ଭଲ ସିନେମାରେ ଅଭିନୟ ଚାହାନ୍ତି ମୃଣାଳ

ନୂଆଦିଲ୍ଲୀ: ଅଭିନେତ୍ରୀ ମୁଣାଳ ଠାକୁର ଭଲ ସିନେମାରେ ଅଭିନୟ କରିବାକୁ ଚାହାନ୍ତି ବୋଲି କହିିଛନ୍ତି। ତାଙ୍କ କହିବା କଥା ହେଉଛି ଦର୍ଶକ ଯେତେବେଳେ ଭଲ ବିଷୟବସ୍ତୁଭିତ୍ତିକ ସିନେମା ଉପରେ ଗୁରୁତ୍ୱ ଦେଉଛନ୍ତି ସେହି ସମୟରେ ତାଙ୍କର ଫିଲ୍ମ ଶିଳ୍ପରେ ପ୍ରବେଶ। ଏଥିପାଇଁ ସେ ନିଜକୁ ଭାଗ୍ୟବାନ ଏବଂ ଆଶୀର୍ବାଦ ପାଇଥିବା ମନେକରନ୍ତି। ଗତବର୍ଷ ତାଙ୍କର ପ୍ରଥମ ଫିଲ୍ମ ‘ଲଭ୍‌ ସୋନିଆ’ ମହିଳା ଚୋରାଚାଲାଣ ପ୍ରସଙ୍ଗକୁ ଭିତ୍ତିକରି ନିର୍ମାଣ ହୋଇଥିବାବେଳେ ପରେ ‘ସୁପର ୩୦’ ଅନେକ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ାଉଥିବା ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ଆଧାର କରି ଗଢ଼ିଉଠିଛି। ତେଣୁ ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ବଡ କଥା ନୁହେଁ;ବରଂ ଭଲ ସିନେମାରେ ଉତ୍ତମ ଚରିତ୍ରଟିଏ ମିଳିବା ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସେ କହିଛନ୍ତି।
୨୬ବର୍ଷ ବୟସ୍କା ମୃଣାଳ ପରବର୍ତ୍ତୀ ଫିଲ୍ମ ‘ବାଟ୍‌ଲା ହାଉସ୍‌’ ପାଇଁ ଖୁବ୍‌ ତତ୍ପର ହୋଇପଡିଛନ୍ତି। ସେ ଏଥିରେ ନନ୍ଦିତା ନାମରେ ଜଣେ ଖବରଦାତା ଭୂମିକା ନିର୍ବାହ କରୁଛନ୍ତି। ପୁନଶ୍ଚ ଅନ୍ୟତମ ମୁଖ୍ୟ ଚରିତ୍ର ଡିସିପି ସଞ୍ଜୟ କୁମାର ଯାଦବ(ଜନ୍‌ ଆବ୍ରାହାମ୍‌)ଙ୍କର ସେ ସ୍ତ୍ରୀ ଭୂମିକାରେ ଅଛନ୍ତି। ୨୦୦୮ରେ ଦିଲ୍ଲୀରେ ସିରିଜ ବୋମା ବିସ୍ଫୋରଣ ପରେ ଏନ୍‌କାଉଣ୍ଟର ଘଟଣାରେ ଯାଦବ ବିବାଦୀୟ ହୋଇପଡ଼ିଥିବା ଜଣେ ବ୍ୟକ୍ତିତ୍ୱ। ଏ ସମ୍ପର୍କରେ ନନ୍ଦିତା କହନ୍ତି, ଏନ୍‌କାଉଣ୍ଟର ବେଳେ ସ୍ବାମୀ ଜୀବନର ବହୁ ବିଷମ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କ ଭୂମିକା ଖୁବ୍‌ କଷ୍ଟକର ହୋଇଥିଲା। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେ ସ୍ବାମୀଙ୍କ ପାଖେପାଖେ ରହି ତାଙ୍କ ବିଷୟରେ କ୍ରମାଗତ ରିପୋର୍ଟ ପ୍ରକାଶ କରୁଥିଲେ। ତେଣୁ ବାସ୍ତବ ଭାବପ୍ରବଣତାକୁ ପରଦାରେ ଫୁଟେଇବା ଖୁବ୍‌ କଠିନ ବୋଲି ମୃଣାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟମ୍‌ କ୍ରୁଜଙ୍କ ସହ ନଜର ଆସିପାରନ୍ତି ପ୍ରଭାସ: ଟୁଇଟ୍‌ କଲେ ମିଶନ ଇମ୍‌ପସିବଲ ୭’ ଡିରେକ୍ଟର

ନୂଆଦିଲ୍ଲୀ, ୨୬।୫: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କୁ ହଲିଉଡ୍‌ ଫିଲ୍ମ ‘ମିଶନ ଇମ୍‌ପସିବଲ ୭’ରେ କାଷ୍ଟ କରାଯାଇପାରେ। ଏ ସମ୍ପର୍କିତ କିଛି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ...

କ୍ୟାଟ୍ରିନାଙ୍କ ଶାଢି ସଜାଡିଲେ ସଲମାନ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ୍‌ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଏକ...

ପୁଣି ଘୁଞ୍ଚିଲା ରିଲିଜ୍‌ ତାରିଖ

ମୁମ୍ବାଇ,୨୮।୧୨: ଶାହିଦ କାପୁର ଓ ମ୍ରୁନାଲ ଠାକୁର ଏବେ ନୂଆ ଫିଲ୍ମ ‘ଜର୍ସି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନେକ ଥର ରିଲିଜ ତାରିଖ ଘୁଞ୍ଚିବା ପରେ...

ପ୍ରିୟଙ୍କାଙ୍କ ପାଇଁ ଗୀତ ଲେଖୁଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ପୁସ୍ତକକୁ ନେଇ ଅଛନ୍ତି ଚର୍ଚ୍ଚାରେ । ତେବେ ଆମେରିକୀୟ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ...

ବଲିଉଡ୍‌ ଅଭିନେତ୍ରୀଙ୍କଠାରୁ ବେଶି ଚମକନ୍ତି ଟେଲି ପରଦାର ଏସବୁ ନାୟିକା

ଛୋଟ ପରଦା ଓ ବଲିଉଡ୍‌ ମଧ୍ୟରେ ଅନେକ ଫରକ୍‌ । ଅନେକ ଚଳଚ୍ଚିତ୍ର ଅଭିନେତା ଛୋଟ ପରଦାରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ...

ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ମନୋରଞ୍ଜ ଜଗତ ପାଇଁ ବର୍ଷ ୨୦୨୦ ସବୁଠାରୁ ଖରାପ ସାବ୍ୟସ୍ତ ହୋଇଛି। କାରଣ ଏହି ବର୍ଷ ବଲିଉଡ୍‌ ସମେତ ଛୋଟ ପରଦାର ଅନେକ କଳାକାରଙ୍କ ମୃତ୍ୟୁ...

ନୀରବି ଗଲେ ସ୍ୱରର ସରସ୍ୱତୀ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ,୬ ।୨: ‘ଭାରତ ରତ୍ନ’ ସ୍ୱର କୋକିଳା ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ରବିବାର(୬...

ଏମାନେ ହେଉଛନ୍ତି ବଲିଉଡ୍‌ର ସବୁଠାରୁ ବିପଜ୍ଜନକ କଳାକାର!

ଇଣ୍ଟରନେଟ୍‌ ସମଗ୍ର ବିଶ୍ୱକୁ ଏକାଠି ବାନ୍ଧି ରଖିଛି। ଜଣେ ବ୍ୟକ୍ତି ଦୂରରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସହ ଯେକୌଣସି ମୁହୂର୍ତ୍ତରେ ଅତି ସହଜରେ କଥା ହୋଇ...

Advertisement
Archives

Model This Week