ବ୍ୟଙ୍ଗ କବିତାରେ ହସର ଫୁଆରା

ବଲାଙ୍ଗୀର ଅଫିସ,୧୬।୧: ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟର ସପ୍ତମ ସନ୍ଧ୍ୟାରେ ଅନୁଷ୍ଠିତ ବ୍ୟଙ୍ଗ-ହାସ୍ୟ କବିତା ଆସରରେ ଦର୍ଶକ ହସର ଖୋରାକ ପାଇଥିଲେ। ଏଥିରେ ହାସ୍ୟକବି ଅର୍ଜୁନ ସାହୁ, ଶରତ ମିଶ୍ର, ଅନୁପ୍ରିୟା ମିଶ୍ର, ମଧୁସୂଦନ ନାୟକ ଓ ଦିଲୀପ କୁମାର ଦୀପ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ପରିଷଦ ଯୁଗ୍ମ ସମ୍ପାଦକ ଅରବିନ୍ଦ ବାଗ ସ୍ବାଗତ ଭାଷଣ ଦେଇଥିଲେ। ପରିଷଦ ସଭାପତି ମଳୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ା କାର୍ଯ୍ୟକ୍ରମକୁ ବବୁନ୍‌ ପୁରୋହିତ ପରିଚାଳନା କରିଥିଲେ ା ହାସ୍ୟ କବିତା ଆସରରେ ଦିଲୀପ ଦୀପଙ୍କ ହଲିଆ ଗୀତ, ବଲାଙ୍ଗୀର ବନ୍ୟା, ହାଇକୋର୍ଟ ବେଞ୍ଚ ବିଷୟ କବିତା ଦର୍ଶକଙ୍କୁ ବେଶ୍‌ ପସନ୍ଦ ହୋଇଥିଲା ା ମଧୁସୂଦନ ନାୟକଙ୍କ ସାମ୍ପ୍ରତିକ ବ୍ୟଙ୍ଗ ଓ ହାସ୍ୟ ଭିତରେ ବ୍ୟଙ୍ଗକବି ଚରିତ୍ରକୁ ନେଇ କବିତା ଗାନ କରିଥିଲେ ା ବ୍ୟଙ୍ଗକୁଇନ୍‌ ଭାବେ ପରିଚିତ ଅନୁପ୍ରିୟା ମିଶ୍ର ତାଙ୍କ ଚିରାଚରିତ ଢ଼ଙ୍ଗରେ ହାସ୍ୟ କବିତା ଶୁଣାଇଥିଲେ। କବି ଶରତ ମିଶ୍ର ଓ ଅର୍ଜୁନ୍‌ ସାହୁ କବିତା ଓ କବି ସମ୍ପର୍କରେ କବିତା ପାଠ କରିଥିଲେ ା ଏହି ଅବସରରେ ଅତିଥି ବୀରେନ୍ଦ୍ର କୁମାର ଝାଙ୍କର ସମସ୍ତ ବ୍ୟଙ୍ଗ କବୟିତ୍ରୀ କବିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅନୁଷ୍ଠିତ ହାସ୍ୟ କବିତା ଆସରରେ କବିମାନେ ମନପସନ୍ଦ କଥା ଓ କବିତାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ା ଅପରାହ୍ନରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସିଦ୍ଧାର୍ଥ ଶଙ୍କର ମିଶ୍ର, ମାନବ ବର୍ମା, ଶ୍ରଦ୍ଧା ଅଗ୍ରୱାଲ, ସ୍ବାଗତ ସାଇ ସ୍ବରାଜ ମିଶ୍ର ପୁରସ୍କୃତ ହୋଇଥିଲେ ା ବରିଷ୍ଠ ବର୍ଗରେ ରୋନକ ମହାନ୍ତି, ସୃଷ୍ଟି ସ୍ବରୂପା ଷଡଙ୍ଗୀ ଓ ସ୍ନିଗ୍‌ଧା ସୁମେଧା ମିଶ୍ର ପୁରସ୍କୃତ ହୋଇଥିଲେ। ବିଚାରକ ଭାବେ କୁମୁଦ ବିହାରୀ ବେଦବାକ, ସ୍ବାଗତିକା ମିଶ୍ର, ମଦନ ଖମାରୀ, ଶ୍ୱେତପଦ୍ମା ଲେଙ୍କା ଯୋଗ ଦେଇଥିଲେ। ପରେ ବଲାଙ୍ଗୀର କଲେଜ ଛକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀଛାତ୍ର ଓ କ୍ଲବପଡ଼ା ଏମ୍‌ଏମ୍‌ ଡ୍ୟାନ୍ସ କମ୍ପାନୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା୍‌।


Enter your email to get our daily news in your inbox.

All Right Reserved By Dharitri.Com

୩ ସୁରକ୍ଷା କର୍ମୀ ସୁପରଭାଇଜର ବହିଷ୍କୃତ

ତରବୋଡ/ନୂଆପଡା ଅଫିସ,୩୦।୧ (ଡି.ଏନ.ଏ.): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ନାନକରାମ କେଉଁଟ (୨୬)ଙ୍କ କୋଭିଡ୍‌ ଟିକା ଯୋଗୁ ମୃତ୍ୟୁ ଘଟଣାରେ ମୃତକ...

୧୪ ଗୋରୁ ସହ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ, ୨୦ା୬- ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଅଞ୍ଚଳରୁ ଶୁକ୍ରବାର ବେଆଇନ ଗୋଚାଲାଣ ବେଳେ ଟାଉନ ଥାନା ପୋଲିସ ୧୪ଟି ଗୋରୁ ସହ ଏକ...

ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ଗିରଫ ୨ ମୁଖ୍ୟ ଅଭିଯୁକ୍ତ ଜେଲଗଲେ

ସୋନପୁର,୧୭।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ବିଚାରପତି...

ଧରାପଡ଼ିଲେ ବଳାତ୍କାରୀ

ବଡବିଲ,୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଝୁମ୍ପୁଡି ହଟିଂ ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ...

ହାତୀଛୁଆର ମୃତଦେହ ଉଦ୍ଧାର

ରାଇକିଆ,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାରବା ରେଞ୍ଜ ଅନ୍ତର୍ଗତ ଖମନଖୋଲ ଗ୍ରାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ମୃତ୍ୟୁ ନେଇ...

ଉଦ୍‌ଘାଟନକୁ ୧୫ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହୋଇପାରିନି ଉପଖଣ୍ଡ ଷ୍ଟାଡିୟମ

ତାଳଚେର,୧୧ା୮(ନି.ପ୍ର.) – କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବହୁ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ହେଲେ ତାଳଚେର ରାଜବାଟୀ ନିକଟରେ ୨୦୦୪ରୁ...

ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ତଟବନ୍ଧ ନାହିଁ

କେନ୍ଦ୍ରାପଡ଼ା ଅଫିସ,୭ା୨: ଲୁଣା କରାଣ୍ଡିଆରେ ୫ ପଞ୍ଚାୟତର ୧୩ ଗାଁ ଅଛି। ନଦୀ ତଟକ୍ଷୟ ଯୋଗୁ ଉପରୋକ୍ତ ଗ୍ରାମକୁ ବନ୍ୟାଜଳ ମାଡ଼ି ଆସୁଛି। ନଦୀବନ୍ଧରେ ପଥର...

ଆଶାକର୍ମୀଙ୍କୁ ଗାଳିଗୁଲଜ ଅଭିଯୋଗ

ବ୍ରହ୍ମଗିରି,୩୧ା୧୨(ଡି.ଏନ୍‌.ଏ.):ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣାନୂଆଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆଶାକର୍ମୀଙ୍କୁ ମୋବାଇଲ ଫୋନରେ କେହି ଦୁର୍ବୃତ୍ତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି...

Advertisement
Archives

Model This Week