ମଞ୍ଚରେ ପ୍ରତିଭା ଦେଖାଇଲେ ଦିବ୍ୟାଙ୍ଗ

ପୁରୀ ଅଫିସ,୩ା୧୨: ଦିବ୍ୟାଙ୍ଗ କାହା ଉପରେ ବୋଝ ନୁହଁନ୍ତି। ସେମାନେ ଅନ୍ୟମାନଙ୍କ ଭଳି ସକ୍ଷମ ତାହା ପ୍ରମାଣିତ କରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ବି ସହଭାଗିତା ରଖିପାରୁଛନ୍ତି। ତେଣୁ ଦିବ୍ୟାଙ୍ଗ ଶିଶୁଙ୍କୁ କୌଣସି ଭିନ୍ନ ନଜରରେ ଦେଖିବା ଠିକ୍‌ ନୁହେଁ। ସେମାନଙ୍କର ମଧ୍ୟ ସମାଜରେ ସ୍ବତନ୍ତ୍ର ସ୍ଥାନ ରହିଛି। ସେମାନେ ବି ସ୍ନେହ ସହକାରେ ବଢିବେ, ବିକଶିତ ହୋଇ ଏ ପ୍ରଗତିଶୀଳ ବିଶ୍ୱର କର୍ଣ୍ଣଧାର ସାଜିବେ ଆଉ ସେବା କରିବେ। ସେଥିପାଇଁ ବିଭିନ୍ନ ଯୋଜନା କରାଯାଇଛି ବୋଲି ଜିଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବରେ ଅତିଥିମାନେ କହିଛନ୍ତି। ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ମଙ୍ଗଳବାର ଟାଉନ ହଲ୍‌ରେ ଏହି ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲା ସମଗ୍ର ଶିକ୍ଷା ଏବଂ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ୍‌ ନୁହଁନ୍ତି, ସେମାନେ ଆଜି ସବୁ କ୍ଷେତ୍ରରେ ସକ୍ଷମଙ୍କ ସହ ତାଳ ଦେଇ ଆଗକୁ ବଢୁଛନ୍ତି ବୋଲି କହିଥିଲେ। ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଗିରିଜାଶଙ୍କର ରଥ, ଡିଏସ୍‌ଡବ୍ଲ୍ୟୁଓ ପୁଷ୍ପାଞ୍ଜଳି ମହାପାତ୍ର, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲା ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ପ୍ରଶିକ୍ଷିକା ସ୍ନେହଲତା ମହାପାତ୍ର ଯୋଗଦେଇ ଥିଲେ। ଅଭିଭାବକମାନେ ଚାର୍ହିଲ ସେମାନଙ୍କ ପିଲା ଦିବ୍ୟାଙ୍ଗ ହେବାରୁ ରୋକିପାରିବେ। ଏଥିପାଇଁ ସଚେତନ ହେବାକୁ ପଡ଼ିିବ। ମା’ ପେଟରେ ଭ୍ରୂଣ ହେବା ପରଠାରୁ ପିଲା ୨ ବର୍ଷ ପର୍ଯ୍ୟନ୍ତ ଯଦି ଠିକ୍‌ ଭାବେ ଯତ୍ନ ନିଆଯାଏ ତେବେ ଦିବ୍ୟାଙ୍ଗ ହେବା ସମ୍ଭାବନାକୁ ୮୦ ପ୍ରତିଶତ ଏଡାଇ ଦେଇହେବ ବୋଲି ଅତିଥି କହିଥିଲେ। କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପିଲାମାନଙ୍କ ନୃତ୍ୟ, ଗୀତ ବେଶ୍‌ ଆକର୍ଷଣୀୟ ହୋଇଥିଲା। ନୃତ୍ୟରେ ସ୍ବଚ୍ଛ ଭାରତଠାରୁ ଆରମ୍ଭ କରି ଶିକ୍ଷା ବିକାଶର ବାର୍ତ୍ତା ଦିଆଯାଇଥିଲା। ମଞ୍ଚ ସଂଯୋଜନା କରିଥିଲେ ମହେନ୍ଦ୍ର କୁମାର ଦାଶ ଓ କଳ୍ପନା ମିଶ୍ର। ଏହି ଅବସରରେ ୨୫ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଉପକରଣ ବଣ୍ଟାଯାଇଥିଲା। ବରିଷ୍ଠ ଓ କନିଷ୍ଠ ବର୍ଗରେ ମୋଟ ୧୧୦ ଜଣ ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲା ମିଡ଼ିଆ ସଂଯୋଜକ କାର୍ତ୍ତିକେଶ୍ୱର ପ୍ରଧାନ, ବିତ୍ତ ଅଧିକାରୀ ବିଚିତ୍ରାନନ୍ଦ ଜେନା, ନାରାୟଣ ଚନ୍ଦ୍ର ମହାନ୍ତି, ବରଦା ପ୍ରସାଦ ରାଉତ, ରଶ୍ମିରଞ୍ଜନ ନାୟକ ଓ ଇତିଶ୍ରୀ ହୋତା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଚିନିକଳ କାର୍ଯ୍ୟକ୍ଷମ ଦାବି: ଆସନ୍ତା ୬ରେ ଜିଲା ବନ୍ଦ ଡାକରା

ଓଡ଼ଗାଁ,୧।୩(ସ୍ବ.ପ୍ର.)-୫ ବର୍ଷ ହେଲା ବନ୍ଦ ରହିଥିବା ନୟାଗଡ ଚିନିକଳକୁ କାଯର୍‌ୟକ୍ଷମ କରିବାକୁ ଚିନିକଳ କ୍ରିୟାନୁଷ୍ଠାନ କମିଟି ମାର୍ଚ୍ଚ ୬ ତାରିଖରେ ଜିଲା ବନ୍ଦ ସହିତ ହରତାଳ...

ଭଗାମୁଣ୍ଡାର ପରିଚୟ ରେଶମ ଶିଳ୍ପ

ଯୋଡ଼ା,୬।୩(ଡି.ଏନ.ଏ.)-ଖଣି, ବୈତରଣୀ ଓ ମା’ ତାରିଣୀଙ୍କୁ ନେଇ ସାରା ରାଜ୍ୟ ତଥା ଦେଶରେ କେନ୍ଦୁଝର ଜିଲା ପ୍ରସିଦ୍ଧି ଲାଭ କରିଥିବାବେଳେ ଏବେ ଆଉ ଏକ କୁଟୀରଶିଳ୍ପ...

ସଂସ୍କୃତି ମନ୍ତ୍ରଣାଳୟ ଫେଲୋଶିପ୍‌ରେ ୨ ନୂଆ ଭାଷା ସାମିଲ: ସାନ୍ତାଳୀ ଭାଷାରେ ମିଳିବ ଫେଲୋଶିପ୍‌

ଭୁବନେଶ୍ୱର,୩୧ା୭(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଣିକି ସାନ୍ତାଳୀ ଓ ନେପାଳୀ ଭାଷାରେ ଫେଲୋଶିପ୍‌ ତଥା ସ୍କଲାରଶିପ୍‌ ପ୍ରଦାନ କରିବ। ମଙ୍ଗଳବାର କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ...

୧୭ରୁ ମା’ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ, ୧୩।୧୦ (ଡି.ଏନ୍‌.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ରଥଯାତ୍ରା ସପକ୍ଷରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ...

ବନ୍ଦ ହୃତ୍‌ପିଣ୍ଡ ପୁନଃ ଚାଲୁ ହୋଇପାରିବ

ବ୍ରହ୍ମପୁର ଅଫିସ୍‌,୧୭ା୧୦-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ତରଫରୁ ବୁଧବାର ସକାଳେ ବିଶ୍ୱ...

ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଚିନ୍ତାରେ ଚାଷୀ: ଧାନ ପାଇଁ ପବନ, ପରିବାକୁ ବର୍ଷା ବିପଦ

ଜଗତ୍‌ସିଂହପୁର ଅଫିସ,୬ା୧୧: ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର କଥା ହେଲା ପ୍ରାକୃତିକ ବିପର୍ଯ୍ୟୟ ଜିଲାବାସୀଙ୍କ ମେରୁଦଣ୍ଡ ବଙ୍କା କରିସାରିଲାଣି।...

ଗଛରେ ପିଟି ହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ରିଆମାଳ ୧୨.୧୧ (ଡି଼.ଏନ.ଏ): ଦେଓଗଡ ଜିଲା ରିଆମାଳ ଥାନା ଅନ୍ତର୍ଗତ ବୁଚାକଟେଇ ଛକ ଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଇକ ଚାଲକଙ୍କ...

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ପାପଡ଼ାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଶନିବାର ଏକ ଘରୋଇ ବସ୍‌ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ...

Advertisement


Archives

Model This Week