ଭୁଜାଲି ମାଡ଼ରେ ଜଣେ ଗୁରୁତର

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗଣ୍ଡାଧର ପଞ୍ଚାୟତର ବିରୂପାକ୍ଷ ନାୟକଙ୍କୁ ଶୁକ୍ରବାର ଭୁଜାଲିରେ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥପ୍ରସାଦ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୂର୍ବଶତ୍ରୁତାରୁ ବିରୂପାକ୍ଷଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ, ଗଣ୍ଡାଧର ଗ୍ରାମ ଛକରୁ ଗୋଚ୍ଛାବାଡ଼ି ଗ୍ରାମ ଭିତରକୁ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ କାମ ଚାଲିଛି। ବିରୂପାକ୍ଷ ଓ ଗୋଛାବାଡିର ଜଳନ୍ଧର ନାୟକ ଏହି କାମ ଆଣିଥିବା ବେଳେ ସେମାନେ ଶୁକ୍ରବାର ଅପରାହ୍ନରେ କାରରେ ସେଠାକୁ ଯାଇ ଠିଆ ହୋଇଥିଲେ। ଏହି ସମୟରେ ଦୁର୍ବୃତ୍ତ ଜଣକ ଏକ ବାଇକରେ ଆସି ଭୁଜାଲି ବାହାର କରି ବିରୂପାକ୍ଷଙ୍କ ହାତ ଓ ପେଟକୁ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ

ବୁଗୁଡ଼ା,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭଗବାନପୁର-ଶୁଳିଆପଲ୍ଲୀ ରାସ୍ତାରେ ହାତୀ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବୁଗୁଡ଼ା ଥାନା...

ଫେକ୍‌ ଆଇଡ଼ିରୁ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ, ଯୁବନେତାଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ଅଫିସ,୧ା୩: ଜନୈକା ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ଶିବରାମ ଜେନା (୨୯) । ପୋଲିସ ତାଙ୍କ...

ପୁତୁରାଙ୍କ କଟୁରି ଚୋଟରେ ବଡ଼ ମା’ ମୃତ

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁତୁରା ସୀତାରାମ ମଣ୍ଡଳଙ୍କ କଟୁରି ଚୋଟରେ ବଡ଼...

ଗଞ୍ଜାମ ଜିଲାପାଳଙ୍କ କଡ଼ା ଆଭିମୁଖ୍ୟ: ଏଣିକି ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ଅତ୍ୟାବଶ୍ୟକୀୟ ସାମଗ୍ରୀ

ଛତ୍ରପୁର, ୯।୪(ଡି.ଏନ୍‌.ଏ.)- କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ମାସ୍କ ନ ପିନ୍ଧିଥିଲେ ରାସନ,...

କରୋନା ଯୋଦ୍ଧା ଏଏସ୍‌ଆଇଙ୍କର କରୋନାରେ ମୃତ୍ୟୁ: ଗାର୍ଡ ଅଫ୍‌ ଅନର ଦେଲା ଗଞ୍ଜାମ ପୋଲିସ

ଛତ୍ରପୁର, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ତାରସିଂ ଥାନାର କରୋନା ଯୋଦ୍ଧା ଏଏସ୍‌ଆଇ ଶିବରାମ ଦାଶଙ୍କର ସୋମବାର କରୋନାରେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଛତ୍ରପୁର...

ଚିଟ୍‌ଫଣ୍ଡ ଠକେଇ ମାମଲା: କମ୍ପାନୀ ଏମ୍‌ଡି, ମ୍ୟାନେଜରଙ୍କୁ ୭ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସ୍ବତନ୍ତ୍ର ଚିଟଫଣ୍ଡ୍‌ କୋର୍ଟ ଜଜ୍‌ ଏକ ଟଙ୍କା ଠକେଇ ମାମଲାର ଶୁଣାଣି କରି ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ୍‌ ଲିମିଟେଡ୍‌ ନାମକ ଅର୍ଥଲଗାଣକାରୀ...

ବାଲ୍ୟ ବିବାହ କରୁଛନ୍ତି ଶହେରୁ ୨୪ ଝିଅ

ବ୍ରହ୍ମପୁର ଅଫିସ୍‌,୨୨ା୧୧- କନ୍ୟା ସନ୍ତାନଙ୍କ ସଂଖ୍ୟା ବୃଦ୍ଧି, ସେମାନଙ୍କ ସୁରକ୍ଷା, ଗୁଣିଗାରେଡ଼ି ବିରୋଧରେ ସଚେତନତା ଏବଂ ଚିକିତ୍ସାଳୟଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଭିଯାନରେ...

ଗୁଳିମାଡ଼ରେ ଆହତ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପ୍ରାଣ ଗଲା

ଆସିକା,୨୫ା୫(ଡି.ଏନ୍‌.ଏ.)- ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ...

Advertisement


Archives

Model This Week