ଭଲ ସିନେମାରେ ଅଭିନୟ ଚାହାନ୍ତି ମୃଣାଳ

ନୂଆଦିଲ୍ଲୀ: ଅଭିନେତ୍ରୀ ମୁଣାଳ ଠାକୁର ଭଲ ସିନେମାରେ ଅଭିନୟ କରିବାକୁ ଚାହାନ୍ତି ବୋଲି କହିିଛନ୍ତି। ତାଙ୍କ କହିବା କଥା ହେଉଛି ଦର୍ଶକ ଯେତେବେଳେ ଭଲ ବିଷୟବସ୍ତୁଭିତ୍ତିକ ସିନେମା ଉପରେ ଗୁରୁତ୍ୱ ଦେଉଛନ୍ତି ସେହି ସମୟରେ ତାଙ୍କର ଫିଲ୍ମ ଶିଳ୍ପରେ ପ୍ରବେଶ। ଏଥିପାଇଁ ସେ ନିଜକୁ ଭାଗ୍ୟବାନ ଏବଂ ଆଶୀର୍ବାଦ ପାଇଥିବା ମନେକରନ୍ତି। ଗତବର୍ଷ ତାଙ୍କର ପ୍ରଥମ ଫିଲ୍ମ ‘ଲଭ୍‌ ସୋନିଆ’ ମହିଳା ଚୋରାଚାଲାଣ ପ୍ରସଙ୍ଗକୁ ଭିତ୍ତିକରି ନିର୍ମାଣ ହୋଇଥିବାବେଳେ ପରେ ‘ସୁପର ୩୦’ ଅନେକ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ାଉଥିବା ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ଆଧାର କରି ଗଢ଼ିଉଠିଛି। ତେଣୁ ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ବଡ କଥା ନୁହେଁ;ବରଂ ଭଲ ସିନେମାରେ ଉତ୍ତମ ଚରିତ୍ରଟିଏ ମିଳିବା ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସେ କହିଛନ୍ତି।
୨୬ବର୍ଷ ବୟସ୍କା ମୃଣାଳ ପରବର୍ତ୍ତୀ ଫିଲ୍ମ ‘ବାଟ୍‌ଲା ହାଉସ୍‌’ ପାଇଁ ଖୁବ୍‌ ତତ୍ପର ହୋଇପଡିଛନ୍ତି। ସେ ଏଥିରେ ନନ୍ଦିତା ନାମରେ ଜଣେ ଖବରଦାତା ଭୂମିକା ନିର୍ବାହ କରୁଛନ୍ତି। ପୁନଶ୍ଚ ଅନ୍ୟତମ ମୁଖ୍ୟ ଚରିତ୍ର ଡିସିପି ସଞ୍ଜୟ କୁମାର ଯାଦବ(ଜନ୍‌ ଆବ୍ରାହାମ୍‌)ଙ୍କର ସେ ସ୍ତ୍ରୀ ଭୂମିକାରେ ଅଛନ୍ତି। ୨୦୦୮ରେ ଦିଲ୍ଲୀରେ ସିରିଜ ବୋମା ବିସ୍ଫୋରଣ ପରେ ଏନ୍‌କାଉଣ୍ଟର ଘଟଣାରେ ଯାଦବ ବିବାଦୀୟ ହୋଇପଡ଼ିଥିବା ଜଣେ ବ୍ୟକ୍ତିତ୍ୱ। ଏ ସମ୍ପର୍କରେ ନନ୍ଦିତା କହନ୍ତି, ଏନ୍‌କାଉଣ୍ଟର ବେଳେ ସ୍ବାମୀ ଜୀବନର ବହୁ ବିଷମ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କ ଭୂମିକା ଖୁବ୍‌ କଷ୍ଟକର ହୋଇଥିଲା। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେ ସ୍ବାମୀଙ୍କ ପାଖେପାଖେ ରହି ତାଙ୍କ ବିଷୟରେ କ୍ରମାଗତ ରିପୋର୍ଟ ପ୍ରକାଶ କରୁଥିଲେ। ତେଣୁ ବାସ୍ତବ ଭାବପ୍ରବଣତାକୁ ପରଦାରେ ଫୁଟେଇବା ଖୁବ୍‌ କଠିନ ବୋଲି ମୃଣାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri