ବ୍ୟବଚ୍ଛେଦ ଗୃହରେ ପଶିଲା ଡେଲି ମାର୍କେଟ ପାଣି

ଅନୁଗୋଳ ଅଫିସ, ୨୨।୬ – ଗୁରୁବାର ରାତିରେ ବର୍ଷା ଯୋଗୁ ଅନୁଗୋଳ ଡେଲିମାର୍କେଟ ପରିସରରେ ପାଣି ଜମି ରହିଥିଲା। ଶୁକ୍ରବାର ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟକୁ ଛଡ଼ାଯିବାରୁ ନୂତନ ଶବ ବ୍ୟବଚ୍ଛେଦ ଗୃହରେ ପାଣି ପଶି ଯାଇଥିଲା। ଏ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ଘଟଣାସ୍ଥଳକୁ ଉପଜିଲାପାଳ ବାସୁଦେବ ଶତପଥୀଙ୍କୁ ତଦାରଖ ପାଇଁ ପଠାଇଥିଲେ। ଉପଜିଲାପାଳ ପୌରପାଳିକା ଏମ୍‌ଇ ଓ ଆରଆଣ୍ଡବିର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଧରି ଘଟଣାସ୍ଥଳକୁ ଯିବା ପରେ ପୌରପାଳିକା ଏମ୍‌ଇଙ୍କ ନିର୍ଦ୍ଦେଶରେ ପାଣି ଡାକ୍ତରଖାନା ପରିସରକୁ ଛଡ଼ାଯାଇଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ। ଏମ୍‌ଇଙ୍କ ଉପରେ ଉପଜିଲାପାଳ ବିରକ୍ତି ହେବା ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆର ଆଣ୍ଡ ବି ପକ୍ଷରୁ ମେଡିକାଲ ପରିସରରେ କାର୍ଯ୍ୟ ଚାଲୁଥିବାରୁ ଏକ ଅସ୍ଥାୟୀ ଡ୍ରେନ କରାଯାଇ ମାଛ ମାର୍କେଟକୁ ଡେଲି ମାର୍କେଟ ପାଣି ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ନେଇ ୮୦ ଲକ୍ଷ ଟଙ୍କାର ଟେଣ୍ଡର ମଧ୍ୟ କରାଯିବ ବୋଲି ପୌରପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାପରେ ଡେଲି ମାର୍କେଟ ପରିଦର୍ଶନରେ ଉପଜିଲାପାଳ ଯାଇଥିଲେ। ସେଠାରେ ମଧ୍ୟ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାବେଳେ ବ୍ୟବସାୟୀଙ୍କ ପାଇଁ ହୋଇଥିବା ଗୃହଗୁଡ଼ିକ ବେହାଲ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏହାର ମରାମତି କରିବା ସହ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ଉପଜିଲାପାଳ ଶତପଥୀ ପୌରପାଳିକା ଏମ୍‌ଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଅସ୍ଥାୟୀ ଡ୍ରେନ୍‌ରେ ମେଡିକାଲ ଦେଇ ଡେଲି ମାର୍କେଟ ପାଣି ମାଛ ମାର୍କେଟକୁ ଯିବାର ବ୍ୟବସ୍ଥା ହୋଇଥିବାବେଳେ ପରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନ କରାଯିବାର ବ୍ୟବସ୍ଥା ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?