ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ

ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ହେଉଥିବାବେଳେ ଗତ ନଭେମ୍ବର ୨୬ ତାରିଖରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ ବୋଲି କହିଥିଲେ। ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଯେଉଁ ମନ୍ତବ୍ୟ ରଖିଛନ୍ତି ସେଥିରୁ ଭିତର ରତ୍ନଭଣ୍ଡାର ଏବେ ଖୋଲିବ ନାହିଁ ତାହା ସ୍ପଷ୍ଟ ହୋଇଛିି। ମହାପ୍ରଭୁଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଆକଳନ କରି ରିପୋର୍ଟ ଦେବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସ୍ବତ୍ୱଲିପିରେ ରତ୍ନଅଳଙ୍କାରକୁ ନେଇ ଯେଉଁ ତଥ୍ୟ ରହିଛି ତାହା ସୁପ୍ରିମ୍‌କୋର୍ଟଙ୍କୁ ଜଣାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତିି। ସେହିପରି ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରଭୁଙ୍କର ୬୦ ହଜାର ଏକର ଜମି ରହିଛିି। ଏଥିମଧ୍ୟରୁ ୩୬ ହଜାର ଏକର ଜମିର ମାଲିକାନା ପ୍ରସ୍ତୁତ ସରିଛିି। ବଳକା ଜମିର ମାଲିକାନା ପ୍ରସ୍ତୁତ କରିବା ଲାଗି ଅତିରିକ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରାୟ ବର୍ଷେ ତଳେ ସରକାରଙ୍କୁ ଚିଠି ଲେଖାଯାଇଥିଲା। ସମ୍ପୃକ୍ତ ଅତିରିକ୍ତ ଅଧିକାରୀ ଆସିଲେ ସମସ୍ତ ୬୦ ହଜାର ଏକର ଜମିର ରେକର୍ଡ ଏବଂ ଜିଆଇଏସ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯିବ। ଲ୍ୟାଣ୍ଡ ସବ୍‌ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ସମସ୍ତ କାର୍ଯ୍ୟ କରାଯିବ।

ଶୃଙ୍ଖଳା ପାଇଁ ଲାଗିବ ମହାପ୍ରସାଦ ଦର ତାଲିକା
ଭକ୍ତଙ୍କ ସୁବିଧା ଏବଂ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ମହାପ୍ରସାଦ ଦର ତାଲିକା ଲଗାଯିବ। ଏଥିସହ ରୋଷଘର ଏବଂ ଆନନ୍ଦ ବଜାର ପାଇଁ ସ୍ବତନ୍ତ୍ର ଭାବେ ୨ଟି ନିୟମାବଳୀ ଜାରି କରାଯିବ। ଏହି ନିୟମାବଳୀ କାର୍ଯ୍ୟକାରୀ କରିବା ପାଇଁ ସମସ୍ତେ ବାଧ୍ୟ। ଏହାର ଡ୍ରାଫ୍ଟ ପ୍ରସ୍ତୁତ ସରିଛିି। ଯାଞ୍ଚ ହେବା ପରେ ଏହା ନୀତି ସବ୍‌ କମିଟିକୁ ଯିବ। ନୀତି ସବ୍‌ କମିଟି ଚୂଡ଼ାନ୍ତ ଅନୁମୋଦନ ପାଇଁ ପରିଚାଳନା କମିଟିକୁ ପଠାଇବ। ପରିଚାଳନା କମିଟିରେ ଅନୁମୋଦନ ଲାଭ ପରେ ଆଇନ ବିଭାଗକୁ ଯିବ। ଏହାପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତିି।
ମନ୍ଦିର ଭିତରେ ଫାଣ୍ଡିକୁ ବିରୋଧ
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମନ୍ଦିର ଭିତରେ ଫାଣ୍ଡି ପ୍ରତିଷ୍ଠା ସାଙ୍ଗକୁ ଏସ୍‌ପିଜି ଏବଂ ବମ୍‌ ସ୍କ୍ବାଡ୍‌ ମୁତୟନ କରାଯିବା ଲାଗି ଆଲୋଚନା ଚାଲିଥିବାବେଳେ ଏହାକୁ ସେବାୟତ ପ୍ରତିନିଧିମାନେ ତୀବ୍ର ବିରୋଧ କରିଥିଲେ। ମନ୍ଦିର ବାହାରେ ଏସବୁ କରାଯାଉ ବୋଲି କହିଥିଲେ। ଫଳରେ ଏହାକୁ ନେଇ ବେଶ୍‌ କିଛି ସମୟ ବୈଠକ ସରଗରମ୍‌ ରହିଥିଲା। ପ୍ରଶାସନିକ ଅଧିକାରୀ ଏ ବିଷୟରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିବା ପରେ ସ୍ଥିତି ସ୍ବାଭାବିକ ରହିଥିଲା।
ପାଳିଆ ସେବାୟତଙ୍କ ପାଇଁ ଶୌଚାଳୟ
ଆନନ୍ଦ ବଜାର ଏବଂ ମେଘନାଦ ପାଚେରି ମଧ୍ୟରେ ଥିବା ଖାଲି ସ୍ଥାନରେ ସେବାୟତ, ପୋଲିସ କର୍ମଚାରୀ ପରିସ୍ରା କରୁଥିବା ନେଇ କିଛିଦିନ ପୂର୍ବେ ଭିଡିଓ ଭାଇରାଲ ହୋଇଥିଲା। ମନ୍ଦିର ପରିସରରେ ପରିସ୍ରା କରାଯାଉଥିବାରୁ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ପଡିଥିଲା। ତେବେ ଦୀର୍ଘ ସମୟ ମନ୍ଦିର ଭିତରେ ସେବା କରୁଥିବା ପାଳିଆ ସେବାୟତମାନେ ପରିସ୍ରା ଲାଗିଲେ କୁଆଡେ ଯିବେ ବୋଲି ଦାବି ଉଠିଥିଲା। ତେବେ କେବଳ ପାଳିଆ ସେବାୟତଙ୍କ ପାଇଁ ଦକ୍ଷିଣ ଦ୍ୱାର ବାହାରେ ଏକ ଶୌଚାଳୟ କରାଯିବ। ଏଠାକୁ ଅନ୍ୟ ସେବାୟତ, କର୍ମଚାରୀ ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri