ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଓ୍ବାଶିଂଟନ୍‌,୧୬।୪: ଆମେରିକାର ଭେଣ୍ଡିଂ ମେସିନରେ କାର ବିକ୍ରି କରି କୋଟିପତି ହେଲେ ବାପପୁଅ। ବର୍ତ୍ତମାନ ସମୟରେ ଦୁଇଜଣ ୪୭ହଜାର କୋଟିର ମାଲିକ ବୋଲି ଜଣାପଡିଛି। କାରଭାନ ହେଉଛି ପୁରୁଣା କାର ବିକ୍ର କରୁଥିବା ଆମେରିକାର ଜଣାଶୁଣା ଏକ କମ୍ପାନୀ। ଏହାକୁ ପୁରୁଣା କାରର ଆମାଜନ ମଧ୍ୟ କୁହାଯାଏ। ଏହି କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ଏହାର ସଂସ୍ଥାପକ ବାପା ଏରନେଷ୍ଟ ଗ୍ରାସିଆ ଦ୍ୱିତୀୟ ଓ ପୁଅ ଏରନେଷ୍ଟ ଗ୍ରାସିଆ ତୃତୀୟ ଅରବପତି ବୋଲି ଜଣାପଡ଼ିଛି। ୧୯୯୦ରେ ଏକ ଦୁର୍ନୀତିରେ ଗ୍ରାସିଆ ଦ୍ୱିତୀୟ ଦୋଷୀ ସାବସ୍ତ୍ୟ ହୋଇଥିଲେ, କିନ୍ତୁ ସରକାରୀ ସାକ୍ଷୀ ହେବା ପରେ ସେ ଜେଲ୍‌ ଯିବାରୁ ବଞ୍ଚିତ ହୋଇଥିଲେ। ଏହାପରେ ସେ ପୁରୁଣା କାରକୁ ବିକ୍ରି କରିବା ସହ କ୍ରେତାଙ୍କୁ ଋଣ ଦେବାର ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୩ରେ ଗ୍ରାସିଆ କାରଭାନ କମ୍ପାନୀ ପ୍ରତିଷ୍ଠା କରିଥିଲେ। କାରଭାନ ପୁରୁଣା କାର ବିକ୍ରି ଓ କ୍ରୟ କରିବା ସହ କ୍ରେତାଙ୍କୁ ଋଣ ଦେବାର ବ୍ୟବସାୟ ମଧ୍ୟ କରୁଥିଲା। ଏହି କମ୍ପାନୀର ବିଶେଷତ୍ୱ ହେଲା ସେ ଭେଣ୍ଡିଂ ମେସିନ୍‌ ଜରିଆରେ କାର ବିକ୍ରି କରିଥାଏ। ଆଉ ଏହି କମ୍ପାନୀ କାର ବିକ୍ରି କରିବା ପାଇଁ ୧୬ଟି ଭେଣ୍ଡିଂ ମେସିନ୍‌ ଲଗାଇଥିବା ସୂଚନା ମିଳିଛି। ୫ବର୍ଷର ଏହି କମ୍ପାନୀ ଏବେ ପର୍ଯ୍ୟନ୍ତ କ୍ଷତିରେ ଚାଲୁଥିବା ବେଳେ ଏହାର ଶେୟାରରେ ଲାଗାତାର ବୃଦ୍ଧି ଓ ହ୍ରାସ ହେଉଥିବା ସୂଚନା ମିଳିଛି। ହେଲେ କମ୍ପାନୀର ସଂସ୍ଥାପକ କିନ୍ତୁ ଅରବ ଟଙ୍କାର ମାଲିକ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ପେର ନୂତନ ପ୍ଲାଟ୍‌ଫର୍ମ ଉନ୍ମୋଚିତ

ଭୁବନେଶ୍ୱର,୨୫।୬: ଫୋନ୍‌ପେର ନୂତନ ପ୍ଲାଟ୍‌ଫର୍ମ ‘ଫୋନ୍‌ପେ ବିଜ୍‌ନେ୍‌ସ ଆପ୍‌’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଫୋନ୍‌ପେ ବ୍ୟବସାୟୀମାନଙ୍କୁ ଋଣ ଦେବା ସହିତ...

ଗିରଫଦାରୀରୁ ରକ୍ଷା ପାଇଁ ସର୍ତ୍ତ ରଖିଲେ କୋର୍ଟ, ଇମ୍ରାନ କରିବେ ଆତ୍ମ ସମର୍ପଣ-ରାଲିକୁ ମନା…

ଇସଲାମାବାଦ,୧୬।୩ : ଗିରଫଦାରୀରୁ ରକ୍ଷା ପାଇଁ ପାକିସ୍ତାନୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି। ତୋସାଖାନା ମାମଲାର ଶୁଣାଣି ସମୟରେ ଅତିରିକ୍ତ...

ଋଣ ସୁଝି ପାରିଲେନି ଅନିଲ ଅମ୍ବାନୀ; ଗ୍ରୁପ ମୁଖ୍ୟାଳୟକୁ କବ୍‌ଜା କଲା ବ୍ୟାଙ୍କ

ମୁମ୍ବାଇ,୩୧।୭ : ୟେସ୍‌ ବ୍ୟାଙ୍କରୁ ଆଣିଥିବା ଋଣ ଅନିଲ ଅମ୍ବାନୀ ଶୁଝିବାକୁ ସକ୍ଷମ ହୋଇ ନ ହେବାରୁ ତାଙ୍କ କମ୍ପାନୀର ମୁ୍‌ମ୍ବାଇ କାର୍ଯ୍ୟାଳୟକୁ ବ୍ୟାଙ୍କ ପକ୍ଷରୁ...

ଡିଜିଟାଲ ବ୍ରିଜ ଟେକ୍ନୋଲୋଜି ଯୋଗୁ ୧୨ ବର୍ଷ ପରେ ଚାଲିଲେ ପକ୍ଷାଘାତ ବ୍ୟକ୍ତି…

ଆମଷ୍ଟେରଡାମ,୨୫।୫ : ଟେକ୍ନୋଲୋଜି ଯୋଗୁଁ ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ବର୍ତ୍ତମାନ ଏପରି ଏକ ଟେକ୍ନୋଲୋଜି ଆସିଛି, ଯାହା ବିଷୟରେ ଜାଣି ଯେ କେହି ଆଶ୍ଚର୍ଯ୍ୟ...

ଜିଏସ୍‌ଟି କ୍ଷତିପୂରଣ ବିକଳ୍ପ; ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋ ସପକ୍ଷରେ ୨୧ ରାଜ୍ୟ

  ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡିକ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। କେନ୍ଦ୍ର ସରକାର...

ଶୀଘ୍ର ଅଭିବୃଦ୍ଧି ପଥକୁ ଫେରିବ ଭାରତ

ଡାଭୋସ,୨୫-୧ : ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଶୁକ୍ରବାର ଆଶ୍ୱସ୍ତି ଭରା ଖବର ଆଣିଛି। ଭାରତରେ...

ନ୍ୟୁଜିଲାଣ୍ଡ ତଟରେ ୫ଶହ ମୃତ ତିମି

ଓ୍ବେଲିଂଟନ୍‌, ୧୨।୧୦: ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ ମୃତଦେହ ମିଳିଛି। ସ୍ଥାନୀୟ ପ୍ରଶାସନ ସାର୍କ ଫିଲ୍ଡ ଓ୍ବାଟରରେ ହ୍ବେଲ୍‌ମାନଙ୍କ ଉଦ୍ଧାର ପାଇଁ ଯୋଜନା...

ଓ୍ବାରେନ ବଫେଟ୍‌ଙ୍କ କ୍ଷତି ୫୦ ବିଲିୟନ ଡଲାର

ଭୁବନେଶ୍ୱର,୩। ୫: କରୋନା ମହାମାରି ଯୋଗୁ ଓ୍ବାରେନ ବଫେଟଙ୍କ ବର୍କସାୟାର ହାଥାଓ୍ବେ ଇଙ୍କ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀକୁ ତ୍ରୈମାସିକ ୫୦ ବିଲିୟନ ଡଲାରର...

Advertisement
Archives

Model This Week