ମାଓବାଦୀଙ୍କ ଗୁଳିରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ମାମଲା: ଏନ୍‌ଏଚ୍‌ଆର୍‌ସିଙ୍କୁ ରିପୋର୍ଟ ଦେଲେ କନ୍ଧମାଳ ଏସ୍‌ପି

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ୨୦୧୯ ନିର୍ବାଚନ ପରିଚାଳନା ପାଇଁ ବୁଥ୍‌କୁ ଯାଉଥିବାବେଳେ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟିଥିଲା। ସଂଯୁକ୍ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ମାନବାଧିକାର କର୍ମୀ ସୁଜିତ ସାହୁ ଗତ ଏପ୍ରିଲ ୧୭ରେ ଅଭିଯୋଗ କରିଥିଲେ। ଏ ନେଇ ଏନ୍‌ଏଚ୍‌ଆର୍‌ସିରେ କେସ୍‌ ନଂ. ୧୫୪୩/୧୯ ରୁଜୁ ହୋଇ ଶୁଣାଣି ଆରମ୍ଭ ହୋଇଥିଲା। ମୃତ ସଂଯୁକ୍ତାଙ୍କ ପରିବାର ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମେତ ପୂରା ଘଟଣାର ରିପୋର୍ଟ ଦେବାକୁ ମାନବାଧିକାର କମିଶନର କନ୍ଧମାଳ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶ ପାଇବା ପରେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଘଟଣାର ପୁଙ୍ଖାନୁଫୁଙ୍ଖ ତଦନ୍ତ କରିବା ସହ ମୃତ ସଂଯୁକ୍ତାଙ୍କ ପରିବାର ଲୋକଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିଥିଲେ। ସରକାରୀ ନିୟମ ଅନୁଯାୟୀ ଧାର୍ଯ୍ୟ ପରିମାଣର କ୍ଷତିପୂରଣ ଦିଆଯିବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏ ନେଇ କେତେକ ସରକାରୀ କାଗଜପତ୍ର କାମ ଚାଲିଛି, ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ତାଙ୍କ ପରିବାରକୁ କ୍ଷତିପୂରଣ ଏବଂ ତାଙ୍କ ସ୍ବାମୀଙ୍କୁ ଚାକିରି ଦିଆଯିବ ବୋଲି ଏସ୍‌ପି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିିଛି। ଶାଶୁଘର ଓ ବାପଘର ଲୋକଙ୍କର ଏକମାତ୍ର ସାହାରା ଥିଲେ ସଂଯୁକ୍ତା। ତାଙ୍କର ମୃତ୍ୟୁ ଘଟିବା ପରେ ପରିବାର ଲୋକେ ବେସାହାରା ହୋଇଯାଇଥିଲେ। କେହି ରୋଜଗାରିଆ ନ ଥିବାରୁ ଦୁଇ ପରିବାରରେ ଆର୍ଥତ୍କ ସମସ୍ୟା ଦେଖାଦେଇଥିଲା। କ୍ଷତିପୂରଣ ସହ ସ୍ବାମୀଙ୍କୁ ସରକାରୀ ଚାକିରି ମିଳିବ ବୋଲି ଖବର ଶୁଣିବା ପରେ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଥିଲା। ନିଜ ଡ୍ୟୁଟି ପଡ଼ିିଥିବା ସ୍ଥାନକୁ ସଂଯୁକ୍ତା ଏବଂ ଅନ୍ୟ ୩ଜଣ ଏକ ବୋଲେରେରେ ଏପ୍ରିଲ ୧୭ରେ ଯାଉଥିଲେ। ବାରାହାଲା ନିକଟ ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଅଧାରାସ୍ତାରେ ଡ୍ରାଇଭର ଜାଣିପାରି ଗାଡ଼ି ପଛକୁ ନେଇଥିଲେ। ଏହି ସମୟରେ ମାଓବାଦୀମାନେ ଗୁଳି ମାଡ଼ କରିଥିଲେ। ଅନ୍ୟ ୩ଜଣ ଭୟରେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇଥିବାବେଳେ ସଂଯୁକ୍ତା ଓହ୍ଲାଇ ପାରି ନ ଥିଲେ। ମୁଣ୍ଡରେ ଗୁଳି ବାଜି ଟଳିପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ପରେ ଏବେ ଏସ୍‌ସିବି: ଟିକ୍‌ଟକ୍‌ରେ ମାତିଛନ୍ତି ଆଟେଣ୍ଡାଣ୍ଟ, ଭିଡିଓ ଭାଇରାଲ

କଟକ ଅଫିସ, ୨୮।୬: ମାଲକାନଗିରି ପରେ କଟକ ଏସ୍‌ସିବି ମେଡିକାଲରେ ସମାନ ଅବସ୍ଥା। ପୂର୍ବରୁ ଅସହାୟ ରୋଗୀମାନେ ବିିଭିନ୍ନ ସମୟରେ ଚିକିତ୍ସା ନ ପାଇଁ ମୃତ୍ୟୁବରଣ...

ରାଷ୍ଟ୍ରପତିଙ୍କ କଟକ ଗସ୍ତ ପ୍ରସଙ୍ଗ: ଆବଶ୍ୟକ ଗାଡ଼ି ନ ଆସିବାରୁ ଗିରଫ ପରଓ୍ବାନା ଜାରି କଲେ ଜିଲାପାଳ

କଟକ ଅଫିସ,୭।୧: ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ...

ଖୋଲା ରହିପାରିବ ପଶୁଖାଦ୍ୟ ଦୋକାନ, ତେଜରାତି ଦୋକାନୀ ବି ରଖିପାରିବେ: ବାଗ୍‌ଚୀ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୪ ନଂ. ଜାରି କରାଯାଇଛି। ତେବେ ରବିବାର ଏହି ନମ୍ବର ବନ୍ଦ ରହିବ। ଏହାର...

୬୦ ହଜାର ଟଙ୍କା ପାଇଁ ବନ୍ଧାପଡ଼ିିଲା ମୃତଦେହ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ। ଏହାର ସୁଯୋଗ ନେଇ କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ପ୍ରଥମେ ରୋଗୀର ଅବସ୍ଥା...

ଶ୍ରୀଲଙ୍କା ଉପକୂଳ ମୁହାଁଇଛି ବାତ୍ୟା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତ(ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଅବପାତ ଶ୍ରୀଲଙ୍କାର...

ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସକାଳ ୧୦ଟା ଏବଂ ଫେରିବା ସମୟ ଅପରାହ୍ନ ୫ଟା ୩୦ ମିନିଟ ଧାର୍ଯ୍ୟ...

ଗିରଫ ହେଲେ ମହିମା ମିଶ୍ରଙ୍କ ପୁଅ

ଭୁବନେଶ୍ୱର,୬।୮(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଶନିବାର ଗିରଫ ହୋଇଛନ୍ତି। ପାରାଦୀପ ପୋର୍ଟ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି। ଲାଞ୍ଚ...

ଅନ୍ତର୍ଜାତୀୟ ପୁରୁଷ ଦିବସ: ପୁରୁଷ ‘ରୋଲ୍‌ ମଡେଲ’

ମାର୍ଚ୍ଚ ୮ରେ ବିଶ୍ୱ ମହିଳା ଦିବସ ପାଳନ କରାଯାଉଛି। ହେଲେ ପୁରୁଷଙ୍କ ପାଇଁ ଏଭଳି ଏକ ଦିବସ ରହିଛି, ତାହା ଅନେକଙ୍କୁ ଜଣାନାହିଁ। କିନ୍ତୁ ପ୍ରତିବର୍ଷ...

Advertisement
Archives

Model This Week