜାମ ବ୍ଲକ ଅଞ୍ଚଳର ୯ଟି କେନ୍ଦ୍ର ତଥା ଗଞ୍ଜାମ ବାଳିକା ବିଦ୍ୟାଳୟ, ଭାରତୀ ବିଦ୍ୟାପୀଠ, ବୀରଭଦ୍ର ହାଇସ୍କୁଲ, ଖଣ୍ଡାଦେଉଳି ହାଇସ୍କୁଲ, ପାଲୁର ତାଳୁକା ହାଇସ୍କୁଲ, ରମ୍ଭା ବାଳକ ହାଇସ୍କୁଲ, ଆଶ୍ରମ ସ୍କୁଲ, ସୁବଳୟା ହାଇସ୍କୁଲ, ସାବୁଳିଆ ହାଇସ୍କୁଲ ପ୍ରମୁଖ ସ୍କୁଲର ପ୍ରାୟ ୨୨୦୩ ବିଦ୍ୟାର୍ଥୀ ପରୀକ୍ଷା ଦେବେ l ଏଥିରେ ଏକ୍ସ ରେଗୁଲାର ଓ ରେଗୁଲାର ପିଲାମାନେ ପରୀକ୍ଷା ଦେବେ ବୋଲି ନୋଡାଲ ସେଣ୍ଟର ପକ୍ଷରୁ କୁହାଯାଇଛି। ଭାରତୀ ବିଦ୍ୟାପୀଠର ଡି.ରାଜଲକ୍ଷ୍ମୀ ରେଡ୍ଡୀ ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ବେଳେ ସୁନୀତା ମହାଙ୍କୁଡ଼, ବିଦୁଲତା ବସ୍ତିଆ ପ୍ରମୁଖ ଡେପୁଟି ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ତୁଲାଇବେ ବୋଲି ଭାରତୀ ବିଦ୍ୟାପୀଠ(ହାଇସ୍କୁଲ)ର ବରିଷ୍ଠ କିରାଣି ହରି ବାରିକ ସୂଚନା ଦେଇଛନ୍ତି l ପ୍ରଶ୍ନପତ୍ର ଥିବା ଗୃହରେ ଗଞ୍ଜାମ ଥାନା ପୋଲିସ ଜଗି ରହିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?