ବଇଣ୍ଡା, ୯।୬(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ମଇମୁରା ଗ୍ରାମ ଜଙ୍ଗଲରେ ଏବେ କାଠ ଚୋରଙ୍କ ନଜର। ପ୍ରତିଦିନ ଏଠାରୁ ଚୋରାରେ କାଠ ଚାଲାଣ ହେଉଥିବା ଯୋଗୁ ପଦା ହେବାକୁ ବସିଛି ଜଙ୍ଗଲ। ଏ ନେଇ ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଜଙ୍ଗଲ କ୍ଷୟ ହୋଇ ଲୋପ ପାଇଯିବାର ଆଶଙ୍କା ଦେଖାଦେଇଛି। ଏ ନେଇ ମଇମୁରା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଶୁକ୍ରବାର ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ୭୮୩ ହେକ୍ଟର ମଇମୁରା ଗ୍ରାମ୍ୟ ଜଙ୍ଗଲ ବିଭିନ୍ନ ପ୍ରକାର ବୃକ୍ଷରେ ପରିପୂର୍ଣ୍ଣ ରହିଛି। ଜିଲାରେ ଶିଳ୍ପ କଳକାରଖାନା ପାଇଁ ଅନେକ ଜଙ୍ଗଲ ବଳି ପଡ଼ିଥିବାବେଳେ ଆଠମଲ୍ଲିକ ଉପଖଣ୍ଡରେ କିଛି ଜଙ୍ଗଲ ବଳକା ରହିଛି। ହେଲେ ସେଗୁଡ଼ିକ ମଧ୍ୟ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଉକ୍ତ ଜଙ୍ଗଲରେ ୧୯୯୫ରେ ବନ ବିଭାଗ ପକ୍ଷରୁ ୧୦,୫୦୦ ଶାଗୁଆନ, ଶାଳ, ଶିଶୁ ଆଦି ଚାରା ରୋପଣ କରାଯାଇଥିଲା। ଏବେ ସେଗୁଡ଼ିକ ବଡ଼ ହୋଇ ଯାଇଥିବାବେଳେ ସେଥିରେ କାଠ ଚୋରଙ୍କ ନଜର ପଡ଼ିଛି। ପ୍ରତିଦିନ ଏହି ଜଙ୍ଗଲରୁ ମୂଲ୍ୟବାନ କାଠ କାଟି ବାହାରକୁ ଚାଲାଣ କରୁଛନ୍ତି। ବିଳମ୍ବିତ ରାତିରେ ଜଙ୍ଗଲରୁ ଗଛ କାଟିବାପରେ ସେଗୁଡ଼ିକୁ ଗୁପ୍ତ ସ୍ଥାନରେ ରଖୁଛନ୍ତି। ପରେ ଏହାକୁ ଗାଡ଼ିରେ ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଜିଲା ସମେତ ରାଜ୍ୟ ବାହାରକୁ ପଠାଉଛନ୍ତି। ଜିଲା ବାହାର କାଠ ବ୍ୟବସାୟୀ ସ୍ଥାନୀୟ କାଠ ବ୍ୟବସାୟୀଙ୍କ ସହ ମିଶିବା ସହ ବନ ବିଭାଗର କେତେକ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଏହି ଚୋରା କାରବାର ଚଳାଉଥିବା ଅଭିଯୋଗ ହୋଇଛି। ସେହିପରି ଜଙ୍ଗଲ କ୍ଷୟ ଯୋଗୁ ବନ୍ୟ ଜୀବଜନ୍ତୁ ଗ୍ରାମାଭିମୁଖୀ ହେଉଛନ୍ତି। ହାତୀପଲ ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ତୁରନ୍ତ ଏଥିପ୍ରତି ବନ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ କହିଛନ୍ତି, ଜଙ୍ଗଲ ସୁରକ୍ଷା ପାଇଁ ଏକ ଟିମ ଗଠନ କରାଯାଇ ପାଟ୍ରୋଲିଂ କରାଯାଉଛି। ପଦକ୍ଷେପ ନିଆଯିବ।

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ
ଅନୁଗୋଳ ଅଫିସ,୫।୬: ୨ ଲକ୍ଷ ଟଙ୍କା ଅଧିକ ଯୌତୁକ ପାଇଁ ଜଣେ ୮ ମାସର ଗର୍ଭବତୀଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଶନିବାର ଅନୁଗୋଳ ସଦର ଥାନାରେ...

ଛେଣ୍ଡିପଦାରେ ବିଭିନ୍ନ ପ୍ରକଳ୍ପର ତଦାରଖ
ଛେଣ୍ଡିପଦା, ୧୦ା୧୨(ସ୍ବ.ପ୍ର.)- ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତରେ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ...
ଏନ୍ଟିପିସି ଡାକ୍ତରଙ୍କ ପ୍ରସ୍ତାବ ଉପରେ ମୋହର : ଗ୍ରହଣଖଣ୍ଡିଆ ରୋଗୀ ଯିବେ ହାଇଦ୍ରାବାଦ
ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳ ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ଅଗ୍ନି ବିକଳାଙ୍ଗ ରୋଗୀଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ କରାଯିବ। ସେଠାରେ ମାଗଣା...

ଉନ୍ନତୀକରଣ ପାଇଁ ଉଚ୍ଛେଦ
ଅନୁଗୋଳ ଅଫିସ, ୪।୧୧ – ଅନୁଗୋଳ ସହରର ହେବ ଉନ୍ନତୀକରଣ। ଏଥିପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ବେଳେ ମଙ୍ଗଳବାରଠାରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ...

ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତଙ୍କୁ ୫ବର୍ଷ କାରାଦଣ୍ଡ
ଢେଙ୍କାନାଳ ଅଫିସ, ୨୬।୭-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ୨୦୧୫ରେ ଘଟିଥିବା ନାବାଳିକା ଛାତ୍ରୀ (୧୬ବର୍ଷ) ବଳାତ୍କାର ଘଟଣାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସ୍ବତନ୍ତ୍ର...

ଆଜି ତାଳଚେର, ପାଲଲହଡ଼ାରେ ବନ୍ଦ ପାଳନ
ତାଳଚେର, ୧୧ା୧୧ (ନି.ପ୍ର.):ପୂର୍ବ ନିଷ୍ପତ୍ତି ମୁତାବକ ଅନୁଗୋଳ ଜିଲା ତାଳଚେର ଓକିଲ ସଂଘ ପକ୍ଷରୁ ୧୧ ତାରିଖରେ ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ...

ଭାଟି ଲାଇସେନ୍ସ ରଦ୍ଦ ପାଇଁ ହେବ ଆବେଦନ: ମିଳିଲା ଚୋରା କାରବାର ଚେର ଘଟଣା
ଅନୁଗୋଳ ଅଫିସ, ୨୬।୪ – ଅନୁଗୋଳ ସହର ଉପକଣ୍ଠରେ ଥିବା କରଡ଼ାଗାଡ଼ିଆ ମଦ ଭାଟିକୁ ବନ୍ଦ କରାଯାଇଥିଲେ ବି ସେଠାରୁ ୪୪୪୦ ଲିଟର ଦେଶୀ ଚୋରା...

କରୋନା ଅଟକାଇ ପାରିନି ଶିକ୍ଷାର ପଥ ଭିଡ଼ିଓ କନଫରେନ୍ସରେ ଚାଲିଛି ପାଠପଢା
ତାଳଚେର, ୪/୪(ନି.ପ୍ର.)-କୋଭିଡ଼-୧୯ ବରୋଧରେ ଲଢ଼ୁଛି ସାରା ବିଶ୍ୱ। ହେଲେ ଏହି ମହାମାରୀ ରୋକିପାରିନି ଶିକ୍ଷାର ବାଟ। ଅବିରତ ଭାବେ ଚାଲିଛି ଶିକ୍ଷାଦାନ ପିଲାମାନେ ପାଠ୍ୟକ୍ରମ ଅନୁଯାୟୀ...