ବିଦ୍ୟୁତ୍‌ ତାର ଛିଣ୍ଡି ୧ ମଇଁଷି, ୨ ପୋଢ ମୃତ

ଛେଣ୍ଡିପଦା,୧୪।୭(ସ୍ବ.ପ୍ର)-ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ରବିବାର ଗୋଟିଏ ମଇଁଷି ଓ ୨ଟି ପୋଢ଼ର ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡ଼ିଛି, ପରଙ୍ଗ ଗ୍ରାମର ମଧୁସୂଦନ ପାତ୍ରଙ୍କ ପୋଢ଼ ଓ ମଇଁଷି ରବିବାର ପିତାବଳି ଛକ ନିକଟରେ ଥିବା ପଡ଼ିଆରେ ଚରୁଥିଲେ। ଉକ୍ତ ପଡିଆ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଅପରାହ୍ନରେ ଛିଣ୍ଡି ପଡିବାରୁ ପୋଢ଼ ଓ ମଇଁଷିଙ୍କ ଉପରେ ପଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଟି ପୋଢ଼ ଓ ମଇଁଷିଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ସ୍ଥାନରେ ଦୀର୍ଘଦିନ ହେବ ବିଦ୍ୟୁତ୍‌ ତାର ଝୁଲି ରହିଥିବା ନେଇ ସେସୁ ବିଭାଗୀୟ ଯନ୍ତ୍ରୀ ଓ ଏସ୍‌ଡିଓଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ସେସୁ ବିଭାଗ ମଧୁସୂଦନଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri