Posted inଜାତୀୟ

ବିଶ୍ୱରେ ୮କୋଟି ବିସ୍ଥାପିତ

ନୂଆଦିଲ୍ଲୀ, ୨୧ା୬: ଯୁଦ୍ଧ, ସଂଘର୍ଷ, ନିର୍ଯାତନା ଏବଂ ମାନବାଧିକାର ଉଲ୍ଲଂଘନ ଭଳି ସମସ୍ୟା ଲୋକଙ୍କୁ ବିସ୍ଥାପିତ କରିଚାଲିଛି। ଏସବୁର ପ୍ରଭାବରେ ୨୦୧୯ରେ ସାରା ବିଶ୍ୱର ୭ କୋଟି ୯୫ ଲକ୍ଷ ଲୋକ ବାଧ୍ୟ ହୋଇ ବିସ୍ଥାପିତ ହୋଇଛନ୍ତି, ଯାହାକି ୨୦୧୮ ତୁଳନାରେ ୮୭ ଲକ୍ଷ ଅଧିକ। ଏଥିମଧ୍ୟରୁ ୨ କୋଟି ୬୦ ଲକ୍ଷ ଲୋକ ହେଉଛନ୍ତି କେବଳ ଶରଣାର୍ଥୀ। ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଜାତିସଂଘର ଉଚ୍ଚାୟୁକ୍ତ(ୟୁଏନ୍‌ଏଚ୍‌ସିଆର୍‌)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ଉପରୋକ୍ତ ଶରଣାର୍ଥୀଙ୍କ ମଧ୍ୟରୁ ୨ କୋଟି ୪ ଲକ୍ଷ ଲୋକଙ୍କ ଭାର ୟୁଏନ୍‌ଏଚ୍‌ସିଆର୍‌ ଉପରେ ଥିବାବେଳେ ୫୬ ଲକ୍ଷ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଭାର ୟୁଏନ୍‌ଆରଡବ୍ଲ୍ୟୁଏ(ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଜାତିସଂଘର ସଂସ୍ଥା) ଉପରେ ରହିଛି। ହେଲେ ସମସ୍ତ ଶରଣାର୍ଥୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶରୁ ଅଧିକ ଅର୍ଥାତ୍‌ ୬୮% କେବଳ ୫ ଦେଶ ତଥା ସିରିଆ(୬୬ଲକ୍ଷ), ଭେନେଜୁଏଲା(୩୭ଲକ୍ଷ), ଆଫଗାନିସ୍ତାନ(୨୭ ଲକ୍ଷ), ଦକ୍ଷିଣ ସୁଦାନ(୨୨ ଲକ୍ଷ) ଏବଂ ମ୍ୟାନ୍‌ମାର(୧୧ ଲକ୍ଷ)ରୁ ଆସିଛନ୍ତି। ଏଭଳିସ୍ଥଳେ ତୁର୍କୀ ଅନ୍ୟ ଦେଶ ତୁଳନାରେ ସବୁଠୁ ଅଧିକ ଅର୍ଥାତ୍‌ ୩୬ ଲକ୍ଷ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି। ଏହା ପଛକୁ କଲମ୍ବିଆ ୧୮ ଲକ୍ଷ, ପାକିସ୍ତାନ ୧୪ ଲକ୍ଷ, ଉଗାଣ୍ଡା ୧୪ ଲକ୍ଷ ଏବଂ ଜର୍ମାନୀ ୧୧ ଲକ୍ଷ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛିି। ଦୁର୍ଭାଗ୍ୟର ବିଷୟ ଯେ, ଗତ ଏକ ଦଶନ୍ଧି ମଧ୍ୟରେ କେବଳ ୩୯ ଲକ୍ଷ ଶରଣାର୍ଥୀ ନିଜ ଦେଶକୁ ଫେରିଛନ୍ତି।
ଅନ୍ୟପକ୍ଷରେ ମହାମାରୀ କରୋନାର ପ୍ରଭାବ ବିସ୍ଥାପନ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। କରୋନା ଯୋଗୁ ବହୁ ଦେଶରେ ମାସ ମାସ ଧରି ଲକ୍‌ଡାଉନ୍‌ କରାଯିବା ସହ ସୀମା ବନ୍ଦ ରହିଛି। ଏହାଦ୍ୱାରା ସଶସ୍ତ୍ର ସଂଘର୍ଷ ଏବଂ ପରବର୍ତ୍ତୀ ବିସ୍ଥାପନକୁ ରୋକିବାରେ ସକ୍ଷମ ହୋଇନାହିଁ। ନରୱେ ଶରଣାର୍ଥୀ ପରିଷଦ ଅନୁଯାୟୀ, ଗତ ମାର୍ଚ୍ଚ ୨୩ରୁ ମେ ୧୫ ମଧ୍ୟରେ ୧୯ ଦେଶରେ ସଶସ୍ତ୍ର ସଂଘର୍ଷ ଘଟି ଅନୂ୍ୟନ ୬ ଲକ୍ଷ ୬୧ ହଜାର ଲୋକଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଛି। ବିଶେଷକରି କଙ୍ଗୋରେ ସର୍ବାଧିକ ବିସ୍ଥାପନ ଦେଖିବାକୁ ମିଳିଛି। ସଶସ୍ତ୍ର ଗୋଷ୍ଠୀ ଏବଂ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟିବା ଯୋଗୁ ୪ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଘରୁ ପଳାଇବାକୁ ବାଧ୍ୟ କରିଛି। ବର୍ତ୍ତମାନ ମହାମାରୀ ସମୟରେ ବିସ୍ଥାପିତମାନେ ଅତ୍ୟଧିକ ଅସୁରକ୍ଷିତ ହୋଇପଡ଼ିଛନ୍ତି ଏବଂ ଦ୍ୱିଗୁଣ ସଙ୍କଟ ଦେଇ ଗତି କରୁଛନ୍ତି। ୟୁଏନ୍‌ଏଚ୍‌ସିଆର୍‌ ଅନୁଯାୟୀ, ସ୍ବାସ୍ଥ୍ୟ, ଜଳ ଏବଂ ପରିମଳ ବ୍ୟବସ୍ଥା ଦୁର୍ବଳ ଥିବା ଦେଶଗୁଡ଼ିକରେ ସେମାନେ ପ୍ରାୟତଃ ଆଶ୍ରୟ ପାଇଛନ୍ତି। ସ୍ବଳ୍ପ ଆୟ ଯୋଗୁ ସେମାନେ ଆର୍ଥିକ ଭାବେ ଅସ୍ବଚ୍ଛଳ। ମହାମାରୀ କରୋନା ଆୟର ପନ୍ଥା ବନ୍ଦ କରିଦେବା ପରେ ସେମାନଙ୍କ ଦୁର୍ଦ୍ଦଶା ବହଗୁଣିତ ହୋଇଛି। ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଥିବା ୧୩୪ ଦେଶ ସ୍ଥାନୀୟ କରୋନା ସଂକ୍ରମଣ ନେଇ ରିପୋର୍ଟ କରୁଛନ୍ତି। ଏଣୁ ବର୍ତ୍ତମାନ ଶରଣାର୍ଥୀଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇପଡ଼ିଥିବା ୟୁଏନ୍‌ଏଚ୍‌ସିଆର୍‌ ରିପୋର୍ଟରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ନୂଆ ଚ୍ୟାନେଲ !

ନୂଆଦିଲ୍ଲୀ,୨୫।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ଅଧ୍ୟକ୍ଷ ପଦରେ ବସାଇବାକୁ ନିକଟରେ ଅନୁଷ୍ଠିତ କଂଗ୍ରେସ ଓ୍ବାର୍କିଂ କମିଟିରେ କଥା ଉଠିଥିଲା। ଏହାପରେ...

ହ୍ୟୁଷ୍ଟନ କନ୍‌ସୁଲେଟ ବନ୍ଦ କର

ବେଜିଂ,୨୩ା୭: ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ଥିବା ବାଣିଜି୍ୟକ ଦୂତାବାସ ୭୨ ଘଣ୍ଟା ମଧ୍ୟରେ ବନ୍ଦ କରିବା ପାଇଁ ଚାଇନାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ଆମେରିକାର ଏଭଳି...

୫ ରାଜ୍ୟର ୮ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଫଳାଫଳକୁ ଅପେକ୍ଷା…

ନୂଆଦିଲ୍ଲୀ, ୮।୨ : ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ପଞ୍ଜାବ ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୧୦ରୁ ମତଦାନ...

ପିଲାଙ୍କ ମଧ୍ୟରେ ବଢୁଥିବା ନିଶାଭ୍ୟାସ ଅତ୍ୟନ୍ତ ସଙ୍କଟ ଜନକ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ଦେଶରେ ପିଲାମାନଙ୍କ ମଧ୍ୟରେ ବଢୁଥିବା ମଦ୍ୟପାନ ଏବଂ ନିଶା ସେବନ ଆଦି ନିଶାଭ୍ୟାସ ଉପରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ...

୧୫ ପାକ୍‌ ସୈନ୍ୟ, ୮ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୧୩ା୪: ନିୟନ୍ତ୍ରଣ ରେଖା ଆରପଟେ ଥିବା କେରନ ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ୮ ଆତଙ୍କବାଦୀ ଏବଂ...

ରାଜସ୍ଥାନ ଯିବାକୁ ହେଲେ ଦରକାର ନେଗେଟିଭ ରିପୋର୍ଟ

ଜୟପୁର,୨୧।୩: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନ ସରକାର ୮ଟି...

ମକା ଅଟାରୁ ତିଆରି ହେଲା ପ୍ଲାଷ୍ଟିକ୍‌

ରାୟପୁର,୨।୨: ଛତିଶଗଡ଼ରେ ଥିବା ଆଇଆଇଟିର ୩ ଜଣ ଛାତ୍ର ମକା ଅଟାରୁ ପ୍ଲାଷ୍ଟିକ୍‌ ତିଆରି କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ଲାଷ୍ଟିକ୍‌ ବିଘଟନ ହୋଇ...

ଆଜାଦୀ କା ଅମୃତ ମହୋତ୍ସବ: ୫ରୁ ୧୫ ପର୍ଯ୍ୟନ୍ତ ଦେଶର ସମସ୍ତ ଐତିହ୍ୟସ୍ଥଳୀକୁ ପ୍ରବେଶ ମାଗଣା

ନୂଆଦିଲ୍ଲୀ,୪।୮: ଭାରତର ପ୍ରତ୍ନତାତ୍ତ୍ୱକ ସର୍ବେକ୍ଷଣ(ଏଏସ୍‌ଆଇ) ଅଧୀନରେ ଥିବା ସମସ୍ତ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକମାନେ ମାଗଣାରେ ପ୍ରବେଶ କରିପାରିବେ। ଏହି ସୁବିଧା ଆସନ୍ତା ୫ରୁ ୧୫...

Advertisement
Archives

Model This Week