Posted inଜାତୀୟ

ବ୍ରିଟେନକୁ ଟପି ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୨ା୬:ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେବା ସହ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ବିଶ୍ୱରେ ୭୫ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ଚତୁର୍ଥ ସର୍ବାଧିକ ଆକ୍ରାନ୍ତ ତାଲିକାରେ ଥିବା ଭାରତରେ ଏହି ସଂଖ୍ୟା ବଢ଼ି ୨ ଲକ୍ଷ ୯୭ ହଜାର ଟପିଛି। ଆମେରିକା, ବ୍ରାଜିଲ ଓ ରୁଷିଆ ପରେ ଏବେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ତାଲିକାରେ ବ୍ରିଟେନକୁ ଟପିଛି ଭାରତ। ଦେଶରେ ମୋଟ ୮,୪୭୩ ଜଣ ପ୍ରାଣ ହରାଇଛନ୍ତି। ବୁଧବାର ଭାରତରେ ୯,୯୯୬ ନୂଆ ମାମଲା ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଏହା ୯,୮୪୬ ରହିଛି। ବୁଧବାର ୩୫୭ ଜଣଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର ୩୬୫ ଜଣଙ୍କ ପ୍ରାଣ ଯାଇଥିବା ଜଣାପଡ଼ିଛି। ଗୋଟିଏ ଗୋଟିଏ ଦିନରେ ଏତେ ମାମଲା ଚିନ୍ତା ବଢ଼ାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧.୪୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଥିବା ବେଳେ ୧.୪୨ ଲକ୍ଷ ଆକ୍ଟିଭ୍‌ ମାମଲା ରହିଛି।
ମହାରାଷ୍ଟ୍ର କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ୯୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩,୫୯୦ ଜଣ ଏଠାରେ ପ୍ରାଣ ହରାଇ ସାରିଲେଣି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮,୭୧୬କୁ ବୃଦ୍ଧିପାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୩୪୯ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀ ଓ ଗୁଜରାଟରେ ଯଥାକ୍ରମେ ସଂକ୍ରମିତଙ୍କ ସଂଖ୍ୟା ୩୨,୮୧୦ ଓ ୨୨,୦୬୭ ଥିବାବେଳେ ୨,୩୬୯ ଲୋକ ଜୀବନ ହରାଇଛନ୍ତି। ଉତ୍ତରପ୍ରଦେଶରେ ୧୨ ହଜାର, ରାଜସ୍ଥାନରେ ୧୧ ହଜାର ଓ ମଧ୍ୟପ୍ରଦେଶରେ ୧୦ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ଯଥାକ୍ରମେ ୩୪୫, ୨୬୪ ଓ ୪୨୭ରେ ପହଞ୍ଚିଛି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଲକ୍‌ଡାଉନ୍‌ ଉଠିବା ଓ ପ୍ରବାସୀଙ୍କ ଆଗମନ ପରେ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇଛି। ପଶ୍ଚିମବଙ୍ଗରେ ୪୪୨, କର୍ନାଟକରେ ୭୨, ତେଲଙ୍ଗାନାରେ ୧୫୬, ଆନ୍ଧ୍ରପ୍ରଦେଶରେ ୮୦, ହରିୟାଣା ଓ ଜମ୍ମୁ-କଶ୍ମୀର ପ୍ରତ୍ୟେକ ରାଜ୍ୟରେ ୫୨ ଲେଖାଏ, ପଞ୍ଜାବରେ ୫୯ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରି ନ ଥିବାବେଳେ କେବଳ ସଚେତନତା ଓ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

ଗୋଷ୍ଠୀ ସଂକ୍ରମଣ ହୋଇନି
ନୂଆଦିଲ୍ଲୀ,୧୨ା୬(ପି.ଟି.): ଭାରତରେ ଗୋଟିଏ ଦିନରେ ୯,୯୯୬ ନୂଆ କରୋନା ଆକ୍ରାନ୍ତ ପଞ୍ଜୀକୃତ ହୋଇଥିବାବେଳେ ୩୫୭ ଜଣଙ୍କ ଜୀବନ ଯାଇଛି। ଏହା ସତ୍ତ୍ୱେ ଦେଶରେ କୋଭିଡ୍‌-୧୯ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଗୁରୁବାର ସରକାର ସ୍ପଷ୍ଟ କରିଛନ୍ତି। ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ରୋକିବାରେ ଲକ୍‌ଡାଉନ ଏବଂ ଅବରୋଧ ପଦକ୍ଷେପ ସହାୟକ ହୋଇଥିବା ଦେଶର ପ୍ରଥମ ସେରୋ-ସର୍ଭେରୁ ଜଣାପଡିଛି। ଜନସଂଖ୍ୟାର ଏକ ବଡ଼ ଭାଗ ସଂକ୍ରମଣ ପ୍ରତି ଅତି ସମ୍ବେଦନଶୀଳ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି। ସର୍ଭେର ପ୍ରଥମ ଭାଗ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆଇସିଏମ୍‌ଆର୍‌ ସହ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି) ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମିଳିତ ଭାବେ ଏହି ସର୍ଭେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଲାନି ଭାଜପା ଲହର: ହାରିଗଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ପଞ୍ଜାବକୁ ଛାଡିଦେଲେ ଅନ୍ୟ ୪ ରାଜ୍ୟରେ ଭାଜପା ସରକାର ଗଢିବାକୁ ଯାଉଛି। ତେବେ ଉତ୍ତରଖଣ୍ଡରେ...

୫ ଟି କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ: ଏମ୍‌ଏସ୍‌ଏମ୍‌ଇ ସୁଧାର ପାଇଁ ୬ ପଦକ୍ଷେପ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଫଳରେ ଦିନକୁ ଦିନ...

ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୮।୧୧: ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ...

ମୋଦିଙ୍କ ପିତାଙ୍କୁ ନେଇ ମନ୍ତବ୍ୟ, ଭାଜପା କହିଲା ଜବାବ ଦେବେ ଜନତା…

ଭୋପାଳ,୧୫।୬ : ମଧ୍ୟପ୍ରଦେଶରେ ପୂର୍ବତନ କଂଗ୍ରେସ ସଭାପତି ଅରୁଣ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତା ସ୍ବର୍ଗତ ଦାମୋଦର ଦାସ ମୋଦିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ...

ବାରାଣସୀରେ ଭାଜପା ହାରିଲା

ଲକ୍ଷ୍ନୌ,୧୩ା୪: ଉତ୍ତର ପ୍ରଦେଶର ବିଧାନ ପରିଷଦ ନିର୍ବାଚନରେ ଶାସକ ଭାଜପାକୁ ବଡ଼ ସଫଳତା ମିଳିଛି। ଭୋଟ ଗ୍ରହଣ କରାଯାଇଥିବା ୨୭ରୁ ୨୪ ଆସନକୁ ଭାଜପା ଦଖଲ...

ରୋହିଙ୍ଗ୍ୟାଙ୍କୁ ନିର୍ବାସିତ କରିବାର ଯୋଜନା ଏବେ ନାହିଁ, ସୁପ୍ରିମ୍‌କୋର୍ଟରେ ଉତ୍ତର ରଖିଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨୬।୧୦: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ...

ଟୁଲ୍‌କିଟ୍‌: ରମଣ ସିଂ, ସମ୍ବିତ୍‌ ପାତ୍ରଙ୍କ ନଁ।ରେ ଏତଲା

ନୂଆଦିଲ୍ଲୀ, ୨୪।୫: ଏଆଇସିସିର ଗବେଷଣା ବିଭାଗ ଲେଟରହେଡ୍‌କୁ ଜାଲିଆତି କରି ସେଥିରେ ମିଥ୍ୟା ଓ ଜାଲ୍‌ ତଥ୍ୟ ଛାପିବା ଅଭିଯୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ...

ମୋଦିଙ୍କ ସହ ଛାଇ ଭଳି ଥିବା ମହିଳା ଜଣକ କିଏ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ତାମିଲନାଡୁରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ...

Advertisement
Archives

Model This Week