ମା’ଙ୍କଠାରୁ କଥକ ଶିଖୁଛନ୍ତି ଭୂମୀ

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ସବୁ ବଲିଉଡ୍‌ ଷ୍ଟାର ଘରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଆଉ ଏହି ସମୟରେ କିଏ ଭଲ ଭଲ ରୋଷେଇ କରି ଶିଖୁଛି ତ ପୁଣି କିଏ ଘର କାମ କରୁଥିବା ନଜର ଆସିଛି। ଅଭିନେତ୍ରୀ ଭୂମୀ ପେଡନେକର ଏବେ ତାଙ୍କ ମା’ ସୁମିତ୍ରାଙ୍କଠାରୁ କଥକ ନୃତ୍ୟ ଶିଖୁଥିବା କହିଛନ୍ତି। ଏକ ଓ୍ବେବସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ତେବେ ବେଶ୍‌ କିଛିଦିନ ହେବ ଭୂମୀ କଥକ ଶିଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ବି ବିଜି ସୁଡ୍ୟୁଲ ଭିତରୁ ସେ ସମୟ କାଢି ପାରୁ ନ ଥିଲେ। ଆଉ ଏବେ ଲକ୍‌ଡାଉନ ତାଙ୍କୁ ଏହି ସୁଯୋଗ ଦେଇଛି ବୋଲି ସେ କହିଛନ୍ତି। ତାଙ୍କ ମା’ ସୁମିତ୍ରା ପେଡନେକର ଜଣେ କଥକ ନୃତ୍ୟର ପ୍ରଶିକ୍ଷିକା ହୋଇଥିବା ବେଳେ ସେ ସବୁଦିନ ସନ୍ଧ୍ୟାରେ କଥକ ଅଭ୍ୟାସ କରୁଥିବା କୁହନ୍ତି ଭୂମୀ। ଆଉ ଏହାକୁ ଦେଖିବା ପରେ ଏବେ ସେ ମା’ଙ୍କଠାରୁ କଥକ ନୃତ୍ୟ ଶିଖୁଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ଲେ ବ୍ୟାକ୍‌ ସିଙ୍ଗରଙ୍କୁ ଜୀବନରେ ମାରିଦେବାକୁ ମିଳୁଥିଲା ଧମକ

ମୁମ୍ବାଇ, ୫।୭: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ପ୍ଲେ ବ୍ୟାକ୍‌ ସିଙ୍ଗର ଉଦିତ୍‌ ନାରାୟଣ ରବିବାର ଫିଲ୍ମ ଦୁନିଆରେ ୪୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ...

କନିଆଁ ରୂପରେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ କନିଆଁ ବେଶରେ ନିଜ ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ‘ରାଜି’ ଫିଲ୍ମର ଏହି ଅଭିନେତ୍ରୀ ଶନିବାର ଏକ ବିଜ୍ଞାପନ ଶୁଟିଂ ସେଟ୍‌ରୁ...

ଡିଡିଏଲ୍‌ଜେ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ। ନିକଟରେ ବଙ୍ଗଳା ଟେଲିଭିଜନ ରିଆଲିଟି ଶୋ’ ‘କମେଡି ଷ୍ଟାର୍ସ’ରେ ସେ ବିଶେଷ ଅତିଥିଭାବେ ଯୋଗ...

ସୋସିଆଲ ମିଡିଆରେ ଫଟୋ ଶେୟାର କଲେ ଜାହ୍ନବୀ, କିଛି ଘଣ୍ଟାରେ ୫ ଲକ୍ଷରୁ ଅଧିକ ଲାଇକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ତାଙ୍କ ପରିବାର ସଦସ୍ୟ ଆଜିକାଲି କରୋନା ଭୂତାଣୁ ସମ୍ପର୍କିତ ଖବରକୁ ନେଇ ଚର୍ଚ୍ଚାରେ ଥିଲେ। କାରଣ ତାଙ୍କ...

ସଲ୍‌ମାନଙ୍କ ବଦାନ୍ୟତା

ମୁମ୍ବାଇ: କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ସଲ୍‌ମାନ...

ଜାହ୍ନବୀଙ୍କ ଡ୍ରେସକୁ ନେଇ ଏମିତି କହିଲେ କ୍ୟାଟ୍ରିନା : କଡ଼ା ଜବାବ ଦେଲେ ସୋନମ

ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ନେଇ କହୁ କହୁ ଏକ ବଡ଼ କଥା କହିଦେଇଛନ୍ତି କ୍ୟାଟ୍ରିନା କୈଫ୍‌। ଏହି କଥାର କଡ଼ା ଜବାବ ରଖିଛନ୍ତି ସୋନମ କପୁର।...

ଆଉ ଜଣେ ନବାଗତା

ଜଣେ ନବାଗତା ନିଜ ନାମକୁ ନାୟିକା ଦୌଡରେ ସାମିଲ କରିଛନ୍ତି। ସେ ହେଲେ ସ୍ବାତୀ। ନିର୍ମାଣାଧୀନ ଓଡ଼ିଆ ସିନେମା ‘ଅଟୋଗ୍ରାଫ-ଏ ସାଇନ ଅଫ ଲଭ୍‌’ର ଫିମେଲ...

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ସହି ପାରିଲେନି: ଏମ୍‌କେସିଜିରେ ଆଖି ବୁଜିଲେ ନାବାଳିକା ପ୍ରଶଂସକ

ବ୍ରହ୍ମପୁର ଅଫିସ,୫।୭: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଖବରକୁ ସହଜରେ ଗହଣ କରିପାରୁ ନାହାନ୍ତି ପ୍ରଶଂସକ। ଏଭଳି ତାଙ୍କ ଆତ୍ମହତ୍ୟା ପରେ ତାଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *