ବେସାହାରା ହୋଇପଡ଼ିଛି ୧୦ ବର୍ଷର ବାଳକ: କମ୍‌ ଟଙ୍କା ଦିଅ ପଛେ କାମଟେ ଦିଅ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.)-ବୟସ ୧୦କି ୧୨ବର୍ଷ ହେବ। ନାଁ ତାଙ୍କର ସୁବାସ। ଯେଉଁ ବୟସରେ ପାଠପଢ଼ି ମାଆବାପାଙ୍କ କୋଳରେ ଅଳି ଅଝଟରେ ଦିନ ବିତୁଥାନ୍ତା ସେ ବୟସରେ ମୁଠେ ଖାଦ୍ୟ ଯୋଗାଡ଼ କରିବାକୁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି। ବାପା ମରିଯିବା ପରେ ମଆ ଅନ୍ୟ ସହ ଭଉଣୀକୁ ଧରି ଆନ୍ଧ୍ର ଚାଲିଗଲେ। ସେବେଠାରୁ ୬ମାସରୁ ଊର୍ଦ୍ଧ୍ୱ ବିତିଗଲାଣି ଏକା ହୋଇଯାଇଛନ୍ତିି ସୁବାସ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ।
ଚିତ୍ରକୋଣ୍ଡା ପଞ୍ଚାୟତଠାରୁ ୫୦ମିଟର ଦୂରରେ ସ୍ତ୍ରୀ ଗୌରୀ,ଝିଅ ଦୀପିକା ଓ ପୁଅ ସୁବାସଙ୍କୁ ଧରି ବସ୍‌ଷ୍ଟାଣ୍ଡ ପରିସରରେ ଏକ କୁଡିଆଘର କରି ପରିବାର ସହ ରହୁଥିଲେ ମାଛୁ ମାଟାମ। ବସ୍‌ଷ୍ଟାଣ୍ଡର ଉନ୍ନୟନମୂଳକ କାମ ହେବାରୁ ତାଙ୍କୁ ଏଠାରୁ ଚାଲିଯିବାକୁ କୁହାଯାଇଥିଲା। ପରେ ମାଛୁ ପିଲାଙ୍କୁ ଧରି ଚିତ୍ରକୋଣ୍ଡା ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଘରେ ରହିଆସୁଥିଲେ। ନିଜର ଜାଗାବାଡ଼ି କିଛି ନ ଥିବାରୁ ସେ ଏପରି ଏଠିସେଠି ରହୁଥିଲେ। ମୂଲ ମଜୁରି ଲାଗି ପରିବାର ଚଳାଉଥିଲେ। ଗତ ୨ ବର୍ଷ ହେଲା ସେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ରେ ଲେବର ଭାବେ କାମ କରୁଥିଲେ। ବିଭିନ୍ନ ସ୍ଥାନକୁ ଯାଉଥିବା ସିମେଣ୍ଟକୁ ସେ ଅନ୍ୟ ସାଥୀଙ୍କ ସହ ଠିକଣା ସ୍ଥାନରେ ଟ୍ରକ୍‌ରୁ ଖାଲି କରୁଥିଲେ। ୬ମାସ ତଳେ ଯାନବାଇ ଅଞ୍ଚଳକୁ ସିମେଣ୍ଟ ଓହ୍ଲାଇବା ପାଇଁ ଯାଉଥିବା ବେଳେ ବଡ଼ପଦର ପଞ୍ଚାୟତ ରାଙ୍ଗିନିଗୁଡା ବୁଲାଣିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ତା’ ତଳେ ଚାପିହୋଇ ମାଛୁଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ କଷ୍ଟରେ କିଛିଦିନ ପିଲାଙ୍କୁ ଚଳାଇ ଗୌରୀ ଜଣେ ବ୍ୟକ୍ତିଙ୍କ ସହ ଝିଅକୁ ଧରି ଆନ୍ଧ୍ରକୁ ଚାଲିଯାଇଛନ୍ତି। ୬ମାସ ହେଲା ସେ ଫେରୁନାହାନ୍ତି, ପୁଅ ସୁବାସ ସେବେଠାରୁ ଏକୁଟିଆ ହୋଇଯାଇଛନ୍ତି। ୪ର୍ଥ ଶ୍ରେଣୀରେ ପଢୁଥିବା ସୁବାସଙ୍କ ପାଠରେ ଡୋରି ବନ୍ଧା ହୋଇଛି। ଦିଓଳି ପେଟକୁ ଦି’ମୁଠା ଖାଦ୍ୟ ଯୋଗାଡ କରିବା ପାଇଁ ସେ ରାତି ପାହିଲେ ଅନ୍ୟମାନଙ୍କ ପାଖରେ କାମ କରିବା ଲାଗି ନେହୁରା ହେଉଛନ୍ତି। ବାବୁ ମୋତେ କମ୍‌ ଟଙ୍କା ଦିଅ ପଛେ କାମଟେ ଦିଅ ମାଗି ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଘୂରି ବୁଲୁଛନ୍ତି। କେହିକେହି ଦୟାକରି ଯଦି କିଛି କାମ ଦିଅନ୍ତି ତେବେ ସେଥିରେ ଦିନକୁ ତାଙ୍କର ୪୦/୫୦ ଟଙ୍କା ହୁଏ। କେଉଁଦିନ କିଛି କାମ ମିଳେନି ତାଙ୍କୁ। ଏପରି ବେସାହାରା ହୋଇପଡିଥିବା ଏହି ଶିଶୁକୁ ସ୍ଥାନୀୟ ବ୍ଲକ ପ୍ରଶାସନ ସହାୟତା କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri