Posted inଜାତୀୟ

ବିବାହ ପରେ ଶାଶୁଘର ଯାଉଥିଲେ କନ୍ୟା: ଅପହରଣ କରିନେଲେ ଦୁର୍ବୃତ୍ତ

ଜୟପୁର, ୧୮।୪: ରାଜସ୍ଥାନ ଜୟପୁରର ନାଗଓ୍ବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ଶାଶୁଘର ଯାଉଥିବା କନ୍ୟାଙ୍କୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ। ଏପ୍ରିଲ ୧୬ରେ ନାଗଓ୍ବା ଗ୍ରାମର କିଶୋରଙ୍କ ଝିଅ ସୋନୁଙ୍କ ବିବାହ ଥିଲା। ବିବାହ ରାତି ୩ଟାରେ ସମ୍ପନ୍ନ ହେବା ପରେ ବରକନ୍ୟାଙ୍କ ବିଦାୟୀ ଉତ୍ସବ ହୋଇଥିଲା। ଏକ ଇନୋଭା ଗାଡିରେ ବସି ବରକନ୍ୟା ତାଙ୍କ ଶାଶୁୁଘରକୁ ଯାଉଥିଲେ। ବାଟରେ ହଠାତ୍‌ ୬-୭ଜଣ ଦୁର୍ବୃତ୍ତ ଗାଡିକୁ ଅଟକାଇ କନ୍ୟାକୁ ଟେକି ଆଣିଥିଲେ। ବର ଘର ପକ୍ଷର କିଛି ସମ୍ପର୍କୀୟ ଏହାକୁ ରୋକିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ପିଟିଥିଲେ। ଏନେଇ ବରଘର ପକ୍ଷରୁ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ କନ୍ୟାକୁ ଅପହରଣ କରିନେବା ସହ ଇନୋଭା ଗାଡିର ଚାବି ମଧ୍ୟ ନେଇଯାଇଥିଲେ। ଏପର୍ଯ୍ୟନ୍ତ କନ୍ୟାର କୌଣସି ପତ୍ତା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ପୀଡ଼ିତା କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୧।୮ : ସୋମବାର ସୁପ୍ରିମକୋର୍ଟ ୨୭ ସପ୍ତାହରୁ ଅଧିକ ସମୟ ଭ୍ରୁଣର ଗର୍ଭପାତ କରାଇବାକୁ ଜଣେ ବଳାତ୍କାର ପୀଡିତାଙ୍କୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ବିବାହ...

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଜେଡିୟୁରେ ଫାଟ

ପାଟନା,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ସୋମବାର ରାତିରେ ଲୋକ ସଭାରେ ଗୃହୀତ ହେବା ପରେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।...

ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...

ସ୍କୁଲ୍‌ ଖୋଲିବା ପରେ ପିଲାଙ୍କ ମଧ୍ୟରେ ବଢ଼ିଲା କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ସ୍କୁଲ୍‌ ଖୋଲିବା ପରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ପଞ୍ଜାବ, ହରିୟାଣା,ହିମାଚଳପ୍ରଦେଶରେ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହେବାରେ...

ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ଉପହାର

ନୂଆଦିଲ୍ଲୀ,୧୭ ।୯: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ବିଶ୍ୱରେ ଯେତେପ୍ରକାର ଉପହାର ମିଳିଛି ତା’ର ନିଲାମି କରାଯିବ ବୋଲି କହିଛି...

ନାବାଳିକା ବକ୍ସରଙ୍କୁ ବଳାତ୍କାର

ମୁମ୍ବାଇ,୧୨।୩ : ମୁଲନ୍ଦ ଅଞ୍ଚଳରେ ଜଣେ ନାବାଳିକା ବକ୍ସରଙ୍କୁ ବଳାତ୍କାର ଅଭିଯୋଗରେ ୩୦ ବର୍ଷୀୟ କୋଚ୍‌ଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି...

ହରିୟାଣାରେ ଅମିତ ଶାହାଙ୍କ ରାଲି ପାଇଁ ୧୩୦ଜଣଙ୍କୁ ନୋଟିସ ଜାରି

ଚଣ୍ଡୀଗଡ,୧୬।୬: ଜୁନ ୧୮ରେ ଏକ ଭିଭିଆଇପି ଇଭେଣ୍ଟକୁ ଦର୍ଶାଇ ହରିୟାଣାର ସିରସା ଜିଲା ପୋଲିସ ୧୩୦ଜଣଙ୍କୁ ଶାନ୍ତି ବଜାୟ ରଖିବାକୁ ନୋଟିସ ଜାରି କରିଛି। କେନ୍ଦ୍ର...

କୃଷ୍ଣ ଜନ୍ମଭୂମି ବିବାଦର ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ତିନି ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ,୨୧।୭: ମଥୁରା କୃଷ୍ଣ ଜନ୍ମଭୂମି ଜମି ବିବାଦ ସହ ଜଡିତ ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ...

Advertisement
Archives

Model This Week