ବୀମା ପରିସରଭୁକ୍ତ ହେଲେ ସେବାୟତ

ବାରିପଦା ଅଫିସ,୮ା୧- ସବୁବେଳେ ଅବହେଳିତ ହୋଇ ପଡ଼ି ରହିଥିବା ଦେବୋତ୍ତର ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତର ଦିନକ ପୂର୍ବରୁ ସଜବାଜ କରିଛି ଜିଲା ପ୍ରଶାସନ। ଦେବୋତ୍ତର ବିଭାଗ ଅଧୀନରେ ଥିବା ଜିଲାର ୧୦ଟି ମନ୍ଦିର ଓ ୧୦ଟି ମଠରେ ପୂଜା କାର୍ଯ୍ୟ ତଥା ମନ୍ଦିରର ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ସେବାୟତମାନଙ୍କୁ ୨୦୧୯-୨୦୧୦ ବର୍ଷରୁ ଆଗାମୀ ୩ ବର୍ଷ ପାଇଁ ବୀମାଭୁକ୍ତ କରିଛି ବିଭାଗ। ବୀମା ବାବଦକୁ ଥିବା ସମସ୍ତ ପାଉଣା ୩ ବର୍ଷ ପର୍ଯ୍ୟନ୍ତ ଦେବୋତ୍ତର ବିଭାଗ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହା ପରେ ସେବାୟତମାନେ ନିଜ ନିଜ ପାଉଣା ଦେବେ। ୭୦ ବର୍ଷରୁ ତଳକୁ ଓ ୫୦ ବର୍ଷରୁ ତଳକୁ ମାପଦଣ୍ଡରେ ନିଆଯାଇ ସେବାୟତମାନଙ୍କୁ ବୀମା ପରିସର ଭୁକ୍ତ କରାଯାଇଛି। ସେହିପରି ସର୍ବସାଧାରଣଙ୍କୁ ଦେବୋତ୍ତର ବିଭାଗର ସମସ୍ତ ମଠ ମନ୍ଦିର, ବିଶେଷ କରି ବାରିପଦା ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଏକ ୱେବ ସାଇଟ(ଶ୍ରୀଶ୍ରୀହରିବଳଦେବ.ଇନ) ମଧ୍ୟ ଉନ୍ମୋଚନ କରାଯାଇଛି। ଏହି ୱେବ ସାଇଟ ଜରିଆରେ ଲୋକେ ମଠ ଓ ମନ୍ଦିରଗୁଡିକ ସମ୍ପର୍କରେ ଜାଣିପାରିବା ସହିତ ଅନ ଲାଇନରେ ପୂଜା ପାଇଁ ମଧ୍ୟ ଆବେଦନ କରିପାରିବେ। ଅନଲାଇନ ଯୋଗେ ଆବେଦନ ପରେ ପୂଜା କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପାର୍ସଲ ଯୋଗେ ପ୍ରସାଦ ମଧ୍ୟ ପଠାଯିବାର ବ୍ୟବସ୍ଥା ରହିଛି। କୌଣସି ବ୍ୟକ୍ତି ଚାହିଁଲେ ମଠ ଓ ମନ୍ଦିରକୁ ଦାନ ମଧ୍ୟ ଦେଇ ପାରିବେ। ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲେସନ ସେଣ୍ଟରରେ ଜିଲାପାଳ ବିନୀତ ଭରଦ୍ୱାଜ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ୱେବ ସାଇଟକୁ ଉନ୍ମୋଚନ କରିଥିଲେ। ଦେବୋତ୍ତର ବିଭାଗ ସହକାରୀ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସ୍ବଧା ଦେବ ସିଂ, ବାରିପଦା ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଦିବ୍ୟଜ୍ୟୋତି ପରିଡା ଓ ଆଇଏଏସ ପ୍ରୋବେସନର ଭୁବନେଶ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ସହିତ ସେବାୟତମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ ଓ ମନ୍ଦିର ରକ୍ଷଣାବେକ୍ଷଣ ନେଇ ବାରିପଦା ଜଗନ୍ନାଥ ମନ୍ଦିରର ସେବାୟତମାନେ ଦୁଇ ଥର ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ପଦଯାତ୍ରା ପରେ ସେମାନଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରି ସମସ୍ତ ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅଦ୍ୟାବଧି କୌଣସି ଦାବି ପୂରଣ ହୋଇ ନାହିଁ। ଅନ୍ୟ ପକ୍ଷେ ରାଜ୍ୟ ସରକାର ବିଭିନ୍ନ ମଠ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘେଷଣା କରି ଚାଲୁଛନ୍ତି। ହେଲେ ବାରିପଦା ମନ୍ଦିରକୁ ଅନୁଦାନ ଦେଉ ନାହାନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସେବାୟତମାନେ ବିରୋଧ କରିବା ନେଇ ଗୁଇନ୍ଦା ବିଭାଗ ନିକଟରେ ଖବର ରହିଥିଲା। ଏହା ପରେ ସେବାୟତମାନଙ୍କ ଉଦ୍ଦେଶ୍ୟରେ ଦୀର୍ଘ ୭୦ ବର୍ଷ ହେବ କୌଣସି ପଦକ୍ଷେପ ନେଇ ନ ଥିବା ଦେବୋତ୍ତର ବିଭାଗର ହଠାତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବା ଚର୍ଚ୍ଚା ହେଉଛି। ଏନେଇ ଜିଲା ପ୍ରଶାସନର ମତ ଲୋଡି ଥିଲେ ମଧ୍ୟ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ଫଳ: ପ୍ରଥମ ବିଜୟୀ ହେଲେ ନବରଙ୍ଗପୁରର ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ

ନବରଙ୍ଗପୁର, ୨୩।୫(ବି.ପ୍ର.)- ନବରଙ୍ଗପୁର ବିଧାନସଭା ଆସନରେ ଶେଷ ରାଉଣ୍ଡ ଗଣତି ସରିବା ପରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଥିବା ଜଣାପଡିଛି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ଗଞ୍ଜାମ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟଙ୍କ ପୁଣ୍ୟମାଟି: ବାଚସ୍ପତି

ଦିଗପହଣ୍ଡି,୨୨ା୧(ଡି.ଏନ.ଏ.)-ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଖେମୁଣ୍ଡି ମହୋତ୍ସବ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ...

୧୨ ଫୁଟ୍‌ ଲମ୍ବର ବାହାରା ଚିତେଇ ଉଦ୍ଧାର

ଭୋଗରାଇ, ୩୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମନ୍ଦାରୀ ଗ୍ରାମରେ ୧୨ ଫୁଟ୍‌ ଲମ୍ବର ଏକ ବାହାରା ଚିତେଇ ସାପକୁ ଗ୍ରାମବାସୀ ଶୁକ୍ରବାର ରାତିରେ ଧରିଛନ୍ତି। ଏହି...

ହକି ଟର୍ଫ

ରାଜ୍ୟ ସରକାର ହକି ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳରେ ମିନି ଷ୍ଟାଡିୟମ ଓ ଖେଳ ପଡିଆ ଉନ୍ନତୀକରଣ କରାଯାଉଛି।...

୨୦ ପ୍ରବାସୀଙ୍କୁ ପଠାଗଲା ମଧ୍ୟପ୍ରଦେଶ

ଜୁନାଗଡ଼,୨୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରକୁ କିଛିମାସ ତଳେ ପେଟପାଟଣା ପାଇଁ ମଧ୍ୟପ୍ରଦେଶ ରାଜ୍ୟ ଜବଲପୁରରୁ ୨୦ ଜଣ ପ୍ରବାସୀ ଲୁହା(କମାର) କାମ କରିବାକୁ ଆସିଥିଲେ।...

ରାଜରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୫ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ମାତ୍ର ଏହାକୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି।...

ଶ୍ମଶାନ ପାଖରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ

ଜଟଣୀ,୩୦।୩(ଡି.ଏନ.ଏ): ମାସକ ତଳେ ନିଖୋଜ ଥିବା ଯୁବକଙ୍କ କଙ୍କାଳ ରବିବାର ନିଜ ଗ୍ରାମ ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରୁ ମିଳିଛି। ମୃତକ ହେଲେ ଜଟଣୀ...

ଶିଷ୍ୟ ବିନା ଶିକ୍ଷକ ଅସ୍ତିତ୍ୱହୀନ

‘ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ୍‌ ଈଶ୍ୱର’। ଶିକ୍ଷକ ସମାଜ ଉଦ୍ଦେଶ୍ୟରେ ଉଲ୍ଲେଖଥିବା ଏହି ଆପ୍ତବାକ୍ୟ ହିଁ ସେମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଏବଂ...

Advertisement
Archives

Model This Week