ବେଆଇନ ପଥର ଖଣିରେ ଚଢ଼ାଉ, ୧ ଲକ୍ଷ ୩୬ ହଜାର ଜରିମାନା ଆଦାୟ, ୫ ଗାଡ଼ି ଜବତ

ପୁରୁଷୋତ୍ତମପୁର,୩ା୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବେଆଇନ ଭାବେ ବାଲି, ପଥର ଚାଲାଣ ନେଇ ତହସିଲଦାର ଅରୁଣ କୁମାର ନାୟକ ବିଭିନ୍ନ ସ୍ଥାନରେ ଥିବା ପଥର ଖଣି ଉପରେ ଚଢ଼ାଉ କରିଥିଲେ। ନିଲାମ ଗ୍ରହୀତାମାନେ ଚୁକ୍ତି ଅନୁଯାୟୀ ପଥର ଖଣିରୁ ପଥର ଉତ୍ତୋଳନ କରୁଛନ୍ତି କି ନାହିଁ ଯାଞ୍ଚ କରିଥିଲେ। ଏହା ସହ ବେଆଇନ ଭାବେ ବାଲି, ପଥର ଚାଲାଣ କରୁଥିବା ୫ଟି ଗାଡ଼ି ଜବତ କରି ସେମାନଙ୍କ ଠାରୁ ୧ଲକ୍ଷ ୩୬ ହଜାର ୫୯୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏହି ଚଢ଼ାଉରେ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲକ୍ଷଣ ଲୁଚାଅନି, ଡାକ୍ତରଙ୍କ ପରାମର୍ଶ ନିଅ: ଜିଲାପାଳ

ଛତ୍ରପୁର,୪ା୬(ଡି.ଏନ୍‌.ଏ.)-କରୋନା ଲକ୍ଷଣ ଦେଖାଗଲେ ନ ଲୁଚାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅ। ଏପରି କଲେ ପ୍ରାଣଘାତୀ ଭୂତାଣୁକୁ ହରାଇ ହେବ। ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ...

ଗାଁ ସାଥୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ସୋରଡ଼ା,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଁ ସାଥୀ ସଂଘର ୪ ଦଫା ଦାବିପତ୍ର ବିଡିଓ ସୀମାଞ୍ଚଳ ମଣ୍ଡଳଙ୍କୁ ଗୁରୁବାର ପ୍ରଦାନ କରାଯାଇଛି। ସଂଘ ସଭାନେତ୍ରୀ...

ପୂର୍ବତନ ବିଧାୟକଙ୍କ ପରଲୋକ

ଆସିକା,୯ା୧(ଡି.ଏନ୍‌.ଏ.): ଆସିକାର ବରିଷ୍ଠ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ୍‌ ତଥା ପୂର୍ବତନ ବିଧାୟକ ରାଧାଗୋବିନ୍ଦ ସାହୁଙ୍କ (୯୩)ର ବୁଧବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱର...

ଗଞ୍ଜାମ ସହରରେ ନାହିଁ ଭେଣ୍ଡିଂଜୋନ୍‌: ରୋଡ୍‌ ଉପରେ ଗାଡିରଖି ପରିବା କିଣୁଛନ୍ତି ଲୋକେ

ଗଞ୍ଜାମ, ୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରର ବ୍ୟବସାୟୀମାନେ ଭେଣ୍ଡିଂଜୋନ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି l ମାତ୍ର କୌଣସି ସୁଫଳ ମିଳୁନାହିଁ। ଫଳରେ ସହରର ବିଭିନ୍ନ ବ୍ୟବସାୟୀ...

ଜିଲା ପ୍ରଶାସନକୁ ପୁଣି ଅଭିଯୋଗ ଶୁଣାଇ ପାରିବେ ସାଧାରଣ ଲୋକେ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୁଣି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରେସ ବିଜ୍ଞପ୍ତି...

ପଞ୍ଚାୟତ ନୂତନ କୋଠା ଉଦ୍‌ଘାଟନ କଲେ ବିଧାୟକ

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ମଧ୍ୟସ୍ଥ ଲୁହାଗୁଡି ପଞ୍ଚାୟତର ନୂତନ କୋଠାକୁ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ...

ଗଞ୍ଜାମ ଜିଲା: ବଢ଼ୁଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା : ଗ୍ରାମାଞ୍ଚଳରୁ ୩୪୧ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ୍‌,୧୨ା୧୦-ଗଞ୍ଜାମ ଜିଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଜିଲାର କେବଳ ଗ୍ରାମାଞ୍ଚଳରେ ନିକଟରେ ଆୟୋଜିତ ହୋଇଥିବା କୁଷ୍ଠ ଚିହ୍ନଟ କାର୍ଯ୍ୟକ୍ରମରେ ୩୪୧ ନୂଆ ରୋଗୀ...

ସୁରଟ ଫେରନ୍ତାଙ୍କୁ ବାଟରେ ଓହ୍ଲାଇ ଦେଲା ବସ୍‌

ଭଞ୍ଜନଗର,୨ା୫(ଡି.ଏନ୍‌.ଏ.)- ସୁରଟରୁ ଆସୁଥିବା ଏକ ବସ୍‌ ଶନିବାର ରାତିରେ ଆସିକା ଅଭିମୁଖେ ଯାଉଥିଲା। ଭଞ୍ଜନଗର ବଡକୋଦଣ୍ଡା ଛକ ନିକଟରେ ପ୍ରାୟ ୨୦ ଜଣ ଯାତ୍ରୀଙ୍କୁ ଓହ୍ଲାଇ...

Advertisement
Archives

Model This Week