ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର: ବାଲେଶ୍ୱରରେ ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୨୦।୧- ରାଷ୍ଟ୍ରୀୟ ଯୁବ ସଙ୍ଗଠନ, ଉତ୍କଳ ଗାନ୍ଧୀ ସ୍ମାରକନିଧି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ଅଭିଯାତ୍ରୀ ଦଳ ଶାନ୍ତି-ସଂହତି-ସଦ୍‌ଭାବନା ଯାତ୍ରାରେ ଗତ ୧୩ ତାରିଖରୁ ଝାରସୁଗୁଡ଼ାରୁ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜିଲା ପରିକ୍ରମା କରୁଛନ୍ତି। ସୋମବାର ପୂର୍ବାହ୍ନ ୧୦ଟା ବେଳେ ଏହି ଦଳ ବାଲେଶ୍ୱର ସହରସ୍ଥିତ ଫକୀର ମୋହନ ଗୋଲେଇ ନିକଟରେ ପହଞ୍ଚିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ଅଭିଯାତ୍ରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଖାଉଟି ଅଦାଲତ ସମ୍ମୁଖରେ ପହଞ୍ଚିବା ପରେ ବାଲେଶ୍ୱରର ବହୁ ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଓ ଗଣସଙ୍ଗଠନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୋକଶକ୍ତିର ନିର୍ଦ୍ଦେଶକ ରବି ରାୟ, ବରିଷ୍ଠ ଖବରଦାତା ବିପ୍ଳବ କୁମାର ମହାନ୍ତି, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଯୁବନେତା ତୁଷାରକାନ୍ତି ତପସୀ, ଗୋବିନ୍ଦ ଦଳାଇ, ମନୋଜ ନାୟକ, ଇଂ. ହୃଷୀକେଶ ସାହୁ, ବିଧାନ ରାୟ, ଭାଗବତ ପ୍ରତିହାରୀ, ଆଇନଜୀବୀ ଶମ୍ଭୁନାଥ ମହାନ୍ତି ଓ ସ୍ବାଗତ କମିଟି ଆବାହକ ରାଜେଶ ଗିରି ପ୍ରମୁଖ ଅଭିଯାତ୍ରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରି ହିଂସା ଓ ନିଶା ବିରୋଧରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ।
ଅଭିଯାତ୍ରୀ ଦଳରେ ସାମିଲ ଥିବା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନିଶାକର ଦାସ ଆଜିର ସମାଜରେ ଗାନ୍ଧୀଙ୍କ ଆଦର୍ଶ ଦେଶବାସୀଙ୍କ ଏକମାତ୍ର ପଥପ୍ରଦର୍ଶକ ବୋଲି କହିଥିଲେ। ରାଷ୍ଟ୍ରୀୟ ଯୁବ ସଙ୍ଗଠନର ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକ ଏହି ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଡ. ବିଶ୍ୱଜିତ୍‌, ରଞ୍ଜିତ୍‌ ଦେହୁରୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ପ୍ରଜ୍ଞା ବେହେରା, ଚିନ୍ମୟୀ ସୁତାର, ତ୍ରିଲୋଚନ ମଲ୍ଲ, ବିଶ୍ୱଜିତ୍‌ ମହାନ୍ତି, ବିକ୍ରମ ପଣ୍ଡା, ଅଲିଭା ଦାସ, ମାମାଲି ଗଡ଼ନାୟକ, ସାଗର ଦାସ, ଫୁଲଲତା ସେଠୀ, ଦୀପାଞ୍ଜଳି ଭୋଇ ଓ ଅରବିନ୍ଦ ନାୟକ ପ୍ରମୁଖ ଅଭିଯାତ୍ରୀ ଦଳରେ ସାମିଲ ଥିଲେ। ‘ଗୋଟିଏ ଶବ’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା। ନାଟକର ଲେଖକ ଓ ଅଭିନେତାମାନଙ୍କୁ ଦର୍ଶକମାନେ ପ୍ରଶଂସା କରିଥିଲେ। ବାଲେଶ୍ୱର ସହରରୁ ରେମୁଣା, ନୀଳଗିରି, ଇଞ୍ଚୁଡ଼ି, ସୋର, ତୁଡ଼ିଗଡ଼ିଆ ଆଦି ଅଞ୍ଚଳ ଅଭିଯାତ୍ରୀମାନେ ପରିକ୍ରମା କରିବେ। ଆସନ୍ତା ୩୦ ତାରିଖରେ ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ଯାତ୍ରା ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ,ସ୍ତ୍ରୀଙ୍କ ବାଜିମାତ୍‌

ପୁରୁଷୋତ୍ତମପୁର,୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ବିଜେଡିକୁ ପଛରେ ପକାଇ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ-ସ୍ତ୍ରୀ ବାଜି ମାରିନେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ଅଧ୍ୟକ୍ଷା ଭାବେ...

ବୋଥ୍ରାଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ହାଇକୋର୍ଟରେ ମାମଲା

କଟକ ଅଫିସ,୨୪ା୧୨:ପରୀ ହତ୍ୟା ତଦନ୍ତର ଦିଗ ବାରମ୍ବାର ବଦଳୁଛି। ଗତ ନଭେମ୍ବର ୨୫ରେ ବିଧାସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖି ମେଡିକାଲ ତଥ୍ୟ...

ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ର କାମଚଳା

ଛତ୍ରପୁର,୩୧।୫(ଡି.ଏନ.ଏ)ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆନୁଷଙ୍ଗିକ ସୁବିଧା ନ ଥିବାବେଳେ କର୍ମୀ ଓ ସହାୟକ ପଦବୀ ମଧ୍ୟ ଖାଲି ରହିଛି ା ଏଥିଲାଗି...

ଶ୍ରୀମନ୍ଦିରରେ ସରିଲା ନନ୍ଦୋତ୍ସବ: ଆଜି ଠାକୁରଙ୍କ ବନଭୋଜି ବେଶ

ପୁରୀ ଅଫିସ,୨୫।୮: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ। ଏହି ନୀତି ଦେଖିବା ଲାଗି ଭକ୍ତଙ୍କ ଭିଡ଼ ହୋଇଥିଲା। ରବିବାର...

ସରକାରୀ ଜମିରୁ କାଟିଥିଲେ ଗଛ, ଶୀଘ୍ର ହେବ ନିଲାମ

ଖଇରା,୫ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଖଇରା ରାଜସ୍ବ କ୍ଷେତ୍ର ଅଧୀନ ଆଳଦା ଗ୍ରାମର ସରକାରୀ ଜମିରେ ଥିବା ବଡ କୈମ ଓ ତାଳ ଗଛକୁ...

କୁଡାପଡ଼ା-ଖଲିଆପାଲି ରାସ୍‌ତା ସମସିଆ: ପଲ୍‌ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା

  ବିନିକା,୩୧।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍‌ ୩ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଅବହେଲିତ...

ଶାରଳା ମନ୍ଦିର ହୁଣ୍ଡିରୁ ଟଙ୍କା ଗାଏବ୍‌ : ଧାରଣାରେ ବସିଲେ ପଣ୍ଡା, ସେବାୟତ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ହୁଣ୍ଡିରୁ ବୁଧବାର ଟଙ୍କା ଗାଏବ ହୋଇଥିବା ସନ୍ଦେହ କରାଯାଇଛି। ଚଞ୍ଚକତାପୂର୍ବକ ହୁଣ୍ଡି ଖୋଲାଯାଇ ଟଙ୍କା ଗାଏବ୍‌...

୨୨ କଏଦୀ ସ୍ଥାନାନ୍ତର

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ସବ୍‌ଜେଲରେ କ୍ଷମତା ଠାରୁ ପ୍ରାୟ ଦୁଇଗୁଣା କଏଦୀ ରହି ଆସୁଥିଲେ। ଜେଲ୍‌ ପରିସରରେ ସାମାଜିକ ଦୂରତା ପାଳନ ହେଉ ନ...

Advertisement
Archives

Model This Week