ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ; ଦୁର୍ଦ୍ଦିନରେ ବାଉଁଶ କାରିଗର

ରାଇସୁଆଁ, ୬।୧(ଡି.ଏନ.ଏ.)-ବାଉଁଶ ଶିଳ୍ପ ଏକ ଲାଭଜନକ କୁଟୀର ଶିଳ୍ପ ଥିଲା। ଏହି କୁଟୀର ଶିଳ୍ପ ମାଧ୍ୟମରେ ଶହଶହ ପରିବାର ଆତ୍ମନିର୍ଭରଶୀଳ ହୋଇ ନିଜନିଜର ଗୁଜୁରାଣ ମେଣ୍ଟାଇ ପାରୁଥିଲେ। ବହୁ ପରିବାର ବେରୋଜଗାରରୁ ମୁକ୍ତି ପାଇ ପାରୁଥିଲେ। ବର୍ତ୍ତମାନ ଆମ ରାଜ୍ୟରେ ଲକ୍ଷ ଲକ୍ଷ ବେକାରୀ କାମଧନ୍ଦା ନପାଇ ବେକାର ହୋଇ ବୁଲୁଛନ୍ତି। ଏହି ବାଉଁଶ ଶିଳ୍ପ ବୁଡ଼ିବାକୁ ବସିଲାଣି। ଆଗରୁ ଲୋକେ ଏହି ବାଉଁଶରେ ତିଆରି ସାମଗ୍ରୀକୁ ନେଇ ନିଜର ଦୈନନ୍ଦିନ ବ୍ୟବହାର କରୁଥିଲେ। କିନ୍ତୁ ଏବେ ସମୟ ପରିବର୍ତ୍ତନ ହୋଇଛି। ସମସ୍ତେ ଆଧୁନିକତାକୁ ଆପଣାଉ ଥିବାରୁ ଧୀରେ ଧୀରେ ଏହି ବାଉଁଶ ଶିଳ୍ପ ବନ୍ଦ ହେବାକୁ ବସିଛି। ଗାଁ ଲୋକେ ଏହାକୁ ବିକି ନିଜର ତେଲ, ଲୁଣ ସଂସାର କଟାଉଥିଲେ। କିନ୍ତୁ ଏବେ ତାହା ଆଉ ସମ୍ଭବ ହେଉନାହିଁ। ଏହି କାରିଗରମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୋକେ ଏବେ ବହୁ ହଇରାଣ ହେଉଛନ୍ତି। ବହୁ ବେକାର ଯୁବତୀଯୁବକ କାମ ଧନ୍ଦା ନ ପାଇ ବାହାର ରାଜ୍ୟକୁ ଯଥା ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋର, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟକୁ ଶ୍ରମିକ ହିସାବରେ କାମ ଧନ୍ଦା ପାଇଁ ଯାଇ ବହୁ ନିର୍ଯାତିତ ହୋଇ ଫେରୁଛନ୍ତି।
ଆମ ଜିଲାରେ ବାଉଁଶ କୁଟିର ଶିଳ୍ପ କରି ବହୁ ଲୋକ ରୋଜଗାର କରି ଚଳୁ ଥିଲେ। ସରକାର ଏବଂ ଆମ ଜିଲା ପ୍ରଶାସନର ମାନସିକତାର ଅଭାବ ଯୋଗୁଁ ଏହି ଶିଳ୍ପ ଧିରେ ଲୋପ ପାଇବାକୁ ବସିଲାଣି । ଏହି ବାଉଁଶରେ କାରିଗର ମାନେ ବିଭିନ୍ନ ପ୍ରକାର ଘରକରଣା ଜିନିଷ ଯଥା କୁଲା ,ଟୁକୁଲି, ଗାଣ୍ଡୁଆ, ଚଲା ପ୍ରଭୃତି ତିଆରି କରି ବଜାରରେ ବିକ୍ରି କରି ଭଲ ଦିପଇସା ରୋଜଗାର କରି ଆରାମରେ ନିଜନିଜର ପରିବାର ପ୍ରତିପୋଷଣ କରିବା ସହିତ ବେରୋଜଗାର ଦୂର ହୋଇପାରିଥିଲା। ମାତ୍ର ସରକାରୀ ଭାବରେ ଏହି କୁଟିର ଶିଳ୍ପର ଉନ୍ନତି ପାଇଁ କିଛି ନ କରିବାରୁ ଧୀରେ ଧୀରେ ଏହି ଶିଳ୍ପ ବୁଡିବାକୁ ବସିଲାଣି। ବାଉଁଶ କାରିଗର ନବ ବେହେରା କୁହନ୍ତି ଆଗରୁ ଆମ୍ଭେ ମାନେ ଏହି ବାଉଁଶ ଶିଳ୍ପ କରି ବହୁ ଅର୍ଥ ରୋଜଗାର କରି ଆରାମରେ ଚଳୁଥିଲୁ ମାତ୍ର ଏବେ ସରକାରଙ୍କ ପ୍ରୋତ୍ସାହନର ଅଭାବ ଯୋଗୁ ଆମର ଏହି ଶିଳ୍ପ ବନ୍ଦ ହେବାକୁ ବସିଲାଣି। ବାଉଁଶ କାରିଗର ସତ୍ୟ ବେହେରା କୁହନ୍ତି ଯଦି ସରକାର ଏହି ଶିଳ୍ପର ବିକାଶ ପାଇଁ ଚିନ୍ତା କରନ୍ତେ ତେବେ ବହୁ ଲୋକ କର୍ମନିଯୁକ୍ତି ପାଇ ପାରନ୍ତେ। ଏଥିପ୍ରତି ଜିଲା ପ୍ରଶାସନ ଏବଂ ସରକାର ଦୃଷ୍ଟି ଦେଇ ବୁଡି ଯାଉଥିବା ଏହି ବାଉଁଶ କୁଟିର ଶିଳ୍ପର ଶିକାଶ ପାଇଁ ତୁରନ୍ତ ପଦକ୍ଷେ ନେବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri