ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କଣିହାଁ/ପବିତ୍ରନଗର,୮।୬ (ଡି.ଏନ.ଏ.) – କଣିହାଁ ପଞ୍ଚାୟତ ସମିତି ପବିତ୍ର ମୋହନ ସଭାଗୃହରେ ଶୁକ୍ରବାର ପାଲଲହଡ଼ା ବିଧାୟକ ମୁକେଶ ପାଲ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତାଳଚେର ଉପଜିଲାପାଳ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଗୁରୁତ୍ୱଦେଇ କାର୍ଯ୍ୟ କଲେ ଜନସାଧାରଣ ଉପକୃତ ହେବେ। ଏଥିପ୍ରତି ସମସ୍ତେ ସମୟାନୁବର୍ତ୍ତିତା ହୋଇ କାର୍ଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ସ୍ବାସ୍ଥ୍ୟ ପରିମଳ, ବିଦ୍ୟୁତ୍‌, ଖାଦ୍ୟ ସୁରକ୍ଷା, ବିଭିନ୍ନ ଭତ୍ତା, ବାସଗୃହ ଯୋଜନା, ପରିବେଶ ସୁରକ୍ଷା, ପ୍ରାଣୀ ସମ୍ପଦ ବିକାଶ, ବିଜୁ ସେତୁ ଯୋଜନା, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ଆଦି ଉପରେ ସମୀକ୍ଷା କରାଯାଇଥିଲା। ସେହିପରି ବକେୟା ପଡିଥିବା କାର୍ଯ୍ୟକୁ ଖୁବଶୀଘ୍ର ତ୍ୱରାନିତ୍ୱ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କଣିହାଁ ପଞ୍ଚାୟତ ସମିତି ଓ ତହସିଲର ସମସ୍ତ କର୍ମଚାରୀଙ୍କୁ ନେଇ ପୁନଃସମୀକ୍ଷା କାର୍ଯ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ବ୍ଲକ ଅଧ୍ୟକ୍ଷା ନମିତା ସାହୁ, ତହସିଲଦାର ଅଂଶୁମାନ ଶତପଥୀ, ବିଡିଓ ରମେଶ କୁମାର ଜେନା, କଣିହାଁ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୁମନ୍ତ କୁମାର ପଟେଲ ଯୋଗଦେଇଥିଲେ। ସେହିପରି କଣିହାଁ ବ୍ଲକ ସମଲ ବ୍ୟାରେଜ ଡାକବଙ୍ଗଳାଠାରେ ବିଧାୟକ ପାଲ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ପାଲଲହଡ଼ାକୁ ଏକ ମଡେଲ ତଥା ଆଦର୍ଶ ବିଧାନସଭା କ୍ଷେତ୍ର ଭାବେ ପରିଣତ କରାଯିବ ବୋଲି ସେ କହିଥିଲେ। ସେହିପରି ଅଞ୍ଚଳରେ ଲାଗି ରହିଥିବା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଧାୟକ କହିଥିଲେ। କଣିହଁା ବ୍ଲକ ବିଜେଡି ସଭାପତି କୈଳାସ ଚନ୍ଦ୍ର ସାହୁ, ହୀମାଞ୍ଚଳ ପଣ୍ଡା, ପ୍ରହଲ୍ଲାଦ ପ୍ରଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?