ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ; ଦୁର୍ଦ୍ଦିନରେ ବାଉଁଶ କାରିଗର

ରାଇସୁଆଁ, ୬।୧(ଡି.ଏନ.ଏ.)-ବାଉଁଶ ଶିଳ୍ପ ଏକ ଲାଭଜନକ କୁଟୀର ଶିଳ୍ପ ଥିଲା। ଏହି କୁଟୀର ଶିଳ୍ପ ମାଧ୍ୟମରେ ଶହଶହ ପରିବାର ଆତ୍ମନିର୍ଭରଶୀଳ ହୋଇ ନିଜନିଜର ଗୁଜୁରାଣ ମେଣ୍ଟାଇ ପାରୁଥିଲେ। ବହୁ ପରିବାର ବେରୋଜଗାରରୁ ମୁକ୍ତି ପାଇ ପାରୁଥିଲେ। ବର୍ତ୍ତମାନ ଆମ ରାଜ୍ୟରେ ଲକ୍ଷ ଲକ୍ଷ ବେକାରୀ କାମଧନ୍ଦା ନପାଇ ବେକାର ହୋଇ ବୁଲୁଛନ୍ତି। ଏହି ବାଉଁଶ ଶିଳ୍ପ ବୁଡ଼ିବାକୁ ବସିଲାଣି। ଆଗରୁ ଲୋକେ ଏହି ବାଉଁଶରେ ତିଆରି ସାମଗ୍ରୀକୁ ନେଇ ନିଜର ଦୈନନ୍ଦିନ ବ୍ୟବହାର କରୁଥିଲେ। କିନ୍ତୁ ଏବେ ସମୟ ପରିବର୍ତ୍ତନ ହୋଇଛି। ସମସ୍ତେ ଆଧୁନିକତାକୁ ଆପଣାଉ ଥିବାରୁ ଧୀରେ ଧୀରେ ଏହି ବାଉଁଶ ଶିଳ୍ପ ବନ୍ଦ ହେବାକୁ ବସିଛି। ଗାଁ ଲୋକେ ଏହାକୁ ବିକି ନିଜର ତେଲ, ଲୁଣ ସଂସାର କଟାଉଥିଲେ। କିନ୍ତୁ ଏବେ ତାହା ଆଉ ସମ୍ଭବ ହେଉନାହିଁ। ଏହି କାରିଗରମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୋକେ ଏବେ ବହୁ ହଇରାଣ ହେଉଛନ୍ତି। ବହୁ ବେକାର ଯୁବତୀଯୁବକ କାମ ଧନ୍ଦା ନ ପାଇ ବାହାର ରାଜ୍ୟକୁ ଯଥା ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋର, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟକୁ ଶ୍ରମିକ ହିସାବରେ କାମ ଧନ୍ଦା ପାଇଁ ଯାଇ ବହୁ ନିର୍ଯାତିତ ହୋଇ ଫେରୁଛନ୍ତି।
ଆମ ଜିଲାରେ ବାଉଁଶ କୁଟିର ଶିଳ୍ପ କରି ବହୁ ଲୋକ ରୋଜଗାର କରି ଚଳୁ ଥିଲେ। ସରକାର ଏବଂ ଆମ ଜିଲା ପ୍ରଶାସନର ମାନସିକତାର ଅଭାବ ଯୋଗୁଁ ଏହି ଶିଳ୍ପ ଧିରେ ଲୋପ ପାଇବାକୁ ବସିଲାଣି । ଏହି ବାଉଁଶରେ କାରିଗର ମାନେ ବିଭିନ୍ନ ପ୍ରକାର ଘରକରଣା ଜିନିଷ ଯଥା କୁଲା ,ଟୁକୁଲି, ଗାଣ୍ଡୁଆ, ଚଲା ପ୍ରଭୃତି ତିଆରି କରି ବଜାରରେ ବିକ୍ରି କରି ଭଲ ଦିପଇସା ରୋଜଗାର କରି ଆରାମରେ ନିଜନିଜର ପରିବାର ପ୍ରତିପୋଷଣ କରିବା ସହିତ ବେରୋଜଗାର ଦୂର ହୋଇପାରିଥିଲା। ମାତ୍ର ସରକାରୀ ଭାବରେ ଏହି କୁଟିର ଶିଳ୍ପର ଉନ୍ନତି ପାଇଁ କିଛି ନ କରିବାରୁ ଧୀରେ ଧୀରେ ଏହି ଶିଳ୍ପ ବୁଡିବାକୁ ବସିଲାଣି। ବାଉଁଶ କାରିଗର ନବ ବେହେରା କୁହନ୍ତି ଆଗରୁ ଆମ୍ଭେ ମାନେ ଏହି ବାଉଁଶ ଶିଳ୍ପ କରି ବହୁ ଅର୍ଥ ରୋଜଗାର କରି ଆରାମରେ ଚଳୁଥିଲୁ ମାତ୍ର ଏବେ ସରକାରଙ୍କ ପ୍ରୋତ୍ସାହନର ଅଭାବ ଯୋଗୁ ଆମର ଏହି ଶିଳ୍ପ ବନ୍ଦ ହେବାକୁ ବସିଲାଣି। ବାଉଁଶ କାରିଗର ସତ୍ୟ ବେହେରା କୁହନ୍ତି ଯଦି ସରକାର ଏହି ଶିଳ୍ପର ବିକାଶ ପାଇଁ ଚିନ୍ତା କରନ୍ତେ ତେବେ ବହୁ ଲୋକ କର୍ମନିଯୁକ୍ତି ପାଇ ପାରନ୍ତେ। ଏଥିପ୍ରତି ଜିଲା ପ୍ରଶାସନ ଏବଂ ସରକାର ଦୃଷ୍ଟି ଦେଇ ବୁଡି ଯାଉଥିବା ଏହି ବାଉଁଶ କୁଟିର ଶିଳ୍ପର ଶିକାଶ ପାଇଁ ତୁରନ୍ତ ପଦକ୍ଷେ ନେବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ...

କରୋନା ମୁକାବିଲା: ଜି.ଉଦୟଗିରି ବିଧାୟକ ଦେଲେ ୪୦ ଲକ୍ଷ

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲାପ୍ରଶାସନକୁ ପ୍ରଚୁର ପାଣ୍ଠିର ଆବଶ୍ୟକତା ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ଅତିରିକ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ...

୧ କି.ମି. ବୁହାହେଲେ ଗର୍ଭବତୀ

ଖମାର,୨୩ା୧(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ସଇଡା ଗ୍ରାମ କେଲସାହିକୁ ଭଲ ରାସ୍ତା ନ ଥିବାରୁ ଶନିବାର ଜଣେ ଗର୍ଭବତୀଙ୍କୁ ଏକ କିଲୋମିଟର ଷ୍ଟ୍ରେଚରରେ ବୋହି...

ଜିତିବା, ହାରିବାକୁ ନେଇ ଅଙ୍କକଷା

ଯାଜପୁର ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଶେଷହେବା ପରେ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି...

ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା: ୧୪୪ ଧାରା ଜାରି

ପୁରୀ ଅଫିସ,୨୭।୧୦: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇଛନ୍ତି ଗୋଷାଣୀ। ଏହା ଦେବୀସଭା ଭାବେ ପରିଚିତ। ତେବେ କରୋନା ପାଇଁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ...

ଭାନୁପ୍ରତାପ ଯୋଷୀ ସ୍ମାରକୀ ଫୁଟବଲ ଟୁନାମେଣ୍ଟ: ବାରିକ ଚ୍ୟାଲେଞ୍ଜର ଉଦ୍ୟାନବନ୍ଧ ବିଜୟୀ

କୋମନା,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ମିନି ଷ୍ଟାଡିୟମରେ ଭେଲା ଫୁଟବଲ ଆସୋସିଏଶନ ପକ୍ଷରୁ ଚାଲିଥିବା ପ୍ରଥମ ଭାନୁପ୍ରତାପ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟର...

ପିଡିଏସ୍‌ ଚାଉଳ ଦୁର୍ନୀତି ଅଭିଯୋଗରେ ଯୋଗାଣ ସହାୟକ ବହିଷ୍କୃତ

ବଲାଙ୍ଗୀର ଅଫିସ, ୧୫।୫-ବଲାଙ୍ଗୀର ଜିଲା ମହୀମୁଣ୍ଡା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ଘଟଣାରେ ଯୋଗାଣ ସହାୟକ ନିରଞ୍ଜନ ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶ...

ଆତ୍ମାର ଅଧ୍ୟକ୍ଷ ହେଲେ ସୂର୍ଯ୍ୟ ନାରାୟଣ 

ପୁରୁଷୋତ୍ତମପୁର,୨୧/୧(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମାର ଅଧ୍ୟକ୍ଷ ପଦବୀ ଲାଗି  ନିର୍ବାଚନ ଶନିବାର କୃଷି ବିଭାଗିୟ କାର୍ଯ୍ୟାଳୟ ଠାରେ  ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ...

Advertisement
Archives

Model This Week