ବ୍ରହ୍ମପୁର ଅଫିସ,୧୮ା୧-ବ୍ରହ୍ମପୁର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସପ୍ତମ ବେତନ କମିଶନ ସୁପାରିସ ଅନୁସାର ପାଇବେ ପେନ୍ସନ। ରାଜ୍ୟ ସରକାରଙ୍କ ମଞ୍ଜୁରୀପତ୍ର ବିଏମ୍ସିରେ ପହଞ୍ଚତ୍ଛି ଓ ଚଳିତ ମାସରୁ ଲାଗୁ ହେବା ଜଣାପଡ଼ିଛି। ଏହାଦ୍ୱାରା ପ୍ରାୟ ୬ ଶହ ପେନ୍ସନଭୋଗୀ ଉପକୃତ ହେବେ। ବର୍ତ୍ତମାନ ପାଉଥିବା ମୂଳ ପେନ୍ସନର ୨.୫୭% ଅଧିକ ମିଳିବ। ସରକାରଙ୍କ ଏହି ନିଷ୍ପତ୍ତିକୁ ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ସ୍ବାଗତ କରିଛି।
ବିଏମ୍ସିର ସ୍ଥାୟୀ କର୍ମଚାରୀମାନେ ପୂର୍ବରୁ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ପାଉଥିଲେ ବର୍ଦ୍ଧିତ ଦରମା । ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ମନୋହର ପାତ୍ର କହିଛନ୍ତି, ୨୦୧୬ ଜାନୁୟାରୀରୁ ସପ୍ତମ ବେତନ କମିଶନ ସୁପାରିସ ଲାଗୁ ହୋଇଛି। ତେବେ ବିଏମ୍ସିରେ ଏହା କାର୍ଯ୍ୟକାରୀ ହୋଇ ନ ଥିଲା। ଗତବର୍ଷ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରହ୍ମପୁର ଆସିଥିଲେ। ଆୟୋଜିତ ସମାବେଶରେ ପୌର କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରକାରେ ବର୍ଦ୍ଧିତ ଦରମା ଦିଆଯିବାକୁ ଘୋଷଣା କରିଥିଲେ। ଫଳରେ ରାଜ୍ୟର ହଜାର ହଜାର ପୌର କର୍ମଚାରୀ ଉପକୃତ ହୋଇଥିଲେ। ତେବେ ଅବସରପ୍ରାପ୍ତ କର୍ମଚାରୀ ବାଦ ପଡ଼ିଥିଲେ। ବିଳମ୍ବରେ ପେନ୍ସନ ଭୋଗୀ କର୍ମଚାରୀଙ୍କ ପାଇଁ ସରକାର ମଞ୍ଜୁର କରିଛନ୍ତି।
ଗତ ୧୫ ମାସ ହେବ ବିଏମ୍ସି ନିର୍ବାଚିତ ପରିଷଦର କାର୍ଯ୍ୟକାଳ ପୂରିଯାଇଛି। ଗଞ୍ଜାମ ଜିଲାପାଳ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି। କର୍ପୋରେଶନ ବା କାଉନସିଲ ବୈଠକ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହେଉଛି। ସରକାରୀ ନିର୍ଦ୍ଦେଶ ପ୍ରକାରେ ବର୍ଦ୍ଧିତ ହାରରେ ପେନସନ ପ୍ରଦାନ ପାଇଁ କାଉନସିଲ ବୈଠକରେ ଅନୁମୋଦିତ ହେବାର ବିଧି ରହିଛି। ଆଗାମୀ ବୈଠକରେ ଏହା ଉପସ୍ଥାପିତ ହେବ। ତେବେ ଚଳିତ ମାସରୁ ବର୍ଦ୍ଧିତ ପେନ୍ସନ ଦିଆଯିବାର ବିଏମ୍ସି କର୍ତ୍ତୃପକ୍ଷ ଆଶ୍ୱସନା ଦେଇଥିବା ସଂଘ ସଭାପତି ସୂଚାଇଛନ୍ତି। ଗତ ୪ ବର୍ଷର ବକେୟା ପ୍ରାପ୍ୟ ମଧ୍ୟ ପର୍ଯ୍ୟାୟକ୍ରମେ ମିଳିବ। ତେବେ ତାହା ମଧ୍ୟ ତୁରନ୍ତ ପ୍ରଦାନ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଂଘ ସଭାପତି ପାତ୍ର ଦାବି କରିଛନ୍ତି।

ଜିଲାସ୍ତରୀୟ ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ ପାଳିତ
ପୁରୀ ଅଫିସ, ୩ା୧୦: ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ...

ସଂରକ୍ଷଣ ପାଇଁ ପ୍ୟାନେଲ
ଭୁବନେଶ୍ୱର,୮।୧(ବ୍ୟୁରୋ): ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ସ୍ଥାନ ସଂରକ୍ଷଣ ସକାଶେ ଗୁରୁବାର ଏ ନେଇ...

ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର ଥିଲେ ବୈଷ୍ଣବ ପରିଡ଼ା
ଭୁବନେଶ୍ୱର,୧୬।୨(ବ୍ୟୁରୋ): ସାହିତ୍ୟ ସୃଜନର ବିଷୟ ହୋଇଥିବାରୁ ଏହା ରାଜନୀତିକୁ ଅଧିକ ମାର୍ଜିତ କରିଥାଏ। ରାଜନୀତିକୁ ଉଚିତ୍ ମାର୍ଗଦର୍ଶନ ଦେବାରେ ସାହିତ୍ୟ ସହାୟକ ହୋଇଥାଏ। ସାହିତ୍ୟ ଓ...

ମୋ ବସ୍: ଅଫ୍ଲାଇନ୍ରେ ମ୍ୟାଜିକ୍ ପାସ୍,ଖୁବ୍ ଶୀଘ୍ର ପୁରୀକୁ ସେବା
ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସ ଅବସରରେ ‘ମୋ ବସ୍’ ସେବା ପ୍ରଦାନ କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍ (କ୍ରୁଟ୍) ପକ୍ଷରୁ ଫ୍ରିଡମ୍ ମାସିକିଆ ପାସ୍ର ଶୁଭାରମ୍ଭ...

ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ
ଗଜପତି,୪ା୧୦(ଡି.ଏନ୍.ଏ.): ଆଜି ଗଜପତି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଗଜପତିର ୧ ଲକ୍ଷ ୩୭...

ଏଥର ପ୍ରଦୂଷଣମୁକ୍ତ ଦଶହରା
ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଭୁବନେଶ୍ୱରରେ ଏଥର ଦେଖିବାକୁ ମିଳିବ ପ୍ଲାଷ୍ଟିକ୍ ଓ ଶବ୍ଦ ପ୍ରଦୂଷଣମୁକ୍ତ ଦଶହରା। ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୂଜାକୁ ଶବ୍ଦ, ବାୟୁ...
ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର
ଆସିକା,୫ା୧୨(ଡି.ଏନ୍.ଏ.)-ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ହାଇସ୍କୁଲ ପଛପାର୍ଶ୍ୱ ଧାନ ବିଲରୁ ବୁଧବାର ଅପରାହ୍ନରେ ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ସେହି ସ୍ଥାନରେ ପଡିଥିବା...

ମଦ୍ରାସା ପରୀକ୍ଷାରେ ସମସ୍ତେ ପାସ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ଉର୍ଦ୍ଦୁଭବନ ପରିସରରେ...