ଭେଣ୍ଟିଲେଟରରେ ୧୮ଦିନ ରହିବା ପରେ କରୋନା ଯୁଦ୍ଧରେ ବିଜୟୀ ହେଲେ ୪ମାସର ଶିଶୁ

ବିଶାଖପାଟନମ୍‌,୧୩।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଜଣେ ୪ମାସର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି। ଉକ୍ତ ଶିଶୁଙ୍କୁ ୧୮ଦିନ ଯାଏ ହସ୍ପିଟାଲର ଭେଣ୍ଟିଲେଟରରେ ରଖଯାଇ କରୋନା ଚିକିତ୍ସା କରାଯାଉଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବ ଗୋଦାବରୀ ଜିଲାର ଜଣେ ଲକ୍ଷ୍ମୀ ନାମ୍ନୀ ମହିଳା ମେ ମାସରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କର ୪ ମାସର ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ମେ ୨୫ରେ ପୀଡ଼ିତ ଶିଶୁକୁ ବିଶାଖପଟନମ୍‌ର ଓ୍ବିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୮ଦିନ ଯାଏ ଭେଣ୍ଟିଲେଟରରେ ରଖାଯାଇ ଶିଶୁକୁ ଚିକିତ୍ସା କରାଯାଇଥିଲା ବୋଲି ଜିଲାପାଳ ବିନୟ ଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଜି ମାରିଲା ‘ରାଜି’

ମୁମ୍ବାଇ,୧୯।୯: ବଲିଉଡ୍‌ର ସବୁଠାରୁ ବଡ ଆଓ୍ବାର୍ଡ ମଧ୍ୟରେ ଗଣା ଯାଉଥିବା ଏକ ଆଓ୍ବାର୍ଡ ହେଉଛି ଇଣ୍ଟରନ୍ୟାଶନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ ଆଓ୍ବାର୍ଡ ବା (ଆଇଆଇଏଫ୍‌ଏ) ଆଇଫା।...

ନୂଆ ଟ୍ରାଫିକ୍‌ ନିୟମ ନେଇ ବିବାଦ: ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ ଲାଗୁ କରିବାକୁ ମନା କଲେ

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ମୋଟର ବାହନ ସଂଶୋଧନ ଅଧିନିୟମ ଅନୁସାରେ ୬୩ ନୂଆ ନିୟମ ଲାଗୁ...

ଜମ୍ମୁ-କଶ୍ମୀରର ପ୍ରଥମ ନାଗରିକ ଗିରିଶ

ଶ୍ରୀନଗର,୩୧।୧୦: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରିଶଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ୧୯୮୫ ଗୁଜରାଟ କ୍ୟାଡ଼ର ଆଇଏଏସ୍‌ ଅଫିସର ଗିରିଶଙ୍କୁ ଜମ୍ମୁ-କଶ୍ମୀର...

ସଙ୍କଟରେ ଶତାଧିକ କରୋନା ଯୋଦ୍ଧା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ କରୋନାକୁ ହଟାଇବା ପାଇଁ ଚାଲିଛି ଲମ୍ବା ଲଢ଼େଇ। ଏହି ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ପୋଲିସ, ଯବାନଙ୍କ ସମେତ ବିଭିନ୍ନ...

ଦେଶରେ ୨୯ କରୋନା ସଂକ୍ରମିତ: ପ୍ରସ୍ତୁତ ରହିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୧୬ ଇଟାଲୀ ପର୍ଯ୍ୟଟକ ଅଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର...

ରାଜ୍ୟ ସଭାରେ ଏସ୍‌ପିଜି ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୪ା୧୨(ପି.ଟି.): ଏସ୍‌ପିଜି ସଂଶୋଧନ ବିଲ୍‌ ମଙ୍ଗଳବାର ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିରୋଧୀ ଦଳଗୁଡିକ କରିଥିବା ଅଭିଯୋଗକୁ ସ୍ବରାଷ୍ଟ୍ରମନ୍ତ୍ରୀ...

ବିଜେପି କାର୍ଯ୍ୟାଳୟ ତାଲା ଭାଙ୍ଗି ନିଜ ଦଳର ନାଁ ଲେଖିଲେ ମମତା

କୋଲକାତା,୩।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀ ରାମ’ ରାଜନୀତି ତେଜିବାରେ ଲାଗିଛି। ଦୁଇ ଦଳ ମଧ୍ୟରେ ପରସ୍ପର କାର୍ଯ୍ୟାଳୟ ଉପରେ ଦଖଲକୁ ନେଇ ଏବେ ବୟାନବାଜି...

ଏକ କୋଟି କରୋନା ଟେଷ୍ଟ କରାଇବାରେ ଭାରତର ପ୍ରଥମ ରାଜ୍ୟ ହେଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ, ୩୦।୯: ସାରା ଦେଶରେ କରୋନା ଏହାର କାୟା ମେଲାଇ ସାରିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ...

Advertisement


Archives

Model This Week