ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୫ରୁ ୨୦ତାରିଖ ମଧ୍ୟରେ ଚୀନର କିନ୍‌ଜୋ ସିଟିରେ ୪ର୍ଥ ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ସୁରକ୍ଷା ଓ ବିଜ୍ଞାନ କର୍ମଶାଳା ଆୟୋଜନ କରାଯାଇଛି। ଏଥିରେ ବାଲେଶ୍ୱରରୁ ୬ଜଣ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଶିଳ୍ପୀ ଯୋଗଦେବେ ବୋଲି ଜଣାପଡିଛି।
ଚୀନର କିନ୍‌ଜୋ ସିଟିରେ ହେବାକୁ ଥିବା ଏହି କର୍ମଶାଳାରେ ଆମେରିକା, ଚୀନ, ଜାପାନ, ମାଲେସିଆ ଓ ଭାରତ ସମେତ ୨୦ରୁ ଅଧିକ ଦେଶର ୨୦୦ରୁ ଅଧିକ ସଙ୍ଗଠନ, ଗବେଷକ, ଶିଳ୍ପୀ, ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଫେସର ଟ. ବିଷ୍ଣୁ ପ୍ରସାଦ ଦାଶ, ଫକୀରମୋହନ କଲେଜର ନୃତତ୍ତ୍ୱ ବିଭାଗର ଅଧ୍ୟାପିକା ସସ୍ମିତା ଦାଶ, ଆସୋସିଶନ ଫର୍‌ ବାଇୟୋ ଡାଇଭାରସିଟି କର୍ଭେସନ ଆଣ୍ଡ ରିସର୍ଚର ନିର୍ଦ୍ଦେଶକ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଭୁବନେଶ୍ୱର ଅମିତ କଲେଜର ସହକାରୀ ପ୍ରାଧ୍ୟାପକ ସିଦ୍ଧାର୍ଥ ପତି, ନୋସି କଲଚ୍ୟୁରାଲ ଏକାଡ଼େମୀର ମୁଖ୍ୟ ଶିଳ୍ପୀ କେଶୁଦାସ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଯୁବ ନୀଳରକ୍ତ ଗବେଷକ ସନାତନ ଟୁଡୁ କର୍ମଶାଳା ପାଇଁ ନିମନ୍ତ୍ରିତ ହୋଇଛନ୍ତି।
ପୃଥିବୀରେ ଏସିଆ ଓ ଆମେରିକା ଭଳି ଦୁଇ ମହାଦେଶରେ କେବଳ ୪ ପ୍ରଜାତିର ବିରଳ ଓ ବିଲୁପ୍ତପ୍ରାୟ ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ଦେଖାଯାନ୍ତି। ଏଥିମଧ୍ୟରୁ ଭାରତରେ ଦୁଇ ପ୍ରଜାତିର ନୀଳରକ୍ତ କଙ୍କଡ଼ା ରହିଛନ୍ତି। ବାଲେଶ୍ୱର ଉପକୂଳରେ ମାଛଧରା ଟ୍ରଲର ଓ ବୋଟ ଚଳାଚଳ ଯୋଗୁ ବିରଳ ନୀଳରକ୍ତ କଙ୍କଡାଙ୍କ ସଂଖ୍ୟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ନଦୀ ମୁହାଣରେ ଗୁରୁ ଜୁଆର ଉଠିବା ବେଳେ ଏହି କଙ୍କଡା ଅଣ୍ଡା ଦେବାକୁ ଆସିଥାନ୍ତି ା ଦୀର୍ଘ ୪ ଦଶନ୍ଧି ଧରି ଭାରତର କେତେକ ଗବେଷକ ଚାନ୍ଦିପୁର ଓ ବଳରାମଗଡ଼ିରେ ଏନେଇ ଗବେଷଣା ଜାରି ରଖିଛନ୍ତି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ଖୋଲିବା ପରେ ନୀଳରକ୍ତ କଙ୍କଡ଼ା ଉପରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜିଲାରେ ଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ପାଇଁ ମଧ୍ୟ କାଯର୍‌ୟ କରୁଛନ୍ତି। ବାଲେଶ୍ୱରର ଆସୋସିଏଶନ ଫର୍‌ ବାଇୟୋ ଡାଇଭରସିଟି କଞ୍ଜର୍ଭେସନ ଆଣ୍ଡ ରିସର୍ଚ୍ଚ, ବାଲେଶ୍ୱରୀ କଳା କେନ୍ଦ୍ର, ନ୍ୟୁ ହୋପ୍‌, ଜଉକଣ୍ଢେଇ ବାହାଘର ଉତ୍ସବ କମିଟି, ବାହାବଳପୁର ନୀଳରକ୍ତ କଙ୍କଡ଼ା ସୁରକ୍ଷାମଞ୍ଚ ପ୍ରମୁଖ ବେଳାଭୂମି ସଫେଇ ବେଳେ ଏହି ବିରଳ ପ୍ରଜାତିର କଙ୍କଡାଙ୍କ ସୁରକ୍ଷା ଲାଗି ଜନ ସଚେତନତା ସୃଷ୍ଟି କରୁଛନ୍ତି। ଏ ଦିଗରେ ଅଧିକ ଗବେଷଣା ଲାଗି ଜାତୀୟସ୍ତରୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ର ଖୋଲା ଯିବାକୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲୁଛି ରସିକିଆ ନକଲି ଡାକ୍ତରଙ୍କ ଗୁମର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ଏମବିବିଏସ୍‌ ନୁହଁ ବରଂ ଏହି ରସିକିଆ ଡାକ୍ତର ମାଟ୍ରିକ ଫେଲ୍‌...

ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି

ପାଲଲହଡା,୧୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ମଙ୍ଗଳବାର ଡ୍ରେନ ପାଣି ପଶିଯିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହୋଇଛନ୍ତି। ସୋମବାରଠାରୁ ଲାଗି ରହିଥିବା ବର୍ଷା...

ଆଜିଠାରୁ ଅଫ୍‌ଲାଇନ ମାଟ୍ରିକ ପରୀକ୍ଷା: ୫୦୪ ପରୀକ୍ଷା କେନ୍ଦ୍ରରେ ଦେବେ ୧୫ ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଶୁକ୍ରବାରଠାରୁ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା-୨୦୨୧ ଆରମ୍ଭ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜୁନ୍‌ ୨୫ରେ ଘୋଷଣା କରାଯାଇଥିବା ପରୀକ୍ଷା ଫଳାଫଳକୁ...

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌, ୨ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କେନ୍ଦୁଝର, ୨୯ା୧(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ସୁନାଟାଙ୍ଗିରୀ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ...

ଡଙ୍ଗାବୁଡ଼ି ଘଟଣାରୁ ମିଳୁନାହିଁ ଶିକ୍ଷା

କେନ୍ଦ୍ରାପଡ଼ା ଅଫିସ,୨୮ା୪: କେନ୍ଦ୍ରାପଡ଼ା ଜିଲା ଏକମାଣିଆ କେରଡାଗଡ଼ ବ୍ରାହ୍ମଣୀ ଫେରିଘାଟରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଯାଇଥିବା ଭୁଟୁଭୁଟି ଗୁରୁବାର ବୁଡ଼ିଗଲା। ଏହି ଦୁର୍ଘଟଣାରେ ଜଣେ...

‘ଅଗ୍ନି-୨’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୭।୧୧-ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର୍‌ ପକ୍ଷରୁ ଭଦ୍ରକ ଜିଲାସ୍ଥିତ ଅବଦୁଲ କଲାମ ଦ୍ୱୀପର ୪ ନଂ. ଲଞ୍ଚପ୍ୟାଡ୍‌ରୁ ଶନିବାର ସନ୍ଧ୍ୟା ସାଢ଼େ ୭ଟା...

୨୪ ଘଣ୍ଟାରେ ୩୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା...

କଟକ ସହରରୁ ୯୮ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୩।୧୦- କଟକ ସହରରୁ ମଙ୍ଗଳବାର ୯୮ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ...

Advertisement
Archives

Model This Week