ମହଙ୍ଗା ପଡିଲା ପ୍ରେମ

ଝାରସୁଗୁଡା ଅଫିସ/ଲଖନପୁର,୧୨।୧୨(ଡି.ଏନ.ଏ): ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଜଣେ ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରିବା ଯୁବକଙ୍କୁ ମହଙ୍ଗା ପଡିଛି। ପୋଲିସ ବେଙ୍ଗାଲୁରୁରୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ, ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମକରି ବସିଥିଲେ। ପରେ ଉକ୍ତ ମହିଳାଙ୍କ ଅଶ୍ଳୀଳ ଫଟୋକୁ ନେଇ ତାଙ୍କୁ ବ୍ଲାକ୍‌ମେଲିଂ କରିଥିଲେ। ଯୁବକ ଜଣଙ୍କ ମହିଳାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସମ୍ପୃକ୍ତ ମହିଳା ଜଣଙ୍କ ଝାରସୁଗୁଡା ଜିଲା ବଡମାଲ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସେ ବିବାହିତ, ତାଙ୍କର ୨ ସନ୍ତାନ ଅଛନ୍ତି ବୋଲି ଯୁବକଙ୍କ ସମ୍ପର୍କୀୟମାନେ ଜାଣି ବିବାହ ପ୍ରସ୍ତାବକୁ ବିରୋଧ କରିଥିଲେ। ଏ ସମ୍ପର୍କରେ ମହିଳାଙ୍କ ସ୍ବାମୀ ଜାଣିପାରି ବଡମାଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ବଡମାଲ ପୋଲିସ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଢେଙ୍କାନାଳ ଫାଟାଲ ଗ୍ରାମର ସୌମ୍ୟଜିତ ସେଠୀ ଓରଫ ଦୀପୁ ବୋଲି ଜଣାପଡିଛି। ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ରାଜନଗର,୧୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାନବଡ଼ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କୁଶାଇଲୋ ଗ୍ରାମର ନରହରି ଦାସଙ୍କ ଝିଅ ନମିତା (୧୪)ଙ୍କ ରବିବାର ପୋଖରୀରେ ବୁଡ଼ି...

୧୪ ଦିନରେ ୧୨ ସ୍ଥାନରୁ ଚୋରି

ବଇଣ୍ଡା,୧୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ବଢ଼ୁଛି ଚୋରି। ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟିକ ପ୍ରତିଷ୍ଠାନ,...

ବୁଲି ଯାଇଥିଲେ ମାଲେସିଆ, କରୋନା ଭୟରେ ଝାରସୁଗୁଡ଼ା ଚିକିତ୍ସାଳୟ ଆସିଲେ ଯୁବକ

ଝାରସୁଗୁଡା ଅଫିସ,୬।୩- କରୋନା ସଂକ୍ରମଣ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମହାମାରୀ ସାଜିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ...

ଡଙ୍ଗା ଭସାଇ ଫେରୁଥିବାବେଳେ ଦୁର୍ଘଟଣା, ୩ ମୃତ

ଯାଜପୁର ଟାଉନ/ କୋରେଇ, ୧୨।୧୧ (ଡିଏନଏ/ସ୍ବ.ପ୍ର): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇ ଫେରିବାବେଳେ ଏକ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ। ଯାଜପୁର ଜିଲା...

୩୩ ପରିବାର ଉଚ୍ଛେଦକୁ ବିରୋଧ

ପର୍ଲା,୨୮।୪(ଡି.ଏଡ଼.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ତଥା ଶଗଡା ସଂରକ୍ଷିତ ଜଙ୍ଗଲ ଜମିରେ ଘରଦ୍ୱାର କରି ରହି ଆସୁଥିବା ୩୩ ଆଦିବାସୀ ପରିବାରକୁ ବନ ବିଭାଗ...

ସୁନ୍ଦରଗଡ଼ରେ ବାଜିମାରିଲା ଭାଜପା

ସୁନ୍ଦରଗଡ଼,୨୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ପୌର ନିର୍ବାଚନରେ ଭାଜପାର ତନୟା ମିଶ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀନୀ ରଞ୍ଜନା ପଣ୍ଡାଙ୍କୁ...

କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖଲ୍ଲିକୋଟ,୧୨ା୫(ଡି.ଏନ.ଏ.)- ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡ଼ା ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଶନିବାର ଜନୈକା ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। କୌଣସି ସୂତ୍ରରୁ...

ଭଦ୍ରକ ଜିଲାର ତିନି ପଞ୍ଚାୟତରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ ଅଫିସ, ୧୩।୫: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତରେ କଣ୍ଟେନମେଣ୍ଟ କଟକଣା ଜାରି କରାଯାଇଥିଲା। ତେବେ ୩ଟି...

Advertisement
Archives

Model This Week