ବିନା ଆକ୍ସନ ପ୍ଲାନରେ ଚାଲିଛି ପୌରପାଳିକା: ଉନ୍ନୟନ ଅର୍ଥ ଭରଣା ନେଇ ପ୍ରଶ୍ନବାଚୀ

ଅନୁଗୋଳ ଅଫିସ, ୨୦।୭ – ବିନା ଆକ୍ସନ ପ୍ଲାନରେ ଚାଲିଛି ଅନୁଗୋଳ ପୌରପାଳିକା। ୪ମାସ ତଳୁ ଆୟ ବ୍ୟୟ ଖସଡ଼ା ସହ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରି ନାହିଁ। ଫଳରେ ବିନା ଆକ୍ସନ ପ୍ଲାନରେ କରାଯାଉଥିବା ମରାମତି କାର୍ଯ୍ୟ ପାଇଁ ଅର୍ଥ କେଉଁ ସୂତ୍ରରୁ ଭରଣା କରାଯିବ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ।
ଅନୁଗୋଳ ପୌରପାଳିକା ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଆକ୍ସନ ପ୍ଲାନ ଅବଧି ଗତ ମାର୍ଚ୍ଚରୁ ଶେଷ ହୋଇସାରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଆରମ୍ଭ ପୂର୍ବରୁ ଏଥିପାଇଁ ନୂଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବା କଥା। କିନ୍ତୁ ଏଯାଏ ପୌରପାଳିକା ପକ୍ଷରୁ ଆକ୍ସନ ପ୍ଲାନ ସହ ଆୟ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇ ନାହିଁ। ବିନା ଆକ୍ସନ ପ୍ଲାନରେ ପୌରପାଳିକାରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରିବ ନାହିଁ। କିନ୍ତୁ ସହରରେ ବିଭିନ୍ନ ସ୍ଥାନରେ ଏବେ ରାସ୍ତା, ଡ୍ରେନ ଆଦି ମରାମତି କାର୍ଯ୍ୟ ଜାରି ରହିଛି। ତେବେ ଏ ନେଇ କିଏ ଅନୁମତି ଦେଇଛି ଓ ଅର୍ଥ କେମିତି ଭରଣା କରାଯିବା ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ପୌରପାଳିକାର ନିୟମ ଅନୁଯାୟୀ ଆର୍ଥିକ ବର୍ଷ ଶେଷ ହେବାର ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃୟାରୀ ଶେଷ ସୁଦ୍ଧା ଆୟ ବ୍ୟୟ ଅଟକଳ ପ୍ରସ୍ତୁତ କରାଯିବା କଥା। ଏହାପରେ ଉକ୍ତ ଫାଇଲ ନିର୍ବାହୀ ଅଧିକାରୀ, କାଉନସିଲର ଓ ପୌର ପ୍ରଶାସକଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ। ପୌର ପ୍ରଶାସକଙ୍କ ଅନୁମୋଦନ ପରେ ତାହାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବା କଥା। ସେଠାରେ ମଞ୍ଜୁରି ହେବା ପରେ ପୌରପାଳିକା ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେବା ଭଳି ନିୟମ ରହିଛି। କିନ୍ତୁ ଚଳିତ ଆର୍ଥତ୍କ ବର୍ଷ ଆରମ୍ଭ ହେବାର ୪ ମାସ ପରେ ବି ପୌରପାଳିକା ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ନାହିଁ। ୨୦୧୮-୧୯ ଆର୍ଥିକ ବର୍ଷରେ ପୌରପାଳିକାର ଆକ୍ସନପ୍ଲାନରେ ମୋଟ୍‌ ୫ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହି ଅର୍ଥରେ ସହରାଞ୍ଚଳରେ ଆଲୋକୀକରଣ ଓ ଉନ୍ନୟନ କାର୍ଯ୍ୟ ହୋଇଥିଲା। ଚଳିତବର୍ଷ ଏହା ହୋଇ ନ ଥିବାରୁ ସହରର ବିକାଶ ତ ଦୂରର କଥା ପରିମଳ ବ୍ୟବସ୍ଥା ପରିଚାଳନା ମଧ୍ୟ ଠିକ୍‌ ଭାବେ ହୋଇପାରୁନାହିଁ। ବିନା ଆକ୍ସନପ୍ଲାନରେ ଅଦ୍ୟାବଧି ବିଭିନ୍ନ କାର୍ଯ୍ୟରେ ୫୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଆୟ ବ୍ୟୟ ଅଟକଳ ହୋଇ ନ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଅନୁଗୋଳ ଜିଲାପାଳ ତଥା ପୌର ପ୍ରଶାସକ ମନୋଜ କୁମାର ମହାନ୍ତି କହିଛନ୍ତି, ଘଟଣା ସମ୍ପର୍କରେ ପୌର ପ୍ରଶାସନ ସହ ଆଲୋଚନା କରିବି। କାହିଁକି ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇନାହିଁ ସେ ନେଇ ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଧପୁର ବଜାରରେ ବନ୍ଦର ପ୍ରଭାବ ପଡ଼ିନି

ମାଧପୁର,୮।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ବୁଧବାର ବନ୍ଦର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳିଛି। ସବୁଦିନ ପରି ଦୋକାନ ବଜାର...

୧୭ ୟୁନିଟ୍‌, ମୂଲ୍ୟାୟନ କରିବେ ୩୪୯ ଜଣ

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ଜିଲାରେ ଗୁରୁବାରଠାରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଏହି ମୂଲ୍ୟାୟନ କରାଯିବ ବୋଲି ଜିଲା...

ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଦେବା ଘଟଣା:ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍‌ପିଙ୍କ ତଦନ୍ତ

ତାଳଚେର, ୧୦ା୧୨(ନି.ପ୍ର.) ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କାର ପୋଡ଼ିଦେବା ଏବଂ ପୂର୍ବରୁ...

ଡଙ୍ଗାରେ ନଦୀ ପାର ହେଉଥିବା ସମୟରେ ଭାସିଗଲେ

କଣିହାଁ,୧୪।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଟିକିରା ନଦୀରେ କରଡେଇ ଘାଟରେ ଡଙ୍ଗାରେ ପାର ହେଉଥିବାବେଳେ ଜଣେ ବ୍ୟକ୍ତି ଭାସିଯାଇ ନିଖୋଜ ଥିବା ଜଣାପଡ଼ିଛି। ତାଙ୍କ...

ଚେକଡ୍ୟାମ ଗହିରାରୁ ମିଳିଲା ଶ୍ରମିକଙ୍କ ମୃତଦେହ

ବନ୍ତଳା,୨୮।୧୦(ଡି.ଏନ୍‌.ଏ.): ଅନୁଗୋଳ ଥାନା ଅଧୀନ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମରେ ଥିବା ଭାଲୁଖାଇ ନାଳ ଚେକଡ୍ୟାମ ଗହିରାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ହାତୀ ଆତଙ୍କ ମଧ୍ୟରେ ହଣ୍ଡପାବାସୀ

ବଇଣ୍ଡା,୨।୬: ବଢ଼ୁଛି ହାତୀ ଉପଦ୍ରବ। ଦଳ ଦଳ ହୋଇ ଆସୁଥିବା ହାତୀ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ସମ୍ମୁଖରେ ପଡ଼ୁଥିବା ଲୋକଙ୍କ ଜୀବନ...

ସାତକୋଶିଆ ମହୋତ୍ସବ ଉଦ୍‌ଯାପିତ: ତାଳବାଦ୍ୟ, ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୋହିତ

ଅନୁଗୋଳ ଅଫିସ, ୯।୧୨ – ଅନୁଗୋଳ ଅମଲାପଡ଼ାସ୍ଥିତ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ନୃତ୍ୟ ନିଳୟ ପକ୍ଷରୁ ଚାଲିଥିବା ସପ୍ତମ ସାତକୋଶିଆ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ଟଙ୍କା, ପ୍ରେମ ପ୍ରମୁଖ କାରଣ

ଅନୁଗୋଳ ଅଫିସ,୨୫।୪: ଚୋରା ମଦ ବ୍ୟବସାୟରୁ ମିଳିଥିବା ଲାଭ ଟଙ୍କା ନ ଦେବା ଓ ସହଯୋଗୀଙ୍କ ବାନ୍ଧବୀଙ୍କୁ ପ୍ରେମ ହିଁ ଅନୁଗୋଳ ଥାନା ହୁଲୁରୁସିଂହାର ପ୍ରକାଶ...

Advertisement
Archives

Model This Week