ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ

ଅନୁଗୋଳ ଅଫିସ୍‌, ୧୯।୩ : ଅନୁଗୋଳ ଜିଲାରେ କରୋନା ମୁକାବିଲା କରିବାକୁ ଜିଲା ପ୍ରଶାସନ ତପତ୍ର ହୋଇଛି। ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସ ସରିବା ପରେ ଅଧିକାରୀମାନେ ସଜାଗ ରହିଛନ୍ତି। ବିଦେଶ ତଥା ଆକ୍ରାନ୍ତ ରାଜ୍ୟ ଫେରନ୍ତାଙ୍କ ଉପରେ ବିଶେଷ ଭାବେ ନଜର ରଖାଯାଇଛି। ସେମାନଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ଜିଲାପାଳଙ୍କୁ ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ଗୋଟିଏ ସ୍ଥାନରେ ଗହଳି କରୁଥିବା ଲୋକଙ୍କୁ ପୋଲିସ ଘଉଡାଉଥିବା ଦେଖିବାକୁ ମିଳିଛି।
ଯେଉଁମାନେ ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ନିଜ ଘରେ ଆଇସୋଲେଶନ୍‌ ଗୃହରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କର ନାମ, ବୟସ, ଠିକଣା ଓ କେଉଁ ଦେଶରୁ କେବେ ଫେରିଛନ୍ତି, ତାହାର ହିସାବ ମଧ୍ୟ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲାର ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର ଭତ୍ତା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ରହିଛି। ସେହିପରି ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସେମାନଙ୍କ ଘରେ ନେଇ ପହଞ୍ଚାଇବାକୁ କୁହାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଅନ୍ତର୍ଭୂକ୍ତ ଥିବା ହିତାଧିକାରୀ ଓ ରାଶନ ଉପଭୋକ୍ତାଙ୍କ ପାଇଁ ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଉଳ, ଗହମ ଓ କିରୋସିନ ଯୋଗାଇ ଦିଆଯିବାର ବ୍ୟବସ୍ଥା ଜିଲାରେ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ଶ୍ରୀମନ୍ଦିର ନିଷ୍ପତ୍ତି

ପୁରୀ ଅଫିସ, ୭।୧: ରାଜ୍ୟରେ ଦିନକୁ ଦିନ କୋଭିଡ ପଜିଟିଭ୍‌ ବଢିଚାଲିଛି। ତେବେ ରାଜ୍ୟରେ ଶୁକ୍ରବାର ଠାରୁ କୋଭିଡ୍‌ କଟକଣା ଲାଗୁ କରାଯାଇଛି। ରାତି ୯ରୁ...

ଚାଷୀଙ୍କ ଦୁଃଖ କପାଳି

ବନ୍ତ,୨।୯(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ୩ ନଦୀ ସାଳନ୍ଦୀ, କପାଳି ଓ ସରୁସାଗର ପ୍ରବାହିତ। ସାଳନ୍ଦୀ ବ୍ୟତୀତ ସରୁସାଗର ଓ କପାଳିକୁ ସରକାରୀ ଖାତାରେ...

୪ ଲୁଟେରା ଗିରଫ, ୧୮ ବାଇକ୍‌ ଜବତ

କବିସୂର୍ଯ୍ୟନଗର,୭ା୭-କବିସୂର୍ଯ୍ୟନଗର ଥାନା ପୋଲିସ ୧୮ଟି ବାଇକ୍‌ ଓ ଏକ ବୋଲେରୋ ଜବତ କରିବା ସହ ୪ଜଣ ଲୁଟେରାଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ...

୨ ମାସ ହେବ ନୂତନ ଟ୍ରାନ୍ସଫର୍ମର ଲାଗୁନି: ପ୍ରତିବାଦରେ ବଇଣ୍ଡା ସେସୁ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୨୭।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସେରେଣ୍ଡା ଓ କୋଡ଼ାସାହିରେ ଲାଗିଥିବା ୨ଟି ୧୦ କେଭି ଟ୍ରାନ୍ସଫର୍ମର ୨ ମାସ ହେବ ପୋଡ଼ିଯାଇଛି। ନୂତନ ଟ୍ରାନ୍ସଫର୍ମର ଲଗାଇବା...

ରାସ୍ତା କାମ ବିଳମ୍ବ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୭।୩-ବାଲେଶ୍ୱର ପୌରପାଳିକା ଅଧୀନ ୪୦ ରାସ୍ତା କାର୍ଯ୍ୟ ଆରମ୍ଭରେ ଅହେତୁକ ବିଳମ୍ବ କରାଯାଉଛି। ଏନେଇ ଶୁକ୍ରବାର ଜିଲା ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା...

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌...

ସନୋଜ ଫିଲିଙ୍ଗ ଷ୍ଟେସନ ଉଦଘାଟିତ

ଦାରିଙ୍ଗବାଡି,୧୯।୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡିର ୫୯ ନଂ ଜାତୀୟ ରାଜପଥ କଡରେ ବୁଧବାର ଏକ ନୂତନ ପେଟ୍ରୋଲ ପମ୍ପ ଉଦଘାଟନ ହୋଇଯାଇଛି। ଏହାକୁ ସନୋଜ ଫିଲିଙ୍ଗ...

ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ

ବାସୁଦେବପୁର, ୫।୭(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦...

Advertisement
Archives

Model This Week