ଭରତପୁର ଖଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ତାଳଚେର, ୬ା୮(ନି.ପ୍ର.)

ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବେଳେ ସୋମବାର ଏକ ମୁଣ୍ଡବିହୀନ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ। ବଲଣ୍ଡା ପୋଲିସ ମୃତଦେହ ଜବତ କରି ତାଳଚେର ଉପଖଣ୍ଡ ଡାକ୍ତରଖାନା ଶବାଗାରରେ ରଖିଛି ା ଚିହ୍ନଟ ପରେ ତାହାକୁ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।
ପ୍ରକାଶ ଯେ, ଏମ୍‌ସିଏଲ୍‌ ପକ୍ଷରୁ ଘରୋଇ କମ୍ପାନୀ ସିକଲକୁ ଭରତପୁର ଖଣିରୁ କୋଇଲା ଉତ୍ତୋଳନ ଦାୟିତ୍ୱ ଦିଆଯାଇଛି। ଗତ ମାସ ୨୩ ତାରିଖ ରାତିରେ କୋଇଲା ଖନନ ଚାଲିଥିବା ବେଳେ ଖଣି ଭିତରକୁ ବିରାଟ ମାଟି ଓ କୋଇଲା ଅତଡ଼ା ଖସି ପଡ଼ିବାରୁ ଡ୍ରାଇଭର ପିପୁନ ବିଶ୍ୱାଳ, ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସିକ୍ୟୁରିଟି ଗାର୍ଡ ରମେଶ ଦାସ ଓ ପମ୍ପ ଖଲାସୀ ରାଜକିଶୋର ମହାପାତ୍ର ପୋତି ହୋଇଯାଇଥିଲେ। ଅନ୍ୟ ୯ଜଣ ଦୂରକୁ ଛିଟିକି ପଡ଼ିବାରୁ ସେମାନଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ସେଣ୍ଟ୍ରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୪ ତାରିଖ ଅପରାହ୍ନରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ପିପୁନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ୨୬ ତାରିଖରେ ଖଲାସୀ ରାଜକିଶୋର ମହାପାତ୍ର ଓ ସୁପରଭାଇଜର ରଶ୍ମିରଞ୍ଜନ ବେହେରାଙ୍କ ମୃତଦେହ ମିଳିଥିଲା। ହେଲେ ସିକ୍ୟୁରିଟି ଗାର୍ଡ ରମେଶଙ୍କ ମୃତଦେହ ମିଳି ନ ଥିଲା। ପରେ ଖଣି ଭିତରୁ ଗୋଟିଏ ହାତ ଓ ଗୋଡ଼ ସହ ପେଟର କିଛି ଅଂଶ ଉଦ୍ଧାର କରାଯାଇଥିଲେ ବି ତାହା କାହାର ଜଣାପଡ଼ି ନ ଥିଲା। ପରେ ରମେଶଙ୍କ ପରିବାର ଲୋକେ ତାହାକୁ ଚିହ୍ନଟ କରିବାରୁ ବ୍ୟବଚ୍ଛେଦ କରାଯାଇଥିଲା। ସୋମବାର ମୁଣ୍ଡବିହୀନ ଗଳିତ ମୃତଦେହ ଉଦ୍ଧାର ହୋଇଥିଲେ ବି ଖଣିରୁ ମାଟି କାଢ଼ିବା କାର୍ଯ୍ୟ ଜାରି ରହିଛି।
ଅପରପକ୍ଷରେ ଦୁର୍ଘଟଣା ପରଠାରୁ ଖଣି ବନ୍ଦ ଆନ୍ଦୋଳନ ଚାଲିଛି। ପ୍ରଥମେ ଭାଜପା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ହେଲେ ତାହା ପ୍ରତ୍ୟାହାର ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ଆନ୍ଦୋଳନ ଚଳାଇଛନ୍ତି। ଏଥିଯୋଗୁ କୋଲ୍‌ ଫିଲ୍‌ଡସରେ ଥିବା ସମସ୍ତ କୋଇଲା ଖଣି ବନ୍ଦ ରହିଛି। ଖଣି ଚାଲୁ କରିବାକୁ ଏମ୍‌ସିଏଲ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ଦିଗରେ କିଛି ଅଗ୍ରଗତି ହୋଇ ନ ଥିବା ବେଳେ ଆଜି ତାଳଚେର କୋଲ ଫିଲ୍ଡସ୍‌ର ସମସ୍ତ କର୍ମଚାରୀ ବନ୍ଦ ରହିଥିବା ଖଣି ଚାଲୁ କରାଯିବା, ମୃତକଙ୍କ ପରିବାରକୁ ନିଯୁକ୍ତି, କ୍ଷତିପୂରଣ ପ୍ରଦାନ ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକ ନେତା ସୌଭାଗ୍ୟ ପ୍ରଧାନ, ଶଙ୍କର ବେହେରା, ସଞ୍ଜୟ ମାଝି, ଚର୍ତୁଭୂଜ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳା ହେଉଛି ସାତକୋଶିଆ ସୁରକ୍ଷା

ବନ୍ତଳା,୧ା୧୧: ମହାବଳ ବାଘ ମହାବୀରର ମୃତ୍ୟୁ ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏଠାରେ ପ୍ରଥମ କରି ଆରମ୍ଭ...

ଶିକ୍ଷକ ଅଭାବ: ଅଭିଭାବକଙ୍କ ତାଲା ବନ୍ଦ ଆନ୍ଦୋଳନ

ମାଧପୁର, ୨୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ସୋମବାରଠାରୁ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଦ୍ୱାରା...

ସ୍ତ୍ରୀଙ୍କୁ ମାରି କୂଅରେ ପକାଇବା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୩୦।୭:୨୦୧୬ ମସିହା ନଳଚନ୍ଦ୍ରପୁର ଗାଁରେ ଘଟିଥିବା ନବବଧୂ ହତ୍ୟା ଘଟଣାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ହତ୍ୟାକାରୀ ସ୍ବାମୀକୁ ୫ ବର୍ଷ କାରାଦଣ୍ଡ...

ଏଏସ୍‌ଓ ପରୀକ୍ଷା ଖରାପ ହେବାରୁ ଜୀବନ ହାରିଲେ ଛାତ୍ର

ଅନୁଗୋଳ ଅଫିସ, ୨୯ା୮: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା ଖରାପ ହେବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ଛାତ୍ର ଭଡ଼ାଘରେ ରଶି ଲଗାଇ ଜୀବନ...

ଅଘୋଷିତ ବିଦ୍ୟୁତକାଟ: ପ୍ରତିବାଦରେ ସେସୁ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୩୧।୭(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ସବୁଷ୍ଟେଶନ ଅଧୀନରେ ଥିବା ଧଉରାପାଲି, ଜଏରାଟ, ସଞ୍ଜାମୁରା, ହିମିତିରା, ଆମ୍ବପାଳ, ଅଙ୍ଗପଡ଼ା, ଉରୁକୁଳା, ଧଉରପାଳ ଆଦି...

ଭାଜପା କର୍ମକର୍ତ୍ତା ଚୟନ : କର୍ମୀ କହିଲେ କରିବୁ ଦଳର ସାଙ୍ଗଠନିକ କାର୍ଯ୍ୟକୁ ସୁଦୃଢ଼

ଛେଣ୍ଡିପଦା,୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତର ଭାଜପା କର୍ମକର୍ତ୍ତା ଚୟନ ଓ ସାଙ୍ଗଠନିକ ସଭା ରବିବାର ବଡବନ୍ଧ ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଛି ।...

ସବୁଜ ଜୋନ୍‌ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୯।୫ – ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜିଲା କରୋନା ମ୍ୟାପ୍‌ରେ ସାମିଲ ହେଉଥିବା ବେଳେ ଅନୁଗୋଳ ଏବେ ବି ଗ୍ରୀନ୍‌ ଜୋନ୍‌ରେ...

ଗୁଣ୍ଡୁରି କରିଛି ଆତ୍ମନିର୍ଭରଶୀଳ

କଣିହାଁ,୧୨ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଶିକ୍ଷିତ ହୋଇଥିବାରୁ ଚାକିରି କରିବାକୁ ଚାହିଁଥିଲେ। କିନ୍ତୁ ସେଥିରେ ମନ ମାନି ନ ଥିଲା। ତେଣୁ ଚାକିରି ଛାଡ଼ି ଆତ୍ମନିର୍ଭରଶୀଳ ହେବାକୁ...

Advertisement
Archives

Model This Week